Advertisment

ପାକିସ୍ତାନୀ ଡ୍ରୋନ୍‌କୁ ମାରି ଖସାଇଲା ବିଏସଏଫ

ପଞ୍ଜାବକୁ ଡ୍ରଗ୍ସ ଚୋରାଚାଲାଣ ଯୋଜନା ଫସର ଫାଟିଛି।

author-image
Tapas Behera
drone

drone

ପଞ୍ଜାବକୁ ଡ୍ରଗ୍ସ ଚୋରାଚାଲାଣ ଯୋଜନା ଫସର ଫାଟିଛି। ରବିବାର ପଞ୍ଜାବର ଗୁରୁଦାସପୁର ସୀମାରେ ପାକିସ୍ତାନୀ ଡ୍ରୋନକୁ ଖସାଇବାରେ ବିଏସଏଫ ସଫଳ ହୋଇଛି। ସର୍ଚ୍ଚ ଅପରେସନରେ ବିଏସଏଫ ଯବାନମାନେ ଡ୍ରୋନ ସହିତ ୪ଟି ପ୍ୟାକେଟ ହେରୋଇନ ଜବତ କରିଛନ୍ତି। ହେରାଇନର ଓଜନ ୨.୭୩୦ କିଲୋଗ୍ରାମ ବୋଲି କୁହାଯାଉଛି। ପାକିସ୍ତାନରୁ ଆସିଥିବା ଡ୍ରୋନ ଚାଇନା ନିର୍ମିତ ବୋଲି ଜଣାପଡ଼ିଛି।

Advertisment

ଏହା ୯ କିଲୋଗ୍ରାମ ଓଜନର ଜିନିଷକୁ ପାରିବହନ କରିପାରେ। ପ୍ରାୟ ଏକ ମାସ ପୂର୍ବେ ପଞ୍ଜାବ ପୁଲିସ ପାକିସ୍ତାନୀ ଡ୍ରୋନକୁ ଗୁଳି ଚଳାଇଥିଲା। ଏହି ମାମଲାରେ ଦୁଇ ଜଣଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଅନ୍ୟପଟେ ଜମ୍ମୁ ଅଂଚଳରେ ଭାରତ-ପାକିସ୍ତାନ ସୀମା ନିକଟରେ ରାଡାର ଡ୍ରୋନ ମୁତୟନ କରିଛି ବିଏସଫ । ଏହା ଦ୍ୱାରା ସୁଡଙ୍ଗ ମାଧ୍ୟମରେ ପ୍ରବେଶ କରୁଥିବା ଆତଙ୍କବାଦୀଙ୍କ ଉପରେ ନଜର ରଖାଯାଇ ପାରିବ । ସେହିପରି ଅସ୍ତ୍ରଶସ୍ତ୍ର ଓ ଡ୍ରଗ୍ସ ଚୋରା କାରୋବାରକୁ ମଧ୍ୟ ଏହା ମାଧ୍ୟମରେ ରୋକାଯାଇ ପାରିବ । ଜମ୍ମୁ ସୀମାର ୧୯୨ କିଲୋମିଟର ମଧ୍ୟରେ ୫ଟି ସୁଡଙ୍ଗ ମିଳିବା ପରେ ବିଏସଏଫ ସତର୍କ ହୋଇଥିଲା ।

ଏହି ଡ୍ରୋନ ସମ୍ପୂର୍ଣ୍ଣ ଭାବେ ସ୍ୱଦେଶୀ ଟେକ୍ନାଲୋଜିରେ ନିର୍ମିତ ହୋଇଛି । ଏଥିରୁ ନିର୍ଗତ ହେଉଥିବା ରେଡିଓ ତରଙ୍ଗ ସୁଡଙ୍ଗକୁ ଚିହ୍ନଟ କରିପାରିବ । ଏହା ବ୍ୟତୀତ ଏଥିରେ ଏ ଭଳି ଗୁଣ ରହିଛି ଯାହାକି ପ୍ରକାଶ କରାଯାଇ ପାରିବ ନାହିଁ ।ସୈନିକମାନେ ଏହା ଯୋଗୁ ଆଗୁଆ ସତର୍କ ହୋଇପାରିବେ ଏବଂ ଆତଙ୍କବାଦୀଙ୍କୁ କାବୁ କରିବାରେ ମଧ୍ୟ ସଫଳ ହୋଇପାରିବେ ବୋଲି ବିଏସଏଫର ଜନୈକ ଅଧିକାରୀ କହିଛନ୍ତି ।

Advertisment
India