Advertisment

ବଜେଟ୍ ୨୦୨୪: ଜନତାଙ୍କ ପାଇଁ ରହିଛି କି ସୁବିଧା?

ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଶେଷ ବଜେଟରେ ଜନସାଧାରଣଙ୍କ ପାଇଁ କି କି ସୁବିଧା ରହିଛି, ନଜର ପକାନ୍ତୁ...

ଅଦ୍ୟତନ ହୋଇଛି
Representative Image

Representative Image

Advertisment

ଲୋକସଭା ନିର୍ବାଚନ ପୂର୍ବରୁ କାମଚଳା ବଜେଟ ଉପସ୍ଥାପନ କରିଛନ୍ତି କେନ୍ଦ୍ର ସରକାର। ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି। ବିଜେପି ସରକାରଙ୍କ ଦ୍ୱିତୀୟ ପାଳିର ଶେଷ ବଜେଟରେ ଜନସାଧାରଣଙ୍କ ପାଇଁ କି କି ସୁବିଧା ରହିଛି, ନଜର ପକାନ୍ତୁ...

Advertisment

ରାଜ୍ୟକୁ କେତେ ଆବଣ୍ଟନ
ଚଳିତ ଆର୍ଥିକ ବର୍ଷର କାମଚଳା ବଜେଟରେ ସମସ୍ତ ରାଜ୍ୟକୁ ଅର୍ଥ ଆବଣ୍ଟନ କରାଯାଇଛି। ରାଜ୍ୟଗୁଡ଼ିକୁ  ୭୫ ହଜାର କୋଟି ଟଙ୍କା ପ୍ରଦାନ କରାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି।

ଗୃହ
ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ହିତାଧିକାରୀଙ୍କୁ ମିଳିବ ବାସଗୃହ। ଆଗାମୀ ୫ ବର୍ଷରେ ୨ କୋଟି ଘର ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ମଧ୍ୟବିତ୍ତଙ୍କ ପାଇଁ ନୂଆ ଘର ନିର୍ମାଣ ଯୋଜନା ଆରମ୍ଭ ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। 

Advertisment

ସ୍ୱାସ୍ଥ୍ୟ
ସ୍ୱାସ୍ଥ୍ୟ କ୍ଷେତ୍ରକୁ ବିଶେଷ ଆର୍ଥିକ ଅନୁଦାନ ମିଳିନଥିଲେ ମଧ୍ୟ, ମହିଳାଙ୍କ କ୍ଷେତ୍ରରେ ହେଉଥିବା ସର୍ଭାଇକଲ କ୍ୟାନସର (ଗର୍ଭାଶୟ କର୍କଟ)ର ମୂଳତ୍ପୋଟନ ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର। ସ୍କୁଲ୍-କଲେଜରେ ପଢୁଥିବା ୯ରୁ ୧୪ ବର୍ଷର ବାଳିକାଙ୍କୁ ମାଗଣା ସର୍ଭିକାଲ କ୍ୟାନ୍‌ସର ଟିକା ଦିଆଯିବ।

ଶିକ୍ଷା
ଶିକ୍ଷା ପାଇଁ ସେପରି କୌଣସି ସ୍ପୋଶାଲ୍ ପ୍ୟାକେଜର ଘୋଷଣା କରିନାହାନ୍ତି ଅର୍ଥମନ୍ତ୍ରୀ। ତଥାପି ତାଙ୍କ ସରକାରରେ ୭ଟି ଆଇଆଇଟି, ୧୬ଟି ଟ୍ରିପଲ ଆଇଟି, ୭ଟି ଆଇଆଇଏମ୍‌ ପ୍ରତିଷ୍ଠା ହୋଇଥିବା କହିଛନ୍ତି। ସେହିପରି ୧୩ଟି ଏମ୍ସ ହସ୍ପିଟାଲ ଓ ୩୯୦ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିବା ନିର୍ମଳା ସୀତାରମଣ କହିଛନ୍ତି।

କୃଷି
କୃଷି କ୍ଷେତ୍ର ପାଇଁ ମଧ୍ୟ ବଜେଟରେ ସେପରି ନୂଆ ଘୋଷଣା କରାଯାଇ ନାହିଁ। କିନ୍ତୁ ବିଜେପି ସରକାର ଚାଷ ଓ ଚାଷୀଙ୍କ ବିକାଶ ପାଇଁ କାର୍ଯ୍ୟ କରୁଥିବା କହିଛନ୍ତି ନିର୍ମଳା। ପିଏମ୍ କୃଷକ ସମ୍ମାନ ନିଧି ଯୋଜନାରେ ୧୧.୮ କୋଟି ଚାଷୀଙ୍କୁ ଲାଭ ମିଳୁଛି ବୋଲି କହିଛନ୍ତି। 

ବିଜ୍ଞାନ
ବଜେଟରେ ବିଜ୍ଞାନ କ୍ଷେତ୍ରକୁ ମିଳିଛି ପ୍ରୋତ୍ସାହନ। ଗବେଷଣା ପାଇଁ ‘ଜୟ ଅନୁସନ୍ଧାନ’ଯୋଜନାରେ ୧ ଲକ୍ଷ କୋଟି ଟଙ୍କାର ଋଣ ଦିଆଯିବ ବୋଲି ନିରମଳା ସୀତାରମଣ କରିଛନ୍ତି।

ପର୍ଯ୍ୟଟନ କ୍ଷେତ୍ର ଓ ଗମନା ଗମନ
ଲାକ୍ଷାଦ୍ୱୀପ ଓ ମାଳଦ୍ୱୀପ ବିବାଦ ମଧ୍ୟରେ ଲାକ୍ଷାଦ୍ୱୀପକୁ ଫୋକସରେ ରଖିଛନ୍ତି କେନ୍ଦ୍ର ସରକାର। ଚଳିତ ଆର୍ଥିକ ବର୍ଷରେ ଲାକ୍ଷାଦ୍ୱୀପକୁ ଆକର୍ଷଣୀୟ କରିବା ପାଇଁ ଯୋଜନା ଥିବା କହିଛନ୍ତି ନିର୍ମଳା। ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ରାଜ୍ୟକୁ କେନ୍ଦ୍ର ପକ୍ଷରୁ ଶସ୍ତା ଓ ଦୀର୍ଘ ମିଆଦୀ ଋଣ ମିଳିବ। ସେହିପରି ରେଳ ଯାତ୍ରୀଙ୍କ ସୁବିଧା ପାଇଁ ଯୋଜନା ରଖାଯାଇଛି। ୪୦ ହଜାର ଜେନେରାଲ୍ ବଗିକୁ ବନ୍ଦେ ଭାରତ ଏକ୍ସପ୍ରେସ୍ ବଗି ଭଳି ବ୍ୟବସ୍ଥା କରିବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ବିମାନ ପଥ ସଂଖ୍ୟା ଦ୍ବିଗୁଣିତ ହେବାକୁ ଯାଉଛି। ୫୭୦ ନୂଆ ଏୟାର ରୁଟ୍‌ (ବିମାନ ପଥ) ହେବ। ଏଥିରେ ୧.୦୩ କୋଟି ଯାତ୍ରୀ ସୁବିଧା ପାଇବେ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। 

ଟିକସ୍ ଅପରିବର୍ତ୍ତିତ
ବଜେଟରେ ଟିକସ୍ ଦାତାଙ୍କ ପାଇଁ ଆଶ୍ୱସ୍ତି ମିଳିଛି। ଟିକସରେ କୌଣସି ବୃଦ୍ଧି କରାଯାଇ ନାହିଁ। ବର୍ତ୍ତମାନ ପ୍ରଚଳିତ ଟିକସ ବ୍ୟବସ୍ଥା ଅପରିବର୍ତ୍ତିତ ରହିବ ବୋଲି ଘୋଷଣା କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। 

ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ କହିଛନ୍ତି, ଭାରତକୁ ବିକାଶର ଶିଖରକୁ ନେବା ଆମର ମୂଳ ଲକ୍ଷ୍ୟ। ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ସହ ୨୦୪୭ ସୁଦ୍ଧା ବିକଶିତ ଭାରତ ଆମର ଲକ୍ଷ୍ୟ ରହିଛି। ରିଫର୍ମ, ପର୍‌ଫର୍ମ ଓ ଟ୍ରାନ୍ସଫର୍ମକୁ ଆମ ସରକାର ଗୁରୁତ୍ୱ ଦେଇଛି। କାମଚଳା ବଜେଟ ଉପସ୍ଥାପନ ସମୟରେ ନିର୍ମଳା କହିଛନ୍ତି, ଜୁଲାଇରେ ଆମ ସରକାର ପୂର୍ଣ୍ଣ ବଜେଟ ଉପସ୍ଥାପନ କରିବ। 

Union Budget FM Interim-budget Budget 2024 Finance Minister
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe