/odisha-reporter/media/media_files/2026/02/01/budget12-2026-02-01-13-26-12.jpg)
ବଜେଟ
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରେକର୍ଡ ୯ମ ଥର ପାଇଁ ଆଜି ବଜେଟ ଉପସ୍ଥାପନ କରିଛନ୍ତି। ପ୍ରାୟ ୧ ଘଣ୍ଟା ୨୫ ମିନିଟର ବଜେଟ ଭାଷଣରେ ସେ ସବୁ ବର୍ଗଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରିଛନ୍ତି। ୨୦୪୭ ବିକଶିତ ଭାରତ ଲକ୍ଷ୍ୟରେ ଭିତ୍ତିଭୂମିକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ମୋଟ ବଜେଟ ୫୩ ଲକ୍ଷ କୋଟି ଟଙ୍କା ଟପିଛି।
ତେବେ ଏତେ ପରିମାଣର ବଜେଟକୁ ସାଧାରଣ ଲୋକ ବୁଝିବା ବେଶ ମୁସ୍କିଲ। ତେଣୁ ୧ ଟଙ୍କାରେ ପୂରା ବଜେଟ୍ର ହିସାବ ଜାଣନ୍ତୁ..
ଟଙ୍କାଟିଏ ଆସିବ କେଉଁଠୁ
ଋଣ ଓ ଅନ୍ୟାନ୍ୟ ଦାତା-- ୨୪ ପ.
କର୍ପୋରେସନ ଟିକସ- ୧୮ ପ.
ଆୟକର- ୨୧ ପ.
ସୀମା ଶୁଳ୍କ- ୪ ପ.
କେନ୍ଦ୍ରୀୟ ଉତ୍ପାଦନ ଶୁଳ୍କ – ୬ ପ.
ଜିଏସଟି ଓ ଅନ୍ୟାନ୍ୟ ଟିକସ – ୧୫ ପ.
ଅଣ ଟିକସ – ୧୦ ପ.
ଅଣ ପୁଞ୍ଜି ଋଣ- ୨ ପ.
ଟଙ୍କାଟିଏ ଯିବ କୁଆଡ଼େ
ଟିକସ ଓ ଶୁଳ୍କରୁ ରାଜ୍ୟର ଭାଗ- ୨୨ ପ.
ସୁଧ ଦେୟ- ୨୦ ପ.
କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା – ୮ ପ.
ଫାଇନାନ୍ସ କମିଶନ ଓ ଅନ୍ୟ ଟ୍ରାନ୍ସଫର- ୭ ପ.
କେନ୍ଦ୍ରୀୟ ଯୋଜନା – ୧୭ ପ.
ପ୍ରତିରକ୍ଷା- ୧୧ ପ.
ପ୍ରମୁଖ ସବସିଡି- ୬ ପ.
ସାଧାରଣ ପେନସନ- ୨ ପ.
ଅନ୍ୟାନ୍ୟ ଖର୍ଚ୍ଚ – ୭ ପ.
#UnionBudget2026#ବଜେଟ୍_ଆଗତ_କଲେ_ଅର୍ଥମନ୍ତ୍ରୀ_ନିର୍ମଳ_ସୀତାରମଣ
— Odisha Reporter (@OdishaReporter) February 1, 2026
* ୧ ଏପ୍ରିଲ ୨୦୨୬ରୁ ନୂଆ ଆୟକର ନିୟମ ଲାଗୁ ହେବ। ଘୋଷଣା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। TCS ୨%କୁ ହ୍ରାସ ନେଇ ଅର୍ଥମନ୍ତ୍ରୀଙ୍କ ଘୋଷଣା।#BudgetSession2026#Budgetpic.twitter.com/qGo6PEvGRU
#UnionBudget2026#ବଜେଟ୍_ଆଗତ_କଲେ_ଅର୍ଥମନ୍ତ୍ରୀ_ନିର୍ମଳ_ସୀତାରମଣ
— Odisha Reporter (@OdishaReporter) February 1, 2026
ପ୍ରଥମ ପର୍ଯ୍ୟାୟ କାମ ଜାତୀୟ ଜଳମାର୍ଗ-୫ ଓଡ଼ିଶାରୁ ଆରମ୍ଭ ହେବ। ଏହା ଖଣିଜ ସମ୍ପଦ ଗଚ୍ଛିତ ତାଳଚେର ଓ ଅନୁଗୋଳ ସହ ଶିଳ୍ପର ହବ କୁହାଯାଉଥିବା କଳିଙ୍ଗ ନଗର ଓ ବନ୍ଦର ସହର ପାରାଦୀପ ଏବଂ ଧାମରାକୁ ସଂଯୋଗ କରିବ। #Budget#BudgetSession2026pic.twitter.com/eky07jmS6p
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
