Advertisment

୩ ଲକ୍ଷ ଆୟ ଯାଏ ଟ୍ୟାକ୍ସ ଛାଡ଼

ଷ୍ଟାଣ୍ଡାର୍ଡ ଟ୍ୟାକ୍ସ ଡିଡକ୍ସନକୁ ୫୦୦୦୦ ଟଙ୍କାରୁ ବୃଦ୍ଧି କରି ୭୫୦୦୦ ଟଙ୍କା କରାଯାଇଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
Income Tax

Income Tax

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ସାଧାରଣ ବଜେଟ୍‌ ଉପସ୍ଥାପନ କରିଛନ୍ତି।  ଚଳିତ ବଜେଟ୍‌ ପେଢ଼ିରେ ନୂଆ ଟିକସ ବ୍ୟବସ୍ଥା ଚୟନ କରିଥିବା ବ୍ୟକ୍ତିଙ୍କୁ ବଡ଼ ଉପହାର ମିଳିଛି। 

Advertisment

ନୂଆ ଟିକସ ବ୍ୟବସ୍ଥାରେ ଷ୍ଟାଣ୍ଡାର୍ଡ ଟ୍ୟାକ୍ସ ଡିଡକ୍ସନକୁ ୫୦୦୦୦ ଟଙ୍କାରୁ ବୃଦ୍ଧି କରି ୭୫୦୦୦ ଟଙ୍କା କରାଯାଇଛି। ୩ ଲକ୍ଷରୁ ୭ ଲକ୍ଷ ଯାଏ ଆୟରେ ମାତ୍ର ୫% ଆୟକର ଦେବାକୁ ପଡିବ। ଏହାପୂର୍ବରୁ ୬ ଲକ୍ଷ ଯାଏ ଆୟ ଉପରେ ୫% ଟ୍ୟାକ୍ସ ଦେବାକୁ ପଡୁଥିଲା। ସେହିପରି ୬ ଲକ୍ଷରୁ ୯ ଲକ୍ଷ ଯାଏ ଆୟ ଉପରେ ୧୦ % ଟ୍ୟାକ୍ସ ଦେବାକୁ ପଡୁଥିଲା। 

ଏବେ ନୂଆ ବ୍ୟବସ୍ଥା ଅନୁସାରେ ୩ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ଶୂନ ରହିଛି। ସେହିପରି ୭ ଲକ୍ଷରୁ ୧୦ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ୧୦%, ୧୦ରୁ ୧୨ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ୧୫%, ୧୨ରୁ ୧୫ ଲକ୍ଷ ଆୟ ପାଇଁ ଆୟକର ୨୦% ଓ ୧୫ ଲକ୍ଷରୁ ଅଧିକ ଆୟ ପାଇଁ ଆୟକର ୩୦% କରାଯାଇଛି।

Advertisment

ତେବେ ଓଲ୍ଡ ଟ୍ୟାକ୍ସ ରିଜିମ୍‌ ଅପରିବର୍ତ୍ତିତ ରହିଛି। ପୁରୁଣା ଟିକସ ବ୍ୟବସ୍ଥା ଅନୁସାରେ ୨.୫ ଲକ୍ଷ ଟଙ୍କା ଯାଏ ଟ୍ୟାକ୍ସ ଛାଡ଼ ରହିଛି। ୨.୫ ଲକ୍ଷରୁ ୫ ଲକ୍ଷ ଯାଏ ଆୟ ଉପରେ ୫% ଆୟକର ରହିଛି। ସେହିପରି ୫ଲକ୍ଷରୁ ୧୦ ଲକ୍ଷ ଯାଏ ଆୟ ୨୦% ଓ ୧୦ ଲକ୍ଷରୁ ଅଧିକ ଆୟ ଉପରେ ୩୦% ଟ୍ୟାକ୍ସ ରେଟ୍‌ ରହିଛି।

Income Tax Budget2024 New Tax Regime