Advertisment

Budget 2026: ଶିକ୍ଷା ବିଭାଗକୁ ମିଳିଲା ଅଧିକ ୮.୨୭% ଅର୍ଥ, ୧୦ ବଡ଼ ଘୋଷଣା ଉପରେ ପକାନ୍ତୁ ନଜର

ସ୍କୁଲ ଶିକ୍ଷା ଓ ସ୍ୱାକ୍ଷରତା ପ୍ରତି ଅନୁଦାନ ମଧ୍ୟ ୭୮,୫୭୨ କୋଟିରୁ ବଢ଼ି ବର୍ଷକ ମଧ୍ୟରେ ୮୩,୫୬୧.୪୧ କୋଟି ଟଙ୍କାରେ ପହଞ୍ଚିଛି। ଅର୍ଥାତ ଏହି କ୍ଷେତ୍ର ପାଇଁ ଅନୁଦାନ ୬.୩୫% ବଢ଼ିଛି। ଉଚ୍ଚ ଶିକ୍ଷା ବିଭାଗର ଭାଗ ମଧ୍ୟ ବଢ଼ିଛି।

Education

ଶିକ୍ଷା ବଜେଟ

Advertisment

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିଥିବା କେନ୍ଦ୍ରୀୟ ବଜେଟ(Budget)ରେ ବଡ଼ ଲାଭ ପାଇଛି ଶିକ୍ଷା ବିଭାଗ। ଏହି ବିଭାଗକୁ ମିଳିଛି ୧,୩୯,୨୮୫.୯୫ କୋଟି ଟଙ୍କା। ଏହା ଗତବର୍ଷ ତୁଳନାରେ ୮.୨୭% ଅଧିକ। ୨୦୨୫-୨୬ ଆର୍ଥିକ ବର୍ଷରେ ଶିକ୍ଷା ବିଭାଗକୁ ୧,୨୮,୬୫୦ କୋଟି ଟଙ୍କା ମିଳିଥିଲା।

Advertisment

ସେହିପରି ସ୍କୁଲ ଶିକ୍ଷା ଓ ସ୍ୱାକ୍ଷରତା ପ୍ରତି ଅନୁଦାନ ମଧ୍ୟ ୭୮,୫୭୨ କୋଟିରୁ ବଢ଼ି ବର୍ଷକ ମଧ୍ୟରେ ୮୩,୫୬୧.୪୧ କୋଟି ଟଙ୍କାରେ ପହଞ୍ଚିଛି। ଅର୍ଥାତ ଏହି କ୍ଷେତ୍ର ପାଇଁ ଅନୁଦାନ ୬.୩୫% ବଢ଼ିଛି। ଉଚ୍ଚ ଶିକ୍ଷା ବିଭାଗର ଭାଗ ମଧ୍ୟ ବଢ଼ିଛି। ଏହି ବିଭାଗର ଭାଗ ଗତବର୍ଷ ତୁଳନାରେ ୧୧.୨୮% ବଢ଼ି ୫୫,୭୨୪.୫୪ କୋଟି ଛୁଇଁଛି। ୨୦୨୫-୨୬ରେ ଏହି ବିଭାଗକୁ କେନ୍ଦ୍ର ସରକାର ୫୦,୦୭୮ କୋଟି ଟଙ୍କାର ଅନୁଦାନ ଦେଇଥିଲେ। 

ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ସୀତାରମଣ ଶିକ୍ଷା ବିଭାଗ ପାଇଁ କ’ଣ ଘୋଷଣା କରିଛନ୍ତି? 

Advertisment

୧- ପ୍ରତିଟି ଜିଲ୍ଲାରେ ଅତିକମରେ ଗୋଟିଏ ବାଳିକା ହଷ୍ଟେଲ ଖୋଲାଯିବ ଓ ଉତ୍ତରପୂର୍ବ ଢାଞ୍ଚାରେ ଗୋଟିଏ ନୂଆ ପ୍ରତିଷ୍ଠାନ ସ୍ଥାପନ ହେବ।

୨- ମୁମ୍ବାଇ ସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ କ୍ରିଏଟିଭକୁ ସହାୟତା ଯୋଗାଇ ଦିଆଯାଇ ୧୫ ହଜାର ସେକେଣ୍ଡାରୀ ସ୍କୁଲରେ କଣ୍ଟେଣ୍ଟ ଲାଇବ୍ରେରୀ ତିଆରି କରାଯିବ।

୩- ପ୍ରମୁଖ ଶିଳ୍ପାଞ୍ଚଳ ଓ ଲଜିଷ୍ଟିକ କେନ୍ଦ୍ର ନିକଟରେ ୫ଟି ବିଶ୍ୱବିଦ୍ୟାଳୟ ଟାଉନଶିପ ପ୍ରତିଷ୍ଠା ହେବ। 

୪- ବଜେଟରେ ୩ଟି ନୂଆ ଜାତୀୟ ଫାର୍ମାସିଟ୍ୟୁକାଲ ଶିକ୍ଷା ଓ ରିସର୍ଚ୍ଚ ପ୍ରତିଷ୍ଠାର ପ୍ରସ୍ତାବ ଦିଆଯାଇଛି ଓ ଚାଲୁ ରହିଥିବା ୭ଟି ପ୍ରତିଷ୍ଠାନର ଉନ୍ନତୀକରଣ ହେବ। 

୫- ଦେଶ ତମାମ ୧୦୦୦ ଅଧିକୃତ କ୍ଲିନିକାଲ ଟ୍ରାଏଲ ନେଟୱର୍କ ତିଆରି କରିବେ ସରକାର।

୬- ଦେଶରେ ୩ଟି ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ଆୟୁର୍ବେଦ ପ୍ରତିଷ୍ଠା ହେବ। 

୭- ଦେଶରେ ଗୋଟିଏ ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ଡିଜାଇନ ତିଆରି କରିବାକୁ ଲକ୍ଷ୍ୟ ରଖାଯାଇଛି

୮- ବିଦେଶରେ ପାଠ ପଢ଼ିବାକୁ ଯାଉଥିବା ପିଲାମାନଙ୍କ ଟିସିଏସ୍‌କୁ ୫%ରୁ ୨%କୁ କମ କରାଯିବ 

୯- ଶିକ୍ଷାରୁ ନିଯୁକ୍ତି ଓ ଉଦ୍ୟୋଗପତି ହେବା ପାଇଁ କେନ୍ଦ୍ର ସରକାର ଗୋଟିଏ ଉଚ୍ଚସ୍ତରୀୟ କମିଟି ଗଠନ କରିବେ। 

୧୦- ଦେଶରେ ୩ଟି ଏମ୍ସ ପ୍ରତିଷ୍ଠା ହେବ ଓ ୫ ବର୍ଷ ମଧ୍ୟରେ ୭୫ ହଜାର ମେଡିକାଲ ସିଟ ସୃଷ୍ଟି କରାଯିବ 

Budget
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe