Advertisment

ବିଏସ ୟେଦ୍ୟୁରପ୍ପାଙ୍କୁ ଗିରଫଦାରୀରୁ ମିଳିଲା ଆଶ୍ୱସ୍ତି

ଗୁରୁବାର ତାଙ୍କ ବିରୋଧରେ ବେଙ୍ଗାଲୁରୁର ଗୋଟିଏ କୋର୍ଟ ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲେ।

BS Yediyurappa

BS Yediyurappa

Advertisment

କର୍ଣ୍ଣାଟକା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ବିଏସ ୟେଦ୍ୟୁରପ୍ପାଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି। ତାଙ୍କୁ ଗିରଫଦାରୀରୁ ସୁରକ୍ଷା ଦେଇଛନ୍ତି କର୍ଣ୍ଣାଟକା ହାଇକୋର୍ଟ। ଗୁରୁବାର ତାଙ୍କ ବିରୋଧରେ ବେଙ୍ଗାଲୁରୁର ଗୋଟିଏ କୋର୍ଟ ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲେ। ପୋକସୋ ନିୟମ ଅଧୀନରେ ରୁଜୁ ହୋଇଥିବା ଏକ ମାମଲା ଉପରେ କୋର୍ଟ ୟେଦ୍ୟୁରପ୍ପାଙ୍କୁ ଗିରଫ କରିବାକୁ କହିଥିଲେ।

Advertisment

ତେବେ ଆଜି ହାଇକୋର୍ଟ ଏହା ଉପରେ ରୋକ ଲଗାଇବା ସହ ପରବର୍ତ୍ତୀ ଶୁଣାଣି ଯାଏ ତାଙ୍କ ବିରୋଧରେ କୌଣସି ପ୍ରକାରର ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ କହିଛନ୍ତି। ଜୁନ ୧୭ରେ ମାମଲା ପରବର୍ତ୍ତୀ ଶୁଣାଣି ହେବ। କୋର୍ଟ ୟେଦ୍ୟୁରପ୍ପାଙ୍କୁ ଗିରଫଦାରୀରୁ ସୁରକ୍ଷା ଦେଇଥିଲେ ହେଁ ପୁଲିସ ଷ୍ଟେସନ ଯାଇ ତଦନ୍ତରେ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ୟେଦ୍ୟୁରପ୍ପାଙ୍କ ଓକିଲ ସନ୍ଦୀପ ସି ପାଟିଲ କହିଛନ୍ତି, “ଆମେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲୁ। ତଦନ୍ତକାରୀ ସଂସ୍ଥାର ପକ୍ଷପାତିତା ପୂର୍ଣ୍ଣ ପଦକ୍ଷେପ ବିରୋଧରେ ଆମେ ହାଇକୋର୍ଟ ଆସିଥିଲୁ। ୟେଦ୍ୟୁରପ୍ପା ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ସହ ତାଙ୍କ ବୟସ ଯଥେଷ୍ଟ ହେଲାଣି। ସେ ତଦନ୍ତରେ ମଧ୍ୟ ସହଯୋଗ କରୁଛନ୍ତି। ତେଣୁ ଏପରି ସ୍ଥିତିରେ ତଦନ୍ତକାରୀ ଅଧିକାରୀ କୋର୍ଟ ଯାଇ ତାଙ୍କ ବିରୋଧରେ ୱାରେଣ୍ଟ ହାସଲ କରିପାରିବେ ନାହିଁ।

Advertisment

ସହଯୋଗ ସମୟରେ ଗିରଫଦାରୀର ପ୍ରଶ୍ନ ଉଠୁନାହିଁ। ଏସବୁ ଶୁଣିବାର ପରେ ହାଇକୋର୍ଟ ଗିରଫ ପରୱାନା ଉପରେ ରୋକ ଲଗାଇ ଦେଇଛନ୍ତି। ଏବେ ତଦନ୍ତକାରୀ ସଂସ୍ଥା ତାଙ୍କ ବିରୋଧରେ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ନାହିଁ। ୟେଦ୍ୟୁରପ୍ପା ମଧ୍ୟ ଆସନ୍ତା ୧୭ ତାରିଖରେ ତଦନ୍ତରେ ସହଯୋଗ କରିବେ ବୋଲି ଗୋଟିଏ ଚିଠି ଲେଖି ସାରିଛନ୍ତି। କୋର୍ଟ ଏହାକୁ ଗ୍ରହଣ କରି ତଦନ୍ତରେ ସହଯୋଗ କରିବାକୁ କହିଛନ୍ତି।”

ସୂଚନା ଅନୁସାରେ, ଜଣେ ନାବାଳିକାଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ୟେଦ୍ୟୁରପ୍ପାଙ୍କ ବିରୋଧରେ ପୋକ୍‌ସୋ ଆକ୍ଟରେ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ବୁଧବାର ସିଆଇଡି ତାଙ୍କୁ ନୋଟିସ୍‌ ଜାରି କରି ପଚରାଉଚରା ପାଇଁ ଡକାଇଥିଲା। କିନ୍ତୁ ୟେଦ୍ୟୁରପ୍ପା ହାଜର ହୋଇପାରିବେ ନାହିଁ ବୋଲି କହିଥିଲେ।

ୟେଦ୍ୟୁରପ୍ପା ତାଙ୍କ ଓକିଲଙ୍କ ଜରିଆରେ କହିଥିଲେ ଯେ, ବର୍ତ୍ତମାନ ସେ ଦିଲ୍ଲୀରେ ଅଛନ୍ତି। ତେଣୁ ତାଙ୍କୁ ଗୋଟିଏ ସପ୍ତାହ ସମୟ ଦିଆଯାଉ। କିନ୍ତୁ ବେଙ୍ଗାଲୁରୁର ଏକ କୋର୍ଟ ଏହି ମାମଲାରେ ତାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲେ।

ଚଳିତ ବର୍ଷ ମାର୍ଚ୍ଚ ୧୪ରେ ଉକ୍ତ ନାବାଳିକାଙ୍କ ମା’ ସଦାଶିବନଗର ପୁଲିସ ଷ୍ଟେସନରେ ୟେଦ୍ୟୁରପ୍ପାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିଲେ। ଏକ ଠକେଇ ମାମଲାରେ ସେ ବରିଷ୍ଠ ବିଜେପି ନେତା ୟେଦ୍ୟୁରପ୍ପାଙ୍କ ଘରକୁ ସହାୟତା ପାଇଁ ଯାଇଥିବା ବେଳେ ସେ ତାଙ୍କ ଝିଅକୁ ଅସଦାଚରଣ କରିଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି।

Karnataka BS Yediyurappa
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe