Advertisment

ବଜେଟ୍‌ ୨୦୨୪: ବିହାର ଓ ଆନ୍ଧ୍ରକୁ ବଡ଼ ଭେଟି

ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ ହେବ। ନୂଆ ଏୟାରପୋର୍ଟ, ମେଡିକାଲ କଲେଜ ପାଇଁ ଅନୁଦାନ ମିଳିବ।

ଅଦ୍ୟତନ ହୋଇଛି
Nitish kumar and Chandrababu naidu

Nitish kumar and Chandrababu naidu

Advertisment

ଆଜି ସଂସଦରେ ଉପସ୍ଥାପନ ହୋଇଛି କେନ୍ଦ୍ର ବଜେଟ୍‌-୨୦୨୪-୨୫। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସପ୍ତମ ଥର ପାଇଁ ସଂସଦରେ ବଜେଟ ଉପସ୍ଥାପନ କରିଛନ୍ତି। ଏଥର ତାଙ୍କ ବଜେଟ୍‌ ପେଢ଼ିରେ ବିହାର ଓ ଅନ୍ଧ୍ରପ୍ରଦେଶ ପାଇଁ ବଡ଼ ଭେଟି ଘୋଷଣା ହୋଇଛି।

Advertisment

ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ ହେବ। ନୂଆ ଏୟାରପୋର୍ଟ, ମେଡିକାଲ କଲେଜ ପାଇଁ ଅନୁଦାନ ମିଳିବ। ବୋଧଗୟା, ରାଜଗିର, ବୈଶାଳୀ ଓ ଦରଭଙ୍ଗା ଠାରେ ସଡ଼କ ସଂଯୋଗ ପ୍ରକଳ୍ପର ବିକାଶ କରାଯିବ।  ବିହାର ପାଇଁ ସରକାର ଆର୍ଥିକ ସହାୟତା ବ୍ୟବସ୍ଥା କରିବେ। ସଡ଼କ ନିର୍ମାଣ ପାଇଁ ୨୬,୦୦୦ କୋଟି ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି।   

ଆନ୍ଧ୍ରପ୍ରଦେଶ ପାଇଁ ବି ବିଶେଷ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ। ଆନ୍ଧ୍ରପ୍ରଦେଶକୁ ୧୫,୦୦୦ କୋଟି ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ। ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ପାଇଁ ପଦକ୍ଷେପ ନିଆଯିବ।

Advertisment

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଆନ୍ଧ୍ରପ୍ରଦେଶ ପୁନର୍ଗଠନ ଆଇନରେ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଆମ ସରକାର ଉଦ୍ୟମ କରିଛନ୍ତି। ରାଜ୍ୟର ପୁଞ୍ଜି ଆବଶ୍ୟକତାକୁ ସ୍ୱୀକାର କରି ଆମେ ବହୁପକ୍ଷୀୟ ଏଜେନ୍ସି ମାଧ୍ୟମରେ ସ୍ୱତନ୍ତ୍ର ଆର୍ଥିକ ସହାୟତା ପ୍ରଦାନ କରିବୁ।

Nitish Kumar Nirmala Sitharaman Budget2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe