Advertisment

ଦେଶର ସବୁଠୁ ବଡ଼ ଧଳା ହାତୀ କଂଗ୍ରେସ: କେଟିଆର୍

ତେଲେଙ୍ଗାନାର ୧୧୯ ବିଧାନସଭା ଆସନ ପାଇଁ ଆସନ୍ତା ନଭେମ୍ବର ୩୦ ତାରିଖରେ ଭୋଟ୍‌ ପଡିବ।

author-image
Madhupriya Mistry
ଅଦ୍ୟତନ ହୋଇଛି
KTR

KTR

ପାଖେଇ ଆସିଲାଣି ୫ ରାଜ୍ୟର ବିଧାନସଭା ନିର୍ବାଚନ। ଏହାକୁ ନେଇ ସମସ୍ତ ଦଳ ପ୍ରସ୍ତୁତ ହୋଇଗଲେଣି। ଆରମ୍ଭ ହୋଇଗଲାଣି ଘନ ଘନ ପ୍ରଚାର। ସମସ୍ତ ଦଳ ସରକାର ଗଠନ କରିବେ ବୋଲି ଦାବି କରୁଛନ୍ତି। କିନ୍ତୁ ତେଲେଙ୍ଗାନାରେ ଭାରତ ରାଷ୍ଟ୍ର ସମିତି ତଥା ବିଆର୍‌ଏସ୍‌, କଂଗ୍ରେସ ଓ ବିଜେପି ମଧ୍ୟରେ ପ୍ରକୃତ ଲେଢ଼ଇ ହେବ। ସମସ୍ତ ଦଳର ନେତା ମୌଦାନକୁ ଓହ୍ଲାଇ ନିର୍ବାଚନୀ ପ୍ରଚାରରେ ଲାଗି ପଡିଛନ୍ତି। ଏହାରି ଭିତରେ ତେଲେଙ୍ଗାନା ସରକାରର ମନ୍ତ୍ରୀ ତଥା ବିଆର୍‌ଏସ୍‌ ନେତା କେଟି ରାମା ରାଓ କଂଗ୍ରେସକୁ ଟାର୍ଗେଟ କରିଛନ୍ତି।

Advertisment

ଏକ ସାମ୍ବାଦିକ ସମ୍ମିଳନୀରେ କେଟିଆର୍‌ କହିଛନ୍ତି, ଦେଶର ବଡ଼ ଧଲା ହାତୀ ହେଉଛି କଂଗ୍ରେସ। କାରଣ ଏହି ଦଳର ଲୋକଙ୍କୁ ଦୀର୍ଘ ଦିନ ଧରି ଦେଶବାସୀ ସହ୍ୟ କରିଛନ୍ତି। ଦୀର୍ଘ ଦିନ ଧରି ଲୋକେ କଂଗ୍ରେସର କୁଶାସନ ଓ ଦୁଃସାହାସ ଭୋଗିଛନ୍ତି। ଏଥିପାଇଁ ଅସଲି ଧଳା ହାତୀ ହେଉଛି କଂଗ୍ରେସ।

ସେ ଆହୁରି କହିଛନ୍ତି, ଦେଶ ସ୍ୱାଧୀନ ହେବା ପରେ ଜାତିର ପିତା ମହାତ୍ମା ଗାନ୍ଧି କଂଗ୍ରେସ ଦଳକୁ ଭାଙ୍ଗି ଦେବା ଉଚିତ ବୋଲି କହିଥିଲେ। କିନ୍ତୁ ସେହି ସମୟରେ ଦଳ ଭାଙ୍ଗି ନଥିଲା। ଏଥିପାଇଁ ଦୁର୍ଭାଗ୍ୟବଶତଃ କଂଗ୍ରେସ ଆଜି ବି ଅଛି, ଆଉ ଲୋକେ ଏହି ଦଳକୁ ନେଇ ଅସନ୍ତୋଷ ଅଛନ୍ତି।

Advertisment

ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧି ତେଲେଙ୍ଗାନାରେ ଏକ ରାଲି କରିବା ସମୟରେ କେସିଆର ସରକାରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ। କେସିଆର୍‌ ସରକାର ରାଜ୍ୟର ବିକାଶ ହେବାକୁ ଦେଇନଥିବା ସେ ଅଭିଯୋଗ କରିଥିଲେ। କଂଗ୍ରେସ ଦଳ ତେଲେଙ୍ଗାନା ଗଠନର ନିଷ୍ପତ୍ତି ନେଇଥିଲା। ଏଭଳି ନିଷ୍ପତ୍ତି ଯୋଗୁ ଆଗକୁ ରାଜନୈତିକ କ୍ଷତି ହେବ ବୋଲି ଆମକୁ ଜଣାଥିଲା। କିନ୍ତୁ ଆମେ ଜନତାଙ୍କ ହିତରେ ଏଭଳି ନିଷ୍ପତ୍ତି ନେଇଥିଲୁ। ହେଲେ ଗତ ୧୦ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ କେସିଆର୍‌ ତେଲେଙ୍ଗାନାର ଲୋକଙ୍କ ସପ୍ନକୁ ଭାଙ୍ଗି ସାରିଲେଣି ବୋଲି ରାହୁଲ କହିଥିଲେ।

ତେଲେଙ୍ଗାନାର ୧୧୯ ବିଧାନସଭା ଆସନ ପାଇଁ ଆସନ୍ତା ନଭେମ୍ବର ୩୦ ତାରିଖରେ ଭୋଟ୍‌ ପଡିବ। ଡିସେମ୍ବର ୩ ତାରିଖରେ ନିର୍ବାଚନୀ ଫଳାଫଳ ଆସିବ। ତେଲେଙ୍ଗାନାରେ ଏବେ ବିଆର୍‌ଏସ୍‌ ସରକାରରେ ଅଛି। ଏଥିର ନିର୍ବାଚନରେ କଂଗ୍ରେସ ଓ ବିଜେପି ବିଆର୍‌ଏସ୍‌କୁ ଟକ୍କର ଦେବା ପାଇଁ ସଜବାଜ ହୋଇଛନ୍ତି। ୨୦୧୮ ବିଧାନସଭା ନିର୍ବାଚନରେ ବିଆର୍‌ଏସ୍‌ ତେଲେଙ୍ଗାନାର ୮୮ଟି ଆସନରେ ବିଜୟ ହାସଲ କରିଥିଲା। ସେହିପରି କଂଗ୍ରେସ ୧୯, ଏଆଇଏମ୍‌ଆଇଏମ୍‌ ୭ଟି ଆସନରେ ଜିତିଥିଲା। ସେପଟେ ବିଜେପିକୁ କେବଳ ଗୋଟିଏ ଆସନରେ ସନ୍ତୁଷ୍ଟ ହେବାକୁ ପଡିଥିଲା।   

Congress Telengana 2023 Assembly Poll Brs