Advertisment

ଶାହିସ୍ତାଙ୍କୁ ଟିକେଟ ଦେଲାନି, କିନ୍ତୁ ତାଙ୍କ ସପକ୍ଷରେ ଯୁକ୍ତି ବାଢ଼ିଲା ବସପା

ପ୍ରୟାଗରାଜର ମେୟର ପଦ ପାଇଁ ହେବାକୁ ଥିବା ଦୌଡ଼ରୁ ଶାହିସ୍ତାଙ୍କ ନାଁ କାଟି ଦେଇଛି ବସପା। ହେଲେ ତାଙ୍କ ସପକ୍ଷରେ ଛିଡ଼ା ହୋଇଛନ୍ତି ବସପା ବିଧାୟକ ।

author-image
Niharika Rout
ଅଦ୍ୟତନ ହୋଇଛି
shaista-parveen

shaista-parveen

ପ୍ରୟାଗରାଜ ମେୟର ନିର୍ବାଚନରେ ଶାହିସ୍ତା ପରବୀନ ପ୍ରାର୍ଥୀ ହେବା ଏକପ୍ରକାର ସ୍ଥିର ହୋଇ ସାରିଥିବା ବେଳେ ଶେଷରେ ତାଙ୍କ ନାଁକୁ ବାଦ ଦେଇଛି ବହୁଜନ ସମାଜବାଦୀ ପାର୍ଟି। ଶାହିସ୍ତାଙ୍କୁ ପୁଲିସ୍‌ ଖୋଜୁଥିବା ବେଳେ ତାଙ୍କୁ ପ୍ରାର୍ଥୀ କରି ବସପା ଅଡ଼ୁଆ ଭିତରକୁ ପଶିବାକୁ ଚାହୁଁ ନ ଥିବା ବେଳେ ତାଙ୍କ ସପକ୍ଷରେ କିନ୍ତୁ ମୁହଁ ଖୋଲିଛି ।

Advertisment

ଗ୍ୟାଙ୍ଗଷ୍ଟର ଅତିକ ଅହମଦ ହତ୍ୟାକାଣ୍ଡ ପରଠୁ ଶିକାର ହେବା ପରଠୁ ତାଙ୍କ ପତ୍ନୀ ଶାହିସ୍ତା ପରବୀନଙ୍କ ପତ୍ତା ପାଉନି ପୁଲିସ୍‌। ଏପରି ସ୍ଥିତିରେ ପ୍ରୟାଗରାଜର ମେୟର ପଦ ପାଇଁ ହେବାକୁ ଥିବା ଦୌଡ଼ରୁ ତାଙ୍କ ନାଁକୁ ଟାଳି ଦେଇଛି ବସପା। ପ୍ରୟାଗରାଜ ସିଟ୍‌ ପାଇଁ ଶାହିସ୍ତାଙ୍କୁ ନୁହେଁ ବରଂ ସଇଦ ଅହମଦଙ୍କୁ ମଇଦାନକୁ ଓହ୍ଲାଇଛି ଦଳ। ଶାହିସ୍ତାଙ୍କ ନାଁ ନିର୍ବାଚନରୁ ବାଦ ଦେଇଥିଲେ ବି ତାଙ୍କ ସପକ୍ଷରେ ଛିଡ଼ା ହୋଇଛନ୍ତି ବସପା ବିଧାୟକ ।

ଏନେଇ ବସପା ବିଧାୟକ ଉମାଶଙ୍କର ସିଂ କହିଛନ୍ତି, ପୁଲିସ୍‌ କିମ୍ବା ସରକାରଙ୍କ ପାଖରେ ଶାହିସ୍ତାଙ୍କ ବିରୋଧରେ କିଛି ବି ପ୍ରମାଣ ନାହିଁ । ଯାହାକି ତାଙ୍କୁ ଉମେଶ ପାଲ ମର୍ଡର କେସ୍‌ରେ ଲିଙ୍କ କରାଇବ। ଆମେ ନିର୍ବାଚନ ନିମନ୍ତେ ଶାହିସ୍ତାଙ୍କୁ ମଇଦାନକୁ ଓହ୍ଲାଇବାକୁ ଚାହୁଁଥିଲୁ। ଅତିକ ଅହମଦକୁ ନୁହେଁ।

Advertisment

ଯେଉଁଦିନ ଉମେଶ ପାଲ ମର୍ଡର କେସ୍‌ରେ ତାଙ୍କ ସମ୍ପୃକ୍ତିର ପ୍ରମାଣ ମିଳିବ ସେ ଦିନ ତାଙ୍କୁ ଦଳରୁ ବାହାର କରି ଦିଆଯିବ । ହେଲେ ଏପର୍ଯ୍ୟନ୍ତ ତାଙ୍କ ବିରୋଧରେ କୌଣସି ଅଭିଯୋଗ ହୋଇ ନ ଥିବାରୁ ତାଙ୍କୁ ପାର୍ଟିରେ ରଖାଯାଇଛି ବୋଲି ସ୍ପଷ୍ଟ କରିଛନ୍ତି ବସପା ବିଧାୟକ ।

ପୁଲିସ୍‌ ସୂଚନା ଅନୁଯାୟୀ, ଅତିକର ପତ୍ନୀ ଶାହିସ୍ତା ଓ ଭଉଣୀ ଆୟଶା ନୁରୀ ପ୍ରୟାଗରାଜରେ ହିଁ ଲୁଚି ରହିଛନ୍ତି। ସେମାନଙ୍କ ସହ ପ୍ରାୟ ୧୦ରୁ ଊର୍ଦ୍ଧ୍ୱ ମହିଳା ସବୁବେଳେ ବୁର୍ଖା ପିନ୍ଧି ରହୁଛନ୍ତି। ଏଥିନିମନ୍ତେ ସେମାନଙ୍କୁ ଖୋଜି ଠାବ କରିବା କଷ୍ଟର ହୋଇ ପଡ଼ୁଥିବା STF ଡିଜି କହିଛନ୍ତି।

ସୂଚନାଯୋଗ୍ୟ, ୨୦୦୫ ମସିହାରେ ତତ୍କାଳୀନ ବିଏସପି ବିଧାୟକ ରାଜୁ ପାଲଙ୍କୁ ଅତିକ ଅହମଦ ଓ ତାଙ୍କ ଗ୍ୟାଙ୍ଗର ସଦସ୍ୟମାନେ ହତ୍ୟା କରିଥିଲେ। ଏହି ଘଟଣାର ମୁଖ୍ୟ ସାକ୍ଷୀ ଥିଲେ ଆଇନଜୀବୀ ଉମେଶ ପାଲ। ତାଙ୍କୁ ଚଳିତ ବର୍ଷ ଫେବୃଆରୀ ୨୪ରେ ଅତିକଙ୍କ ପୁଅ ଅସଦ ଓ ଗ୍ୟାଙ୍ଗର କିଛି ସଦସ୍ୟ ଗୁଳି କରି ହତ୍ୟା କରିଥିଲେ। ଏହି ଘଟଣାରେ ଉମେଶ ପାଲଙ୍କ ୨ ଜଣ ବଡିଗାର୍ଡ ମଧ୍ୟ ପ୍ରାଣ ହରାଇଥିଲେ।

ଉମେଶ ପାଲଙ୍କ ପତ୍ନୀ ଜୟା ପାଲ ଫେବୃଆରୀ ୨୫ରେ ପୁଲିସ୍‌ରେ କରିଥିବା ଅଭିଯୋଗରେ ଅତିକ ଅହମଦ, ତାଙ୍କ ଭାଇ ଅଶରଫ, ପତ୍ନୀ ଶାହିସ୍ତା, ଦୁଇ ପୁଅ, ଗୁଡ ମୁସଲିମ, ଗୁଲାମ ଓ ଅନ୍ୟ ୯ ଜଣଙ୍କ ନାଁ ଉଲ୍ଲେଖ କରିଥିଲେ। ପୁଲିସ୍‌ ମାମଲା ରୁଜୁ କରିବା ଦିନ ଠାରୁ ଶାହିସ୍ତା ଫେରାର ରହିଛନ୍ତି। ସେହିପରି ଅଭିଯୁକ୍ତମାନଙ୍କ ମଧ୍ୟରୁ ପୁଲିସ୍‌ ଗୁଳିରେ ୬ ଜଣଙ୍କ ମୃତ୍ୟୁ ଘଟି ସାରିଛି।  

Uttar Pradesh BSP MLA Atiq Ahmed