Advertisment

ସ୍ତ୍ରୀ କଂଗ୍ରେସ ବିଧାୟିକା, ବିଏସ୍‌ପି ଟିକେଟରେ ଲୋକସଭା ନିର୍ବାଚନ ଲଢ଼ୁଥିବା ସ୍ୱାମୀ ଛାଡ଼ିଲେ ଘର

ଅନୁଭା ମୁଞ୍ଜାରେ ୨୦୨୩ ବିଧାନସଭା ନିର୍ବାଚନରେ ବିଜେପିର ଜଣେ ବଡ଼ ନେତା ତଥା ୭ ଥର ବିଧାୟକ ହୋଇଥିବା ଗୌରୀଶଙ୍କର ବିସେନଙ୍କୁ ପରାସ୍ତ କରିଥିଲେ।

author-image
Jitendra Garnayak
Anubha Munjare and Kankar Munjare

Anubha Munjare and Kankar Munjare

ମଧ୍ୟ ପ୍ରଦେଶର ବାଲାଘାଟ ଲୋକସଭା ଆସନରୁ ବିଏସ୍‌ପି ଟିକେଟରେ ପ୍ରାର୍ଥୀ ହୋଇଥିବା କଙ୍କର ମୁଞ୍ଜାରେ ତାଙ୍କ ଘର ଛାଡ଼ି ଦେଇଛନ୍ତି। ଭୋଟ୍ ନପଡ଼ିବା ପର୍ଯ୍ୟନ୍ତ ସେ ଘରକୁ ଫେରିବେ ନାହିଁ ବୋଲି କହିଛନ୍ତି। ତାଙ୍କ ପତ୍ନୀ ଅନୁଭା ମୁଞ୍ଜାରେ କଂଗ୍ରେସ ବିଧାୟିକା ହୋଇଥିବାରୁ ସେ ଏଭଳି ଏକ ପଦକ୍ଷେପ ନେଇଥିବା କହିଛନ୍ତି।

Advertisment

କଙ୍କର ମୁଞ୍ଜାରେ କହିଛନ୍ତି, ଆମେ ଦୁଇ ଜଣ ଭିନ୍ନ ଭିନ୍ନ ଆଦର୍ଶକୁ ଅନୁକରଣ କରୁଛୁ। ତେଣୁ ନିର୍ବାଚନ ବେଳେ ଦୁହେଁ ଆଦୌ ଗୋଟିଏ ଛାତ ତଳେ ରହିବା କଥା ନୁହେଁ। ନହେଲେ ଲୋକେ କହିବେ ଏ ସବୁ କିଛି ଫିକ୍ସିଂ। ମୁଁ ଶୁକ୍ରବାର ଘର ଛାଡ଼ି ଦେଇଛି। ଏବେ ଡ୍ୟାମ୍ ନିକଟରେ ଏକ କୁଡ଼ିଆରେ ରହୁଛି। ଏପ୍ରିଲ ୧୯ ତାରିଖରେ ଭୋଟ୍ ଗ୍ରହଣ ଶେଷ ହେବା ପରେ ମୁଁ ଘରକୁ ଫେରିବି।

କଙ୍କର ମୁଞ୍ଜାରେ ହେଉଛନ୍ତି ଜଣେ ପୂର୍ବତନ ବିଧାୟକ ଓ ସାଂସଦ। ତାଙ୍କ ପତ୍ନୀ ଅନୁଭା ମୁଞ୍ଜାରେ ୨୦୨୩ ବିଧାନସଭା ନିର୍ବାଚନରେ ବିଜେପିର ଜଣେ ବଡ଼ ନେତା ତଥା ୭ ଥର ବିଧାୟକ ହୋଇଥିବା ଗୌରୀଶଙ୍କର ବିସେନଙ୍କୁ ପରାସ୍ତ କରିଥିଲେ।

Advertisment

ଅନୁଭା କହିଛନ୍ତି, ସ୍ୱାମୀଙ୍କ ଏଭଳି ପଦକ୍ଷେପ ମୋତେ ଆଘାତ ଦେଇଛି। ଗତବର୍ଷ ସେ (କଙ୍କର ମୁଞ୍ଜାରେ) ଯେତେବେଳେ ପରସୱାଡ଼ାରୁ ଗୋଣ୍ଡୱାନା ଗଣତନ୍ତ୍ର ପାର୍ଟି ଟିକେଟରେ ନିର୍ବାଚନ ଲଢ଼ୁଥିଲେ ମୁଁ କଂଗ୍ରେସ ଟିକେଟରେ ବାଲାଘାଟରୁ ନିର୍ବାଚନ ଲଢ଼ିଥିଲି। କିନ୍ତୁ ଆମେ ଏକାଠି ରହୁଥିଲୁ। ଆମେ ୩୩ ବର୍ଷ ତଳେ ବାହା ହୋଇଥିଲୁ। ଆମର ଗୋଟିଏ ପୁଅ ଅଛି। ଆମେ ଖୁସିରେ ଘରେ ରହୁ।

ଅନୁଭା ଆହୁରି କହିଛନ୍ତି ଯେ ସେ କଂଗ୍ରେସର ଜଣେ ବିଶ୍ୱସ୍ତ କର୍ମକର୍ତ୍ତା। ଏଥର ବାଲାଘାଟ ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ସମ୍ରାଟ ସାରସ୍ୱତ ଯେପରି ନିର୍ବାଚନ ଜିତିବେ ସେଥିପାଇଁ ପୂରା ପ୍ରୟାସ କରାଯିବ। ତାଙ୍କ ସ୍ୱାମୀ କଙ୍କର ମଞ୍ଜାରେ ଏହି ଆସନରୁ ପ୍ରାର୍ଥୀ ହୋଇଥିଲେ ହେଁ ଅନୁଭା ଏଭଳି କଥା କହିଛନ୍ତି। 

2024 General Election Loka Sabha Election 2024