Advertisment

ମାୟାବତୀଙ୍କ ବଡ଼ ଘୋଷଣା: ଆଉ କୌଣସି ଉପନିର୍ବାଚନ ଲଢ଼ିବନି ବିଏସ୍‌ପି

ଉତ୍ତରପ୍ରେଦଶର ୯ଟି ବିଧାନସଭା ଆସନରୁ ଗୋଟିଏରେ ବି ଜିତି ପାରି ନାହିଁ ବିଏସ୍‌ପି। ​​ବିଜେପି ୬ଟି ଆସନ ଜିତିଛି। ଏହା ବ୍ୟତୀତ ସମାଜବାଦୀ ପାର୍ଟି ଦୁଇଟି ଆସନରେ ଏବଂ ଗୋଟିଏ ଆସନରେ ଆରଏଲଡି ବିଜୟୀ ହୋଇଛି।

author-image
Madhupriya Mistry
Mayawati

Mayawati

 ସରିଛି ଉପ-ନିର୍ବାଚନ। ଫଳାଫଳ ମଧ୍ୟ ଶନିବାର ଘୋଷଣା ହୋଇସାରିଛି। ଉପ-ନିର୍ବାଚନରେ ​​ବିଜେପି ୬ଟି ଆସନ ଜିତିଛି। ଏହା ବ୍ୟତୀତ ସମାଜବାଦୀ ପାର୍ଟି ଦୁଇଟି ଆସନରେ ଏବଂ ଗୋଟିଏ ଆସନରେ ଆରଏଲଡି ବିଜୟୀ ହୋଇଛନ୍ତି। ତେବେ ଏହି ଉପ-ନିର୍ବାଚନରେ ​​ବିଏସ୍‌ପି ହାତକୁ କିଛି ଆସିନି। ଗୋଟିଏ ବି ଆସନ ଜିତି ପାରିନାହିଁ ବହୁଜନ ସମାଜବାଦୀ ପାର୍ଟି। ଏହାକୁ ନେଇ ଆଜି ବଡ଼ ଘୋଷଣା କରିଛନ୍ତି ବିଏସ୍‌ପି ମୁଖ୍ୟ ମାୟାବତୀ।

Advertisment

ବିଏସ୍‌ପି ମୁଖ୍ୟ ମାୟାବତୀ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଉପ ନିର୍ବାଚନରେ ନକଲି ଭୋଟ୍‌ ଦିଆଯାଇଥିବା ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, 'ଉତ୍ତରପ୍ରଦେଶର ୯ଟି ବିଧାନସଭା ଆସନରେ ଅନୁଷ୍ଠିତ ଉପ-ନିର୍ବାଚନର ଫଳାଫଳ ଗତକାଲି ଆସିଛି। ଏହା ପରେ ଲୋକଙ୍କ ମଧ୍ୟରେ ଏହାକୁ ନେଇ ଆଲୋଚନା ଚାଲିଛି। ଦେଶରେ ପ୍ରଥମେ ବାଲାଟା ପେପର୍‌ ଜରିଆରେ ନିର୍ବାଚନ ଜିତିବା ପାଇଁ କ୍ଷମତାର ଅପବ୍ୟବହାର କରି ନକଲି ଭୋଟ୍ ଦିଆଯାଉଥିଲା। ବର୍ତ୍ତମାନ ଇଭିଏମ୍‌ ଜରିଆରେ ମଧ୍ୟ ସାମନ କାମ କରାଯାଉଛି। ଯାହା ଗଣତନ୍ତ୍ର ପାଇଁ ବେଶ୍‌ ଦୁଃଖ ଏବଂ ଚିନ୍ତାର ବିଷୟ।

ଦେଶରେ ଲୋକସଭା ଓ ରାଜ୍ୟରେ ବିଧାନସଭା ନିର୍ବାଚନ ସହ ଉପ-ନିର୍ବାଚନରେ ଏହି ନକଲି ଭୋଟ୍‌ ଦେବା କାମ ଏବେ ଖୋଲାଖୋଲି ଭାବେ କରାଯାଉଛି। ନିକଟରେ ଉତ୍ତରପ୍ରଦେଶର ଉପ-ନିର୍ବାଚନରେ ​​ଆମେ ଏସବୁ ଦେଖିଛୁ। ଏହା ଆମ ଦେଶ ଏବଂ ଗଣତନ୍ତ୍ର ପାଇଁ ଏକ ବଡ଼ ସତର୍କ ଘଣ୍ଟି। ଏଭଳି ପରିସ୍ଥିତିରେ ଆମ ଦଳ ବର୍ତ୍ତମାନ ଆଉ କୌଣସି ଉପ-ନିର୍ବାଚନ ଲଢ଼ିବ ନାହିଁ ବୋଲି ବିଏସ୍‌ପି ସୁପ୍ରିମୋ କହିଛନ୍ତି।

Advertisment

ମାୟାବତୀ ଆହୁରି କହିଛନ୍ତି, ଆମ ଦଳ ନିଷ୍ପତ୍ତି ନେଇଛି ଯେ ଦେଶରେ ନକଲି ଭୋଟ୍ ଦେବା ବନ୍ଦ ହେବା ଉଚିତ। ଏହାକୁ ରୋକିବା ପାଇଁ ଦେଶର ନିର୍ବାଚନ ଆୟୋଗଙ୍କ କଡ଼ା ପଦକ୍ଷେପ ନିଅନ୍ତୁ। ଯଦି ଏଭଳି ନହୁଏ ତେବେ ଆମ ଦଳ ଦେଶରେ କୌଣସି ଉପ-ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବ ନାହିଁ।

By-Election Uttar Pradesh BSP Mayawati