Advertisment

ଜୁଲାଇରେ ବସିବ ବଜେଟ ଅଧିବେଶନ!

୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଜୁଲାଇ ୨୦ ସୁଦ୍ଧା ପୂର୍ଣ୍ଣ ବଜେଟ ଅଧିବେଶନ ବସିବାର ସମ୍ଭାବନା ରହିଛି।

Representative Image

Representative Image

Advertisment

ଜୁଲାଇରେ ଉପସ୍ଥାପନ ହୋଇପାରେ ମୋଦି ୩.୦ ସରକାରର ପ୍ରଥମ ବଜେଟ ଅଧିବେଶନ। ବିଶେଷ ସୂତ୍ରରୁ ପ୍ରକାଶ ରିପୋର୍ଟ ଅନୁସାରେ, ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଜୁଲାଇ ୨୦ ସୁଦ୍ଧା ପୂର୍ଣ୍ଣ ବଜେଟ ଅଧିବେଶନ ବସିବାର ସମ୍ଭାବନା ରହିଛି। 

Advertisment

ଅଧିବେଶ ପୂର୍ବରୁ ଅର୍ଥ ମନ୍ତ୍ରଣାଳୟ ଜୁନ୍ ୧୭ ସୁଦ୍ଧା ପୂର୍ବ-ପରାମର୍ଶ ବଜେଟ୍ ବୈଠକ କରିବ। ଏହା ପୂର୍ବରୁ ଜୁନ୍ ୨୪ରୁ ଜୁଲାଇ ୩ ପର୍ଯ୍ୟନ୍ତ ନୂଆ ସରକାରର ପ୍ରଥମ ଅଧିବେଶନ ବସିବ। ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜୁଜୁ ଏକ୍ସ ପୋଷ୍ଟ ଯୋଗେ ସୂଚନା ଦେଇଛନ୍ତି।

ରିଜୁଜୁ ଏକ ଏକ୍ସ ପୋଷ୍ଟରେ କହିଥିଲେ ଯେ, ୧୮ତମ ଲୋକସଭାର ପ୍ରଥମ ଅଧିବେଶନ ଜୁନ୍ ୨୪ରୁ ଜୁଲାଇ ୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ଅଧିବେଶନରେ ନବନିର୍ବାଚିତ ସାଂସଦମାନେ ଶପଥ ନେବା ସହ ବାଚସ୍ପତି ନିଯୁକ୍ତି ହେବ। 

Advertisment

ଅଧିବେଶନର ପ୍ରଥମ ଓ ଦ୍ୱିତୀୟ ଦିନ ସାଂସଦମାନେ ଶପଥ ଗ୍ରହଣ କରିବେ ଏବଂ ଜୁନ୍ ୨୬ରେ ଲୋକସଭା ବାଚସ୍ପତି ନିର୍ବାଚନ ହେବ ଏବଂ ଜୁଲାଇ 3 ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ।

ଏହା ପରେ ଜୁଲାଇ ମଧ୍ୟ ଭାଗରେ ପୂର୍ଣ୍ଣ ବଜେଟ ଉପସ୍ଥାପନ ହେବ। ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଅର୍ଥନୈତିକ ସର୍ବେକ୍ଷଣର ଉପସ୍ଥାପନା ସହିତ ବଜେଟ ଅଧିବେଶନ ଆରମ୍ଭ ହେବ ଏବଂ ପରେ ୨୦୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣ ବଜେଟ୍ ଆସିବ। 

Budget Session 2024-25 Budget Lok Sabha Budget Session
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe