Advertisment

କେ.କବିତାଙ୍କୁ ପୁଣି ଝଟ୍‌କା, ମିଳିଲାନି ଜାମିନ୍‌

ଉଭୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ସିବିଆଇ ମାମଲାରେ ଜାମିନ ଆବେଦନକୁ କୋର୍ଟ ମନା କରିଦେଇଛନ୍ତି।

author-image
Madhupriya Mistry
undefined

KKavitha

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ବିଆର୍‌ଏସ୍‌ ନେତ୍ରୀ କେ.କବିତାଙ୍କୁ ପୁଣି ଝଟ୍‌କା। ମିଳିଲାନି ଜାମିନ। ଦିଲ୍ଲୀ ରାଉଜ ଆଭେନ୍ୟୁ କୋର୍ଟ ଆଜି ତାଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି। ଉଭୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ସିବିଆଇ ମାମଲାରେ ଜାମିନ ଆବେଦନକୁ କୋର୍ଟ ପ୍ରତ୍ୟାଖାନ କରିଛନ୍ତି।

Advertisment

କୋର୍ଟରେ ଉଭୟ ଇଡି ଓ ସିବିଆଇ କେ.କବିତାଙ୍କ ଜାମିନ ଆବେଦନକୁ ବିରୋଧ କରିଛନ୍ତି। ସେମାନେ କହିଛନ୍ତି କେ. କବିତା ଏହି ପୂରା ଦୁର୍ନୀତି ମାମଲାର ହେଉଛନ୍ତି ଅନ୍ୟତମ ଷଡଯନ୍ତ୍ରକାରୀ। ଯଦି ତାଙ୍କୁ ଜାମିନ ପ୍ରଦାନ କରାଯାଏ, ତେବେ ସେ ସାକ୍ଷୀଙ୍କୁ ପ୍ରଭାବିତ କରିପାରନ୍ତି। ପ୍ରମାଣକୁ ନଷ୍ଟ କରିବାକୁ ସେ ଚେଷ୍ଟା କରିପାରନ୍ତି।

କହିରଖୁ ଯେ, ହାଇଦ୍ରାବାଦ ସ୍ଥିତ ତାଙ୍କ ଘରେ ଚଢ଼ାଉ କରି ଇଡି କେ.କବିତାଙ୍କୁ ଗିରଫ କରିଥିଲା। ଗିରଫ ପରେ ତାଙ୍କୁ ଦିଲ୍ଲୀ ଅଣା ଯାଇଥିଲା। ଏହାପରେ ତାଙ୍କୁ ହାଇଦ୍ରାବାଦର ବ୍ୟବସାୟୀ ତଥା ଏହି ମାମଲାର ଅଭିଯୁକ୍ତ ଥିବା ଅରୁଣ ରାମଚନ୍ଦ୍ରନ୍‌ ପିଲ୍ଲାଇଙ୍କ ସହ ମୁହାଁମୁହିଁ ପଚରାଉଚରା କରାଯାଇଥିଲା। ଦିଲ୍ଲୀ ଅବକାରୀ ନୀତି ଅନୁଯାୟୀ ମାର୍କେଟ୍‌ରେ ଏକ ବଡ ଭାଗିଦାରୀ ପାଇବା ପାଇଁ ଆମ୍‌ ଆଦ୍‌ମୀ ପାର୍ଟିକୁ ପ୍ରାୟ ୧୦୦ କୋଟି ଟଙ୍କା ସେ ଲାଞ୍ଚ ଦେଇଥିବା ଅଭିଯୋଗ ରହିଛି।

Advertisment
K.Kavitha Delhi Liquor Policy Case