Advertisment

ଅଘଟଣରୁ ବର୍ତ୍ତିଲେ ୟେଦ୍ୟୁରପ୍ପା

ପାଇଲଟ ସୁରକ୍ଷିତ ଭାବେ ଲ୍ୟାଣ୍ଡିଂ କରିବାକୁ ବଡ଼ ଧରଣର ଅଘଟଣରୁ ସମସ୍ତେ ବର୍ତ୍ତି ଯାଇଥିବା ଜଣାଯାଇଛି।

ଅଦ୍ୟତନ ହୋଇଛି
Helicopter

Helicopter

Advertisment

ବଡ଼ ଅଘଟଣରୁ ବର୍ତ୍ତିଗଲେ ଭାଜପାର ବରିଷ୍ଠ ନେତା ବିଏସ୍‌ ୟେଦ୍ୟୁରପ୍ପା । ୟେଦ୍ୟୁରପ୍ପା କର୍ଣ୍ଣାଟକର କଲବୁର୍ଗୀର ଜେବରଗୀକୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଛି। ଲ୍ୟାଣ୍ଡିଂରେ ସମସ୍ୟା ହେବାରୁ ମଝି ଆକାଶରେ ଥିବା ୟେଦ୍ୟୁରପ୍ପାଙ୍କ ହେଲିକପ୍ଟର କିଛି ସମୟ ପାଇଁ ଟଳମଳ ହୋଇଥିବା ଜଣାଯାଇଛି। ମାତ୍ର ପାଇଲଟ ସୁରକ୍ଷିତ ଭାବେ ଲ୍ୟାଣ୍ଡିଂ କରିବାକୁ ବଡ଼ ଧରଣର ଅଘଟଣରୁ ସମସ୍ତେ ବର୍ତ୍ତି ଯାଇଥିବା ଜଣାଯାଇଛି।

Advertisment

ୟେଦ୍ୟୁରପ୍ପା ଆଜି ଜେବରଗୀକୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ। ଏକ ଫାର୍ମ ହାଉସ ପଡ଼ିଆରେ ହେଲିକପ୍ଟର ଅବତରଣ କରିବା ନିମନ୍ତେ ଜାଗା ଚିହ୍ନଟ ହୋଇଥିଲା। ମାତ୍ର ହେଲିକପ୍ଟର ଅପତରଣ କରିବା ସମୟରେ ଆଖପାଖରେ ଥିବା ପ୍ଲାଷ୍ଟିକ ଜରି ଓ କପଡ଼ା ଉଡ଼ି ତା’ ବ୍ଲେଡରେ ଲାଗିଥିଲା। ଫଳରେ ହେଲିକପ୍ଟରଟି ଅବତରଣ କରି ପାରି ନ ଥିଲା।

ଏହାପରେ ପୁଣି ଥରେ ଉପରକୁ ଉଠି ଯାଇଥିଲା ହେଲିକପ୍ଟର। ଏହି ସମୟରେ ଉକ୍ତ ଜାଗାକୁ ସଫା କରାଯାଇଥିଲା। ଏହା ମଧ୍ୟରେ ୟେଦ୍ୟୁରପ୍ପାଙ୍କୁ ଧରି ମଝି ଆକାଶରେ ଉଡ଼ୁଥିବା ବେଳେ ହେଲିକପ୍ଟଟି ଭାରସାମ୍ୟ ହରାଇ ଦୋହଲିବାକୁ ଲାଗିଲା। ଏପରିକି କିଛି ଅଘଟଣ ଘଟିପାରେ ବୋଲି ପ୍ରତ୍ୟକ୍ଷଦର୍ଶୀ ଆଶଙ୍କା କରୁଥିଲେ।

Advertisment

ପଡ଼ିଆ ସଫା କରାଯିବା ପରେ ତୁରନ୍ତ ପାଇଲଟ ସୁରକ୍ଷିତ ଭାବେ ହେଲିକପ୍ଟରଟିକୁ ଅବତରଣ କରିଥିଲେ। ଫଳରେ ଏକ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ ୟେଦ୍ୟୁରପ୍ପା।

Karnataka B. S. Yediyurappa
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe