Advertisment

ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, ସମସ୍ତ ନକ୍ସଲ କ୍ୟାମ୍ପ ଧ୍ୱଂସ

ବିଜେପି ନେତାଙ୍କୁ ହତ୍ୟାର 24 ଘଣ୍ଟା ମଧ୍ୟରେ ନକ୍ସଲ କ୍ୟାମ୍ପ୍ ଧ୍ୱଂସ କଲେ ବିଏସଏଫ୍ ଯବାନ।

Representative Image

Representative Image

Advertisment

ଛତିଶଗଡରେ ନକ୍ସଲଙ୍କୁ ମୁହଁତୋଡ ଜବାବ ଦେଲେ ବିଏସଏଫ୍ ଯବାନ। ବିଜେପି ନେତାଙ୍କୁ ହତ୍ୟାର 24 ଘଣ୍ଟା ମଧ୍ୟରେ ନକ୍ସଲ କ୍ୟାମ୍ପ୍ ଉଡାଇ ଦେଇଛନ୍ତି ବିଏସଏଫ୍ ଟିମ୍। ଗତକାଲି ନାରାୟଣପୁରରେ ଜଣେ ବିଜେପି ନେତାଙ୍କୁ ହତ୍ୟା କରିଥିଲେ ନକ୍ସଲ।

Advertisment

ସୂଚନା ଅନୁସାରେ, ଆଜି ପୂର୍ବାହ୍ନରେ ଛତିଶଗଡର କାଙ୍କେର ଜିଲ୍ଲାର ଅନ୍ତଗଡ ଅଞ୍ଚଳରେ ବିଏସଏଫ୍ ଜବାନଙ୍କ ଏକ ଟିମ୍ ଏବଂ ନକ୍ସଲମାନଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଦୀର୍ଘ ସମୟ ଧରି ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ କ୍ଷୟକ୍ଷତିର ସୂଚନା ମିଳିନଥିଲେ ମଧ୍ୟ ନକ୍ସଲଙ୍କ ସମସ୍ତ କ୍ୟାମ୍ପକୁ ଧ୍ୱଂସ କରିଦେଇଛନ୍ତି ସୁରକ୍ଷାକର୍ମୀ। 

ଅନ୍ୟପଟେ, ଜଙ୍ଗଲରେ ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି। ସ୍ଥାନୀୟ ପୁଲିସ ଏବଂ ବିଏସଏଫ ଫୋର୍ସ କମ୍ବିଂ ଅପରେସନକୁ ଜୋରଦାର କରିଛନ୍ତି। 

Advertisment

ସେପଟେ, ଛତିଶଗଡର ସୁକମା ଜିଲ୍ଲାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟି ଜଣେ ମାଓବାଦୀ ମୃତ ହୋଇଥିବା ବେଳେ 4 ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ପୁଲିସକୁ ଟାର୍ଗେଟ କରି ଲ୍ୟାଣ୍ଡମାଇନ ଖଞ୍ଜୁଥିବା ସମୟରେ ବିସ୍ଫୋରଣ ଘଟିଛି। 

Chhattisgarh Naxal Attack Naxal Camp Destroy BSF
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe