/odisha-reporter/media/media_files/2026/02/01/education-2026-02-01-16-52-27.jpg)
ଶିକ୍ଷା ବଜେଟ
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିଥିବା କେନ୍ଦ୍ରୀୟ ବଜେଟ(Budget)ରେ ବଡ଼ ଲାଭ ପାଇଛି ଶିକ୍ଷା ବିଭାଗ। ଏହି ବିଭାଗକୁ ମିଳିଛି ୧,୩୯,୨୮୫.୯୫ କୋଟି ଟଙ୍କା। ଏହା ଗତବର୍ଷ ତୁଳନାରେ ୮.୨୭% ଅଧିକ। ୨୦୨୫-୨୬ ଆର୍ଥିକ ବର୍ଷରେ ଶିକ୍ଷା ବିଭାଗକୁ ୧,୨୮,୬୫୦ କୋଟି ଟଙ୍କା ମିଳିଥିଲା।
ସେହିପରି ସ୍କୁଲ ଶିକ୍ଷା ଓ ସ୍ୱାକ୍ଷରତା ପ୍ରତି ଅନୁଦାନ ମଧ୍ୟ ୭୮,୫୭୨ କୋଟିରୁ ବଢ଼ି ବର୍ଷକ ମଧ୍ୟରେ ୮୩,୫୬୧.୪୧ କୋଟି ଟଙ୍କାରେ ପହଞ୍ଚିଛି। ଅର୍ଥାତ ଏହି କ୍ଷେତ୍ର ପାଇଁ ଅନୁଦାନ ୬.୩୫% ବଢ଼ିଛି। ଉଚ୍ଚ ଶିକ୍ଷା ବିଭାଗର ଭାଗ ମଧ୍ୟ ବଢ଼ିଛି। ଏହି ବିଭାଗର ଭାଗ ଗତବର୍ଷ ତୁଳନାରେ ୧୧.୨୮% ବଢ଼ି ୫୫,୭୨୪.୫୪ କୋଟି ଛୁଇଁଛି। ୨୦୨୫-୨୬ରେ ଏହି ବିଭାଗକୁ କେନ୍ଦ୍ର ସରକାର ୫୦,୦୭୮ କୋଟି ଟଙ୍କାର ଅନୁଦାନ ଦେଇଥିଲେ।
ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ସୀତାରମଣ ଶିକ୍ଷା ବିଭାଗ ପାଇଁ କ’ଣ ଘୋଷଣା କରିଛନ୍ତି?
୧- ପ୍ରତିଟି ଜିଲ୍ଲାରେ ଅତିକମରେ ଗୋଟିଏ ବାଳିକା ହଷ୍ଟେଲ ଖୋଲାଯିବ ଓ ଉତ୍ତରପୂର୍ବ ଢାଞ୍ଚାରେ ଗୋଟିଏ ନୂଆ ପ୍ରତିଷ୍ଠାନ ସ୍ଥାପନ ହେବ।
୨- ମୁମ୍ବାଇ ସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ କ୍ରିଏଟିଭକୁ ସହାୟତା ଯୋଗାଇ ଦିଆଯାଇ ୧୫ ହଜାର ସେକେଣ୍ଡାରୀ ସ୍କୁଲରେ କଣ୍ଟେଣ୍ଟ ଲାଇବ୍ରେରୀ ତିଆରି କରାଯିବ।
୩- ପ୍ରମୁଖ ଶିଳ୍ପାଞ୍ଚଳ ଓ ଲଜିଷ୍ଟିକ କେନ୍ଦ୍ର ନିକଟରେ ୫ଟି ବିଶ୍ୱବିଦ୍ୟାଳୟ ଟାଉନଶିପ ପ୍ରତିଷ୍ଠା ହେବ।
୪- ବଜେଟରେ ୩ଟି ନୂଆ ଜାତୀୟ ଫାର୍ମାସିଟ୍ୟୁକାଲ ଶିକ୍ଷା ଓ ରିସର୍ଚ୍ଚ ପ୍ରତିଷ୍ଠାର ପ୍ରସ୍ତାବ ଦିଆଯାଇଛି ଓ ଚାଲୁ ରହିଥିବା ୭ଟି ପ୍ରତିଷ୍ଠାନର ଉନ୍ନତୀକରଣ ହେବ।
୫- ଦେଶ ତମାମ ୧୦୦୦ ଅଧିକୃତ କ୍ଲିନିକାଲ ଟ୍ରାଏଲ ନେଟୱର୍କ ତିଆରି କରିବେ ସରକାର।
୬- ଦେଶରେ ୩ଟି ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ଆୟୁର୍ବେଦ ପ୍ରତିଷ୍ଠା ହେବ।
୭- ଦେଶରେ ଗୋଟିଏ ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ଡିଜାଇନ ତିଆରି କରିବାକୁ ଲକ୍ଷ୍ୟ ରଖାଯାଇଛି
୮- ବିଦେଶରେ ପାଠ ପଢ଼ିବାକୁ ଯାଉଥିବା ପିଲାମାନଙ୍କ ଟିସିଏସ୍କୁ ୫%ରୁ ୨%କୁ କମ କରାଯିବ
୯- ଶିକ୍ଷାରୁ ନିଯୁକ୍ତି ଓ ଉଦ୍ୟୋଗପତି ହେବା ପାଇଁ କେନ୍ଦ୍ର ସରକାର ଗୋଟିଏ ଉଚ୍ଚସ୍ତରୀୟ କମିଟି ଗଠନ କରିବେ।
୧୦- ଦେଶରେ ୩ଟି ଏମ୍ସ ପ୍ରତିଷ୍ଠା ହେବ ଓ ୫ ବର୍ଷ ମଧ୍ୟରେ ୭୫ ହଜାର ମେଡିକାଲ ସିଟ ସୃଷ୍ଟି କରାଯିବ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
