Advertisment

ଭାଇ ବିବାହରେ ଯୁବକ ହେଲେ ରକ୍ତମୁଖା; ନିଜ ପରିବାରର ୫ ଜଣଙ୍କୁ ହାଣି ଦେଲେ

ଭାଇ ବିବାହରେ ଭାଇ ଖେଳିଳା ରକ୍ତର ହୋଲି । ହାତରେ ମାରଣାସ୍ତ୍ର ଧରି ନିଜ ଆତ୍ମୀୟଙ୍କୁ ହାଣି ଚାଲିଲା।

Marriage

Marriage

Advertisment

ବିବାହ ସାରି ବର କନିଆ ଘରକୁ ଫେରିଥିବା ବେଳେ ଘରେ ଥିଲା ବନ୍ଧୁବାନ୍ଧବକଙ୍କ ଭିଡ଼ । ହେଲେ ରାତି ଅଧରେ ନିଜ ଭାଇ ସାଜିଲା ରକ୍ତମୁଖା। ଭାଇ ବିବାହରେ ଭାଇ ଖେଳିଳା ରକ୍ତର ହୋଲି । ହାତରେ ମାରଣାସ୍ତ୍ର ଧରି ନିଜ ଆତ୍ମୀୟଙ୍କୁ ହାଣି ଚାଲିଲା। ଘଟଣାସ୍ଥଳରେ ୫ ଜଣ ଆଖି ବୁଜି ଦେଇଥିବା ବେଳେ ମେଡିକାଲରେ ୨ ଜଣ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଏପରି ଏକ ଲୋମଟାଙ୍କୁରା ଘଟଣା ଉତ୍ତରପ୍ରଦେଶର ମୈନପୁରୀର ଗୋକୁଳପୁର ଅରସରା ଗ୍ରାମରେ ଗତକାଲି ରାତିରେ ଘଟିଛି।

Advertisment

ଅଭିଯୁକ୍ତଜଣକ ନୋଏଡ଼ାର ଏକ ଘରୋଇ କମ୍ପାନୀରେ କାମ କରୁଥିବା ବେଳେ ତାଙ୍କ ପତ୍ନୀ ଗାଁରେ ରୁହନ୍ତି । ନିଜ ଭାଇଙ୍କ ବିବାହରେ ସାମିଲ ହେବାକୁ ସେ ଘରକୁ ଆସିଥିଲେ। ଏହି ସମୟରେ ବିବାହ ଉତ୍ସବ ନିମନ୍ତେ ଘରେ ବନ୍ଧୁବାନ୍ଧବଙ୍କ ଭିଡ଼ ଜମିଥିଲା।

ଗତକାଲି ବିବାହ ପରେ ସନ୍ଧ୍ୟାରେ ବର କନିଆ ଓ ବନ୍ଧୁବାନ୍ଧବ ଘରକୁ ଫେରିଥିଲେ। ଏହାପରେ ହାଲିଆ ହୋଇ ଯାଇଥିବା ସମସ୍ତେ ଶୋଇ ପଡ଼ିଥିଲେ।

Advertisment

ବିଳମ୍ବିତ ରାତି ପ୍ରାୟ ୨ଟାରେ ଅଭିଯୁକ୍ତ ହାତରେ ଏକ ମାରଣାସ୍ତ୍ର ଧରି ଘରେ ପଶିଥିଲେ। ଏହାପରେ କେହି କିଛି ବୁଝିବା ଆଗରୁ ଅଚାନକ ସେମାନଙ୍କୁ ଅକ୍ରମଣ କରି ଚାଲିଥିଲେ। ଏପରିକି ସେ ନିଜ ଭାଇ, ଭାଉଜ, ଭଉଣୀ, ଭିଣୋଇ ଓ ଜଣେ ସାଙ୍ଗଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି। ଏହାପରେ ଅଭିଯୁକ୍ତ ନିଜ ମୁଣ୍ଡକୁ ଗୁଳି କରି ଘଟଣାସ୍ଥଳରେ ଆତ୍ମହତ୍ୟା କରିଛନ୍ତି। ସେ ନିଜ ପତ୍ନୀ ଓ ମାଇଁଙ୍କୁ ଆକ୍ରମଣ କରିଥିଲେ ବି ସେମାନେ ବର୍ତ୍ତି ଯାଇଥିବା ଜଣାଯାଇଛି। ଦୁହିଁଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଅଭିଯୁକ୍ତଜଣକ ନିଜେ ଆତ୍ମହତ୍ୟା କରିଥିବାରୁ ଏପରି ଆକ୍ରମଣ ପଛର କାରଣ ଜଣାପଡ଼ିନି । ବନ୍ଧୁବାନ୍ଧବଙ୍କ କୋଳାହଳରେ ଫାଟି ପଡ଼ୁଥିବା ବେଳେ ହଠାତ୍‌ ଏପରି କାଣ୍ଡ ଘଟିଥିବାରୁ ଅସମ୍ଭବ ନୀରବତା ଛାଇ ଯାଇଛି।

Murder Uttar Pradesh Marriage
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe