ବିବେକ ବଞ୍ଜଲ (ଫାଇଲ ଫଟୋ)
ବିଦା ହୋଇ ପାରନ୍ତି ବିଏସଏନଏଲ (BSNL)ନିର୍ଦ୍ଦେଶକ ବିବେକ ବଞ୍ଜଲ। କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଦିଆ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦେଇଛନ୍ତି ନିର୍ଦ୍ଦେଶ। ବିଏସଏନଏଲ ନିର୍ଦ୍ଦେଶକ ବିବେକ ନିଜର ଉତ୍ତର ପ୍ରଦେଶର ପ୍ରୟାଗରାଜ ଗସ୍ତ ପାଇଁ ବିଭିନ୍ନ ଅଧିକାରୀଙ୍କୁ ଦେଇଥିବା ନିର୍ଦ୍ଦେଶ ଭାଇରାଲ ହେବା ପରେ ବିବାଦ ଦେଖା ଯାଇଥିଲା।
ଏହାପରେ କେନ୍ଦ୍ରମନ୍ତ୍ରୀଙ୍କ ବୟାନ ସାମ୍ନାକୁ ଆସିଛି। ମନ୍ତ୍ରୀ ସିନ୍ଦିଆଙ୍କ କହିବା କଥା ଯେ ପୂରା ଘଟଣା ତାଙ୍କ ନଜରକୁ ଆସିଛି। ସେ ପୂରା ଘଟଣାକ୍ରମକୁ ଅଶୋଭନୀୟ, ଅଗ୍ରହଣୀୟ ଓ ଆଶ୍ଚର୍ଯ୍ୟଜନକ ବୋଲି କହିଛନ୍ତି। ଅଧିକାରୀଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶନାମରେ କୁହାଯାଇଥିଲା ଯେ ବିଏସଏନଏଲ ବୋର୍ଡର ନିର୍ଦ୍ଦେଶକ (ସିଏଫଏ) ବିବେକ ବଞ୍ଜଲ ଫେବୃଆରୀ ୨୫-୨୬ ଦୁଇ ଧରି ପ୍ରୟାଗରାଜ ଗସ୍ତରେ ଯିବାର ଥିଲା। ହେଲେ ନିର୍ଦ୍ଦେଶନାମାରେ ମିଳିଥିବା ନିର୍ଦ୍ଦେଶଗୁଡ଼ିକ ଭାଇରାଲ ହେବା ପରେ ତାଙ୍କ ଗସ୍ତ ବାତିଲ ହୋଇ ଯାଇଛି।
ନିର୍ଦ୍ଦେଶନାମାରେ ପ୍ରାୟ ୨୦ଟି କାମ ୫୦ ଜଣ ଅଧିକାରୀଙ୍କୁ ଦିଆଯାଇଥିଲା। ପ୍ରୟାଗରାଜରେ ପହଞ୍ଚିବା ପରେ ବାବୁ ବିବେକ ବଞ୍ଜଲ ସଙ୍ଗମ ଠାରେ ଗାଧୋଇବାର ଥିଲା। ଏହାପରେ ନୌକା ଚାଳନା, ବଡେ ହନୁମାନ ମନ୍ଦିର, ଅକ୍ଷୟଭଟ ଓ ପାଟଳପୁରୀ ମନ୍ଦିର ଯାଇଥାଆନ୍ତେ। ବାବୁଙ୍କ ସ୍ନାନ କିଟରରେ ଅଧିକାରୀମାନଙ୍କୁ ଗୋଟିଏ ଟାୱେଲ, ଅଣ୍ଡରୱେୟାର, ସ୍ଲିପର୍ସ, ପାନିଆ, ଦର୍ପଣ ଓ ଗୋଟିଏ କେଶ ତେଲ ବୋତଲ ରଖିବାକୁ କୁହାଯାଇଥିଲା। ଘାଟରେ ସାଧାରଣ ବ୍ୟବହାର ପାଇଁ ଗୋଟିଏ ବେଡଶିଟର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ମିଳିଥିଲା।
ହୋଟେଲ ଓ ସର୍କିଟ ହାଉସରେ ବାବୁ ବିବେକଙ୍କ ପାଇଁ ଗୋଟିଏ ବାଉଲରେ ଡ୍ରାଏ ଫ୍ରୁଟ, ସେଭିଂ କିଟ, ଗୋଟିଏ ଟାୱେଲ, ଟୁଥପେଷ୍ଟ, ବ୍ରଶ, ସାବୁନ, ଶାମ୍ପୋ, ପାନିଆ ଓ ତେଲର ମହଜୁଦ ରଖିବାକୁ କୁହାଯାଇଥିଲା। ବାବୁଙ୍କ ରହଣୀ ସମୟରେ ସବୁ ପ୍ରକାରର ସୁବିଧା ସୁଯୋଗ ପାଇଁ ନିର୍ଦ୍ଦେଶନାମାରେ ଉଲ୍ଲେଖ ହୋଇଥିଲା।
ଜଣେ ବାବୁଙ୍କ ଏପରି ସୌଖିନ ସରକାରୀ ଗସ୍ତର ନିର୍ଦ୍ଦେଶନାମା ଭାଇରାଲ ହେବା ପରେ ବଞ୍ଜଲଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ୭ ଦିନ ମଧ୍ୟରେ ଏହାର ଜବାବ ଦାଖଲ କରିବାକୁ କୁହାଯାଇଛି। ଜବାବ ଦାଖଲ କରିବା ପରେ ସମ୍ଭବତଃ ତାଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି।
୧୯୮୭ ବ୍ୟାଚ ଭାରତୀୟ ଟେଲିକମ୍ୟୁନିକେସନ ସେବାର ଅଧିକାରୀ ହେଉଉନ୍ତି ବଞ୍ଜଲ। ତାଙ୍କ ପାଖରେ ଇଲେକ୍ଟ୍ରୋନିକ୍ସରେ ଇଞ୍ଜିନିୟର ଡିଗ୍ରୀ, କମ୍ପ୍ୟୁଟର ସାଇନ୍ସରେ ମାଷ୍ଟର ଡିଗ୍ରୀ ଓ ଗୋଟିଏ ଏମବିଏ ଡିଗ୍ରୀ ମଧ୍ୟ ରହିଛି।
ଭାରତରେ ଦୀର୍ଘ ୩୪ ବର୍ଷ ଧରି ଟେଲିକମ ନେଟୱର୍କକୁ ପରିଚାଳନା କରିବାର ଅଧିକାର ବଞ୍ଜଲଙ୍କ ପାଖରେ ଥିବା ବିଏସଏନଏଲ ୱେବସାଇଟରେ ଉଲ୍ଲେଖ କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/02/25/vivek-2026-02-25-16-13-39.jpg)