Advertisment

ହଷ୍ଟେଲ ରୁମରେ ଝୁଲି ପଡ଼ିଲେ ବିଟେକ ୪ର୍ଥ ବର୍ଷର ଛାତ୍ର

ଗୁରୁବାର ରାତିରେ ରିତମ ସାଙ୍ଗମାନଙ୍କ ସହ ଏକାଠି ଡିନର କରିଥିଲେ। ଏହି ସମୟରେ ତାଙ୍କ ବ୍ୟବହାର ସ୍ୱାଭାବିକ ଥିଲା। ଡିନର ପରେ ରିତମ ନିଜ ରୁମକୁ ଚାଲି ଯାଇଥିଲେ।

Police

Police

Advertisment

ଇଣ୍ଡିଆନ ଇଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ଆଇଆଇଟି) ଖଡ଼ଗପୁର କ୍ୟାମ୍ପସ ମଧ୍ୟରେ ଥିବା ହେଷ୍ଟେଲ ରୁମରୁ ମିଳିଛି ଜଣେ ବିକେଟ ଛାତ୍ରଙ୍କ ଝୁଲନ୍ତା ମୃତଦେହ। ମୃତକ ଜଣଙ୍କ ବିଟେକ ୪ର୍ଥ ବର୍ଷର ଛାତ୍ର ଥିଲେ। ଏହାକୁ ମିଶାଇ କ୍ୟାମ୍ପସରେ ଏପରି ଘଟଣା ଚଳିତ ବର୍ଷ ୪ରେ ପହଞ୍ଚିଛି।

Advertisment

୨୧ ବର୍ଷୀୟ ରିତମ ମଣ୍ଡଳ ଏଠାରେ ମେକାନିକାଲ ଇଞ୍ଜିନିୟରିଂ କରୁଥିଲେ। ତାଙ୍କ ଘର କୋଲକାତାରେ। ହେଲେ ଶୁକ୍ରବାର ତାଙ୍କ ଝୁଲନ୍ତା ମୃତଦେହକୁ ସେ ରହୁଥିବା ରାଜେନ୍ଦ୍ର ପ୍ରସାଦ ହଲ ହଷ୍ଟେଲ ରୁମରୁ ଜବତ କରାଯାଇଛି। ହଷ୍ଟେଲଟି କ୍ୟାମ୍ପସ ମଧ୍ୟରେ ହିଁ ରହିଛି।

ଗୁରୁବାର ରାତିରେ ରିତମ ସାଙ୍ଗମାନଙ୍କ ସହ ଏକାଠି ଡିନର କରିଥିଲେ। ଏହି ସମୟରେ ତାଙ୍କ ବ୍ୟବହାର ସ୍ୱାଭାବିକ ଥିଲା। ଡିନର ପରେ ରିତମ ନିଜ ରୁମକୁ ଚାଲି ଯାଇଥିଲେ ବୋଲି ହଷ୍ଟେଲର ଜଣେ ଛାତ୍ର କହିଛନ୍ତି।

Advertisment

ଆଇଆଇଟି କେଜିପି ଅଧିକାରୀ କହିଛନ୍ତି ଯେ ଶୁକ୍ରବାର ସକାଳେ ରିତମ କବାଟ ନ ଖୋଲିବାରୁ ବାରମ୍ବାର ତାଙ୍କୁ ସାଙ୍ଗମାନେ ଡାକିଥିଲେ। ସେମାନେ କୌଣସି ଜବାବ ନ ପାଇବାରୁ କ୍ୟାମ୍ପସ ଆଉଟ ପୋଷ୍ଟରେ ଥିବା ପୁଲିସ ସହ ମିଶି ଇନଷ୍ଟିଚ୍ୟୁଟର ସୁରକ୍ଷାକର୍ମୀ ରୁମ ପାଖରେ ପହଞ୍ଚିଥିଲେ। ସମସ୍ତଙ୍କ ଉପରେ ସ୍ଥିତିରେ ଦିନ ୧୨ଟାରେ କବାଟ ଭଙ୍ଗା ଯାଇଥିଲା। ହେଲେ ସେତେବେଳକୁ ରିତମ ଆଉ ନଥିଲେ। ସେ ରୁମର ଫ୍ୟାନରେ ବେଡ ଶିଟ ବାନ୍ଧି ଝୁଲି ପଡ଼ିଥିଲେ। ରିତମଙ୍କ ଆତ୍ମହତ୍ୟା ଘଟଣା ହଷ୍ଟେଲକୁ ପୂରା ସ୍ତବ୍ଧ କରି ଦେଇଛି।

ଏହାପୂର୍ବରୁ ଜାନୁଆରୀ ୧୨ରେ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂର ତୃତୀୟ ବର୍ଷର ଛାତ୍ର ଶାଓନ ମଲିକ ନିଜ ହଷ୍ଟେଲ ରୁମରେ ଝୁଲି ପଡ଼ିଥିଲେ। ଏପ୍ରିଲ ୨୦ରେ ଓସେନ ଇଞ୍ଜିନିୟରିଂ ଶେଷ ବର୍ଷର ଛାତ୍ର ଅନିକେତ ୱାଲକପର ସମାନ ପଦକ୍ଷେପ ନେଇଥିଲେ। ମେ’ ୪ରେ ବିଟେକ ତୃତୀୟ ବର୍ଷର ଛାତ୍ର ମହମ୍ମଦ ଆସିଫ କ୍ୱାମରଙ୍କ ମୃତଦେହ ତାଙ୍କ ହଷ୍ଟେଲ ରୁମରୁ ମିଳିଥିଲା।

Suicide IIT Kharagpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe