Advertisment

ମୋରାରଜୀ ଦେସାଇଙ୍କ ରେକର୍ଡ ଭାଙ୍ଗିବେ ନିର୍ମଳା ସୀତାରମଣ

ସପ୍ତମ ଥର ପାଇଁ ବଜେଟ୍‌ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

ଅଦ୍ୟତନ ହୋଇଛି
finance-minister-nirmala-sitharaman

finance-minister-nirmala-sitharaman

Advertisment

ଆଜି ଆସିବ କେନ୍ଦ୍ର ବଜେଟ୍‌। ଉପସ୍ଥାପିତ ହେବ ମୋଦି ସରକାରଙ୍କ ୩.୦ର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍‌। ଆୟ-ବ୍ୟୟର ହିସାବ ରଖିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। କ୍ରମାଗତ ସପ୍ତମ ଥର ପାଇଁ କେନ୍ଦ୍ର ବଜେଟ୍ ଉପସ୍ଥାପନା କରିଥିବା ସୀତାରମଣ ଦେଶର ପ୍ରଥମ ଅର୍ଥମନ୍ତ୍ରୀ ହେବେ। ଏହାସହ ସେ ମୋରାରଜୀ ଦେସାଇଙ୍କ ରେକର୍ଡକୁ ପଛରେ ପକାଇ ଇତିହାସ ରଚିବେ।

Advertisment

ଦେଶାଇ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏବଂ ଇନ୍ଦିରା ଗାନ୍ଧୀଙ୍କ ଅଧୀନରେ ଅର୍ଥମନ୍ତ୍ରୀ ଥିଲେ। ଏହି ସମୟରେ ସେ ସର୍ବାଧିକ ୬ଥର ବଜେଟ୍‌ ଉପସ୍ଥାପନ କରି ରେକର୍ଡ ସୃଷ୍ଟି କରିଥିଲେ। ସେ ୧୯୫୯ ରୁ ୧୯୬୪ ପର୍ଯ୍ୟନ୍ତ ପାଞ୍ଚଟି ପୂର୍ଣ୍ଣାଙ୍ଗ ବଜେଟ୍ ଏବଂ ଗୋଟିଏ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଥିଲେ। ପରେ ୧୯୭୭ରେ ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ। ସର୍ବାଧିକ ଥର ବଜେଟ୍ ଉପସ୍ଥାପନ କରିବାର ରେକର୍ଡ ବର୍ତ୍ତମାନ ସୁଦ୍ଧା ମୋରାରଜୀ ଦେସାଇମୋରାରଜୀ ଦେସାଇଙ୍କ ପାଖରେ ରହିଛି।

୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରମାଗତ ଦ୍ୱିତୀୟ ଥର ପାଇଁ କେନ୍ଦ୍ରରେ ସରକାର ଗଠନ କରିଥିଲେ। ସେହି ବର୍ଷ ଭାରତର ପ୍ରଥମ ମହିଳା ଅର୍ଥମନ୍ତ୍ରୀ ଭାବେ ନିଯୁକ୍ତ ହୋଇଥିଲେ ନିର୍ମଳା ସୀତାରମଣ। ଚଳିତ ବର୍ଷ ସୁଦ୍ଧା ସୀତାରମଣ କ୍ରମାଗତ ୬ଟି ବଜେଟ୍ ଉପସ୍ଥାପନ କରିଛନ୍ତି। ଏହାମଧ୍ୟରେ ୫ଟି ପୂର୍ଣ୍ଣାଙ୍ଗ ବଜେଟ୍‌ ଓ ଗୋଟିଏ ମଧ୍ୟବର୍ତ୍ତୀକାଳୀନ ବଜେଟ୍‌ ସାମିଲ ଅଛି।

Advertisment

ଗତ ଫେବୃଆରୀରେ ସୀତାରମଣ ମଧ୍ୟବର୍ତ୍ତୀକାଳୀନ ବଜେଟ୍‌ ଉପସ୍ଥାପିତ କରିଥିଲେ। ଆଜି ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ (ଏପ୍ରିଲ୍, ୨୦୨୪ ରୁ ମାର୍ଚ୍ଚ, ୨୦୨୫) ଉପସ୍ଥାପନ କରିବା ପରେ ତାଙ୍କ ରେକର୍ଡ ୭ ଛୁଇଁବ। 

Nirmala Sitharaman Budget2024 Morarji Desai
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe