Advertisment

ବଢ଼ିଲା ଅଡୁଆ, ଗିରଫ ହୋଇପାରନ୍ତି ୟେଦୁରପ୍ପା

କର୍ଣ୍ଣାଟକ ଗୃହମନ୍ତ୍ରୀ ଜି ପରମେଶ୍ୱର କହିଛନ୍ତି ଯେ ଆବଶ୍ୟକ ସ୍ଥଳେ ପୋକସୋ ମାମଲାରେ ବିଜେପିର ବରିଷ୍ଠ ନେତା ବି.ଏସ୍ ୟେଦୁରପ୍ପାଙ୍କୁ ଗିରଫ କରାଯିବ।

author-image
Madhupriya Mistry
BS Yediyurappa

BS Yediyurappa

ବଢ଼ିଲା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପାଙ୍କ ଅଡ଼ୁଆ। ହୋଇପରନ୍ତି ଗିରଫ। ଯଦି ଆବଶ୍ୟକ ପଡେ ତେବେ ଏହି ବରିଷ୍ଠ ବିଜେପି ନେତାଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ଖୋଦ୍ କର୍ଣ୍ଣାଟକ ଗୃହମନ୍ତ୍ରୀ ଜି ପରମେଶ୍ୱର।

Advertisment

ଗୁରୁବାର କର୍ଣ୍ଣାଟକ ଗୃହମନ୍ତ୍ରୀ ଜି ପରମେଶ୍ୱର କହିଛନ୍ତି ଯେ ଆବଶ୍ୟକ ସ୍ଥଳେ ପୋକସୋ ମାମଲାରେ ବିଜେପିର ବରିଷ୍ଠ ନେତା ବି.ଏସ୍ ୟେଦୁରପ୍ପାଙ୍କୁ ଗିରଫ କରାଯିବ। ରାଜ୍ୟ ଅପରାଧିକ ତଦନ୍ତ ବିଭାଗ (ସିଆଇଡି) ଏହା ଉପରେ ନିଷ୍ପତ୍ତି ନେବ।

୧୭ ବର୍ଷୀୟ ଜଣେ ନାବାଳିକାଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ବିଏସ୍‌ ୟେଦୁରପ୍ପାଙ୍କ ବିରୋଧରେ ପୋକସୋ ଆକ୍ଟରେ ମାମଲା ରୁଜୁ ହୋଇଛି। ଏହି ମାମଲାରେ ବୁଧବାର ସିଆଇଡି ତାଙ୍କୁ ନୋଟିସ୍‌ ଜାରି କରି ପଚରାଉଚରା ପାଇଁ ଡକାଇଥିଲା। କିନ୍ତୁ ୟେଦୁରପ୍ପା ତାଙ୍କ ଓକିଲଙ୍କ ମାଧ୍ୟମରେ ସେ ବର୍ତ୍ତମାନ ଦିଲ୍ଲୀରେ ଥିବା ଦର୍ଶାଇ ସିଆଇଡିରେ ହାଜର ହେବାକୁ ଏକ ସପ୍ତାହ ସମୟ ମାଗିଛନ୍ତି।

Advertisment

କହିରଖୁ ଯେ, ମାର୍ଚ୍ଚ ୧୪ ତାରିଖରେ ପୀଡିତାଙ୍କ ମା' ସଦାଶିବନଗର ପୁଲିସ ଷ୍ଟେସନରେ ୟେଦୁରପ୍ପାଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଚଳିତ ବର୍ଷ ଫେବ୍ରୁଆରୀ ୨ ତାରିଖରେ ଏହି ଘଟଣା ଘଟିଥିଲା। ଏକ ଠକେଇ ମାମଲାରେ ଏହି ବରିଷ୍ଠ ବିଜେପି ନେତାଙ୍କ ଘରକୁ ସହାୟତା ମାଗିବାକୁ ଯାଇଥିବା ବେଳେ ସେ ତାଙ୍କ ଝିଅକୁ ଅସଦାଚରଣ କରିଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି। 

ଅଭିଯୋଗକୁ ଭିତ୍ତି କରି ପୋଲିସ POCSO ଆକ୍ଟ ଏବଂ ଆଇପିସିର ଧାରା 354A (ଯୌନ ଉତ୍ପୀଡ଼ନ) ଅନୁଯାୟୀ ବରିଷ୍ଠ ବିଜେପି ନେତାଙ୍କ ବିରୋଧରେ ମାମଲା ରୁଜୁ କରିଛି। ସେପଟେ ୟେଦୁରପ୍ପା ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଏହାକୁ ସେ ଭିତ୍ତିହୀନ ବୋଲି କହିଛନ୍ତି।

Karnataka BS Yediyurappa Pocso Case G Parameshwara