Advertisment

ସୀମାରୁ ୪.୫ କେଜିର ଡ୍ରଗ୍ସ ଜବତ କଲା ବିଏସ୍‌ଏଫ, ଡ୍ରୋନରେ ପାକିସ୍ତାନରୁ ଆସିଥିଲା

ଏହାକୁ ଡ୍ରୋନ ଦ୍ୱାରା ପାକିସ୍ତାନରୁ ଅଣାଯାଇ ଅନ୍ତର୍ଜାତୀୟ ସୀମା(ଆଇବି)କୁ ଲାଗି ରହିଥିବା ପଞ୍ଜାବର ଫଜଲିକା ସେକ୍ଟର ନିକଟରେ ପକା ଯାଇଥିଲା।

BSF

BSF

Advertisment

ଡ୍ରୋନ ଯୋଗେ ପାକିସ୍ତାନ ସୀମାରେ ଚାଲିଥିବା ନିଶାଦ୍ରବ୍ୟ କାରବାରକୁ ପୁଣିଥରେ ପଣ୍ଡ କରିଛନ୍ତି ସୁରକ୍ଷାକର୍ମୀ। ପାକିସ୍ତାନରୁ ଡ୍ରୋନ ଯୋଗେ ଆସିଥିବା ବିପୁଳ ପରିମାଣର ଡ୍ରଗ୍ସକୁ ଆଜି ବିଏସ୍‌ଏଫ ଯବାନମାନେ ଜବତ କରିଛନ୍ତି। ଜବତ ହୋଇଥିବା ୪ ପ୍ୟାକେଟ ଡ୍ରଗ୍ସର ଓଜନ ୪.୫ କେଜି ବୋଲି ଜଣାପଡ଼ିଛି।

Advertisment

ଏହାକୁ ଡ୍ରୋନ ଦ୍ୱାରା ପାକିସ୍ତାନରୁ ଅଣାଯାଇ ଅନ୍ତର୍ଜାତୀୟ ସୀମା(ଆଇବି)କୁ ଲାଗି ରହିଥିବା ପଞ୍ଜାବର ଫଜଲିକା ସେକ୍ଟର ନିକଟରେ ପକା ଯାଇଥିଲା। କିନ୍ତୁ ଏହା ନିଶାକାରବାରରେ ଲିପ୍ତ ଲୋକଙ୍କ ହାତରେ ଲାଗିବା ପୂର୍ବରୁ ବିଏସ୍‌ଏଫ ଯବାନମାନେ ଏହାକୁ ଜବତ କରି ନେଇଛନ୍ତି।

ବିଏସ୍‌ଏଫ ପକ୍ଷରୁ କୁହାଯାଇଛି ଯେ ଏପ୍ରି ୧୨-୧୩ ତାରିଖ ରାତିରେ ପୂରା ଘଟଣା ଘଟିଛି। ଗୁଇନ୍ଦା ସୂଚନା ଆଧାରରେ ସୀମାନ୍ତ ଅଞ୍ଚଳରେ ସୁରକ୍ଷାକର୍ମୀମାନେ ଆଲର୍ଟରେ ରହିଥିଲେ। ଏହି ସମୟରେ ପାକିସ୍ତାନ ସୀମାରୁ ଗୋଟିଏ ଡ୍ରୋନ ଭାରତୀୟ ସୀମାରେ ପ୍ରବେଶ କରିଥିଲା।

Advertisment

ଏହାକୁ ଟାର୍ଗେଟ କରି ସୁରକ୍ଷାକର୍ମୀମାନେ ଗୁଳିମାଡ଼ କରିଥିଲେ। ଡ୍ରୋନଟି ହଠାତ୍‌ ସୀମାରୁ ନିଖୋଜ ହୋଇଯାଇଥିଲା। ଏହାପରେ ବିଏସଏଫ ପକ୍ଷରୁ ସୀମାନ୍ତ ଅଞ୍ଚଳରେ ସର୍ଚ୍ଚଅପରେସନ ଆରମ୍ଭ ହୋଇଥିଲା। ସର୍ଚ୍ଚ ଅପରେସନ ବେଳେ ୨ଟି ସନ୍ଦଗ୍ଧ ବ୍ୟାଙ୍ଗ ମିଳିଥିଲା।

ଏହା ମଧ୍ୟରୁ ୪ଟି ପ୍ୟାକ୍ଟେରେ ଥିବା ୪.୫ କେଜି ଓଜନର ହେରୋଇନ ଠାବ କରାଯାଇଥିଲା। ଫଜଲିକା ସେକ୍ଟରର ମାହାରଖେୱା ମାନସା ଗାଁ ନିକଟ ଗୋଟିଏ ପଡ଼ିଆରୁ ଏହାକୁ ଜବତ କରାଯାଇଛି। ଏବେ ଘଟଣାର ଅଧିକ ତଦନ୍ତ କରାଯାଉଛି। ଏଥିସହ ସର୍ଚ୍ଚ ଅପରେସନ ଜାରି ରହିଥିବା ବିଏସଏଫ ପକ୍ଷରୁ କୁହାଯାଇଛି।

Pakistan Punjab Drugs Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe