ଜେଲ୍‌ରୁ ମୁକୁଳିଲେ କେ.କବିତା, କହିଲେ - ଲଢ଼େଇ ଜାରି ରହିବ

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇ ୫ ମାସ କାଳ ଜେଲ୍‌ରେ ରହିବା ପରେ ଗତକାଲି ତାଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଥିଲେ। ଏହାପରେ ଗତ ରାତିରେ ସେ ତିହାର ଜେଲ୍‌ରୁ ବାହାରକୁ ଆସିଛନ୍ତି।

ଜେଲ୍‌ରୁ ମୁକୁଳିବା ବେଳେ ଭାବୁକ ହୋଇ ପଡ଼ିଛନ୍ତି କେ . କବିତା ।

  • Published: Wednesday, 28 August 2024
  • , Updated: 28 August 2024, 09:02 AM IST

୫ ମାସ କାଳ ଜେଲ୍‌ରେ ରହିବା ପରେ ଗତକାଲି ରାତିରେ ମୁକୁଳିଛନ୍ତି ବିଆର୍‌ଏସ୍‌ ନେତ୍ରୀ କେ.କବିତା । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇ ୫ ମାସ କାଳ ଜେଲ୍‌ରେ ରହିବା ପରେ ଗତକାଲି ତାଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଥିଲେ। ଏହାପରେ ଗତ ରାତିରେ ସେ ତିହାର ଜେଲ୍‌ରୁ ବାହାରକୁ ଆସିଛନ୍ତି।

କେ.କବିତା ଜେଲ୍‌ରୁ ବାହାରକୁ ଆସିବା ପରେ ନିଜ ସ୍ୱାମୀ, ପୁଅ ଓ ଭାଇଙ୍କୁ ଦେଖି ବେଶ୍‌ ଭାବୁକ ହୋଇ ଯାଇଥିଲେ। ଏହି ସମୟରେ ଜେଲ୍‌ ବାହାରେ ଉପସ୍ଥିତ ଥିବା ଶହ ଶହ ବିଆର୍‌ଏସ୍‌ କର୍ମକର୍ତ୍ତା କେ. କବିତାଙ୍କର ବେଶ୍‌ ଜୋରଦାର ଢଙ୍ଗରେ ସ୍ୱାଗତ କରିଥିଲେ।

ଜେଲ୍‌ରୁ ବାହାରେ ଉପସ୍ଥିତ ଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ବୋଧନ କରି କେ. କବିତା କହିଥିଲେ, ସମଗ୍ର ଦେଶବାସୀ ଜାଣିଛନ୍ତି ମୋତେ କେବଳ ରାଜନୀତି ପାଇଁ ଫସାଇ ଦିଆଗଲା। ବିନା କୌଣସି ଦୋଷରେ ମୋତେ ଜେଲ୍‌ରେ ଭର୍ତ୍ତି କରାଗଲା। ମୁଁ କୌଣସି ଭୁଲ୍‌ କରି ନାହିଁ। ଆମେ ଫାଇଟର୍ସ। ଆଇନଗତ ପ୍ରକ୍ରିୟା ତଥା ରାଜନୀତିକ ଉପାୟରେ ଆମେ ଏହି ଲଢ଼େଇ ଲଢ଼ିବୁ ।

ଦିଲ୍ଲୀ ହାଇକୋର୍ଟଙ୍କ ଜାମିନ ଆବେଦନ ପ୍ରତ୍ୟାଖ୍ୟାନ ଆଦେଶକୁ ସର୍ବୋଚ୍ଚ ଅଦାଲତ ଗତକାଲି ଖାରଜ କରି ଜାମିନ ପ୍ରଦାନ କରିଥିଲେ। କବିତାଙ୍କୁ ୧୦ଲକ୍ଷ ଟଙ୍କା ଜାମିନ ବଣ୍ଡ ପ୍ରଦାନ କରିବାକୁ, ନିଜ ପାସ୍‌ପୋର୍ଟ ଜମା କରିବାକୁ, ସାକ୍ଷୀଙ୍କ ଉପରେ କୌଣସି ପ୍ରକାରର ପ୍ରଭାବ ନ ପକାଇବାକୁ ଏବଂ ସାକ୍ଷୀଙ୍କୁ ପ୍ରଭାବିତ ନକରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କେ.କବିତା ଗତ ୫ ମାସ ହେଲା ଗିରଫ ହୋଇ ଜେଲ୍‌ରେ ଥିଲେ। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲା ସହ ଜଡିତ ଅର୍ଥ ହେରଫେର ମାମଲାରେ ମାର୍ଚ୍ଚ ୧୫ ତାରିଖରେ ହାଇଦ୍ରାବାଦର ବଞ୍ଜାରା ହିଲ୍ସରୁ କେ କବିତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଥିଲା।ବା କେ.କବିତା ଗତ ରାତିରେ ତିହାର ଜେଲ୍‌ରୁ ବାହାରକୁ ଆସିଛନ୍ତି।

କେ.କବିତା ଜେଲ୍‌ରୁ ବାହାରକୁ ଆସିବା ପରେ ନିଜ ସ୍ୱାମୀ, ପୁଅ ଓ ଭାଇଙ୍କୁ ଦେଖି ବେଶ୍‌ ଭାବୁକ ହୋଇ ଯାଇଥିଲେ। ଏହି ସମୟରେ ଜେଲ୍‌ ବାହାରେ ଉପସ୍ଥିତ ଥିବା ଶହ ଶହ ବିଆର୍‌ଏସ୍‌ କର୍ମକର୍ତ୍ତା କେ. କବିତାଙ୍କର ବେଶ୍‌ ଜୋରଦାର ଢଙ୍ଗରେ ସ୍ୱାଗତ କରିଥିଲେ।

ଜେଲ୍‌ରୁ ବାହାରେ ଉପସ୍ଥିତ ଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ବୋଧନ କରି କେ. କବିତା କହିଥିଲେ, ସମଗ୍ର ଦେଶବାସୀ ଜାଣିଛନ୍ତି ମୋତେ କେବଳ ରାଜନୀତି ପାଇଁ ଫସାଇ ଦିଆଗଲା। ବିନା କୌଣସି ଦୋଷରେ ମୋତେ ଜେଲ୍‌ରେ ଭର୍ତ୍ତି କରାଗଲା। ମୁଁ କୌଣସି ଭୁଲ୍‌ କରି ନାହିଁ। ଆମେ ଫାଇଟର୍ସ। ଆଇନଗତ ପ୍ରକ୍ରିୟା ତଥା ରାଜନୀତିକ ଉପାୟରେ ଆମେ ଏହି ଲଢ଼େଇ ଲଢ଼ିବୁ ।

ଦିଲ୍ଲୀ ହାଇକୋର୍ଟଙ୍କ ଜାମିନ ଆବେଦନ ପ୍ରତ୍ୟାଖ୍ୟାନ ଆଦେଶକୁ ସର୍ବୋଚ୍ଚ ଅଦାଲତ ଗତକାଲି ଖାରଜ କରି ଜାମିନ ପ୍ରଦାନ କରିଥିଲେ। କବିତାଙ୍କୁ ୧୦ଲକ୍ଷ ଟଙ୍କା ଜାମିନ ବଣ୍ଡ ପ୍ରଦାନ କରିବାକୁ, ନିଜ ପାସ୍‌ପୋର୍ଟ ଜମା କରିବାକୁ, ସାକ୍ଷୀଙ୍କ ଉପରେ କୌଣସି ପ୍ରକାରର ପ୍ରଭାବ ନ ପକାଇବାକୁ ଏବଂ ସାକ୍ଷୀଙ୍କୁ ପ୍ରଭାବିତ ନକରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କେ.କବିତା ଗତ ୫ ମାସ ହେଲା ଗିରଫ ହୋଇ ଜେଲ୍‌ରେ ଥିଲେ। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲା ସହ ଜଡିତ ଅର୍ଥ ହେରଫେର ମାମଲାରେ ମାର୍ଚ୍ଚ ୧୫ ତାରିଖରେ ହାଇଦ୍ରାବାଦର ବଞ୍ଜାରା ହିଲ୍ସରୁ କେ କବିତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଥିଲା।

Related story