Advertisment

'ଗରିବୀରୁ ମୁକ୍ତ ହୋଇଛନ୍ତି ୨୫ କୋଟି ଲୋକ'

ମୋଦି ସରକାରର ଦ୍ୱିତୀୟ ପାଳିରେ ଶେଷ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

ଅଦ୍ୟତନ ହୋଇଛି
Nirmala Sitharaman

Nirmala Sitharaman

Advertisment

ଲୋକସଭା ନିର୍ବାଚନ ପୂର୍ବରୁ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଆଜି ସଂସଦରେ ନିଜର ଷଷ୍ଠ ବଜେଟ ଉପସ୍ଥାପନ କରିଛନ୍ତି ନିର୍ମଳା। ମୋଦି ସରକାରର ଦ୍ୱିତୀୟ ପାଳିରେ ଶେଷ ବଜେଟ ଉପସ୍ଥାପନ କରିବା ସମୟରେ ଅର୍ଥମନ୍ତ୍ରୀ ନିର୍ମଳା କହିଛନ୍ତି ଗରିବଙ୍କ କଲ୍ୟାଣ, ଦେଶର କଲ୍ୟାଣ।

Advertisment

ମୋଦି ସରକାରରେ ଦେଶରୁ ଗରିବୀ ହ୍ରାସ ପାଉଛି। ୨୫ କୋଟି ଲୋକଙ୍କୁ ଗରିବୀରୁ ମୁକ୍ତ କରାଯାଇଛି। ସମାଜର ସବୁ ବର୍ଗର ଲୋକଙ୍କ ବିକାଶ ପାଇଁ ବ୍ୟବସ୍ଥା କରାଯାଇଛି। ସବ୍‌କା ସାଥ୍‌, ସବକା ବିକାଶ ଓ ସବ୍‌କା ପ୍ରୟାସ ଚାଲୁ ରହିଛି ବୋଲି କହିଛନ୍ତି ନିର୍ମଳା। 

ସେ ଆହୁରି କହିଛନ୍ତି, ଭାରତକୁ ୨୦୪୭ ସୁଦ୍ଧା ବିକଶିତ ରାଷ୍ଟ୍ରରେ ପରିଣତ କରିବା ଆମର ମୂଳ ଲକ୍ଷ୍ୟ ରହିଛି। ଡିବିଟି ଜରିଆରେ ହିତାଧିକାରୀଙ୍କୁ ୩୪ ଲକ୍ଷ କୋଟି ପ୍ରଦାନ କରାଯାଇଛି। ଜନଧନ ଆକାଉଣ୍ଟ ଜରିଆରେ ମଧ୍ୟ ହିତାଧିକାରୀଙ୍କୁ ସିଧା ସହାୟତା ମିଳୁଛି।

Advertisment

ପିଏମ୍ କୃଷକ ସମ୍ମାନ ନିଧି ଯୋଜନାରେ ୧୧.୮ କୋଟି ଚାଷୀଙ୍କୁ ଲାଭ ମିଳିପାରିଛି। ତାଙ୍କ ସରକାର ସବୁ ବର୍ଗର ଯୋଗ୍ୟ ବ୍ୟକ୍ତିଙ୍କୁ ସୁବିଧା ଯୋଗାଉଥିବା କହିଛନ୍ତି ନିର୍ମଳା।

Nirmala Sitharaman Budget 2024 Budget Speech
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe