Advertisment

ଓଡ଼ିଶାରୁ ଜମ୍ମୁ ଓ କଶ୍ମୀର ଯିବେ BSF ଯବାନ

ଗଲା କିଛି ଦିନ ଧରି ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦୀଙ୍କ ଗତିବିଧି ବଢ଼ିଛି।

BSF

BSF

Advertisment

ଓଡ଼ିଶାରୁ ଜମ୍ମୁ ଓ କଶ୍ମୀର ଯିବେ BSF ଯବାନ। କୋରାପୁଟ ଓ ମାଲକାନଗିରିରେ ନିୟୋଜିତ ଥିବା ୨ ହଜାର ବିଏସ୍‌ଏଫ୍‌ ଯବାନ ସେଠାକୁ ଯିବେ। ଭାରତ-ପାକିସ୍ତାନ ସୀମାରେ ସେମାନଙ୍କୁ ନିୟୋଜିତ କରାଯିବ।

Advertisment

ଗଲା କିଛି ଦିନ ଧରି ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦୀଙ୍କ ଗତିବିଧି ବଢ଼ିଛି। ଏହାକୁ ଦୃଷ୍ଟିରେ ରଖି ଆଣ୍ଟି ନକ୍ସଲ ଅପରେସନ୍ ରେ ନିୟୋଜିତ ଥିବା ଏହି ବିଏସ୍‌ଏଫ ଯବାନଙ୍କୁ ତୁରନ୍ତ ସେଠାକୁ ପଠାଯିବ ବୋଲି ଜଣାପଡ଼ିଛି। ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି।

ଗତ ସପ୍ତାହେ ଧରି ରାଜୌରୀ, କୁପୱାଡା, ଡୋଡା ଭଳି ଅଞ୍ଚଳରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ। ଏପରିକି ଦୁଇ ସପ୍ତାହ ତଳେ ଜଣେ କ୍ୟାପଟେନଙ୍କ ସମେତ ୩ ଜଣ ଯବାନ ସହିଦ ହୋଇଥିଲେ। ଦୁଇ ଦିନ ତଳେ ରଜୌରୀରେ ୫ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଗତକାଲି କୁପୱାଡାରେ ଜଣେ ଯବାନ ସହିଦ ହୋଇଥିବା ବେଳେ ୪ ଜଣ ଆହତ ହୋଇଥିଲେ।

Advertisment
BSF Jawan Jammu Kashmir BSF
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe