Advertisment

୧.୫ ଲକ୍ଷର ମଙ୍ଗଳସୂତ୍ର ଗିଳି ଦେଲା ମଇଁଷି, ଆଉ ତା’ପରେ

ଜଣେ ମହିଳା ଗୋଟିଏ ପ୍ଲେଟର ପ୍ରଥମେ କିଛି ସୋୟାବିନ ଓ ବାଦାମ ରଖିଥିଲେ। ଏହାପରେ ସେ ଗାଧୋଇବାକୁ ଯାଇଥିଲେ। କିନ୍ତୁ ଏହା ପୂର୍ବରୁ ସେ ଭୁଲବଶତଃ ତାଙ୍କ ମଙ୍ଗଳସୂତ୍ରକୁ ଉକ୍ତ ପ୍ଲେଟରେ ରଖି ଦେଇଥିଲେ।

woman

Woman

Advertisment

ସାମ୍ନାକୁ ଆସିଛି ଗୋଟିଏ ଅଜବ ଘଟଣା। ଦାମୀ ମଙ୍ଗଳସୂତ୍ର ଗିଳି ଦେଇଛି ମଇଁଷି। ଏହାର ଓଜନ ପ୍ରାୟ ୨୦ ଗ୍ରାମ ହୋଇଥିବା ବେଳେ ଦାମ ଦେଢ଼ ଲକ୍ଷ ଟଙ୍କା ହେବ। ମହାରାଷ୍ଟ୍ରର ୱାସିମ ଜିଲ୍ଲାରୁ ଏପରି ଘଟଣା ସାମ୍ନାକୁ ଆସିଛି।

Advertisment

ଜଣେ ମହିଳା ଗୋଟିଏ ପ୍ଲେଟର ପ୍ରଥମେ କିଛି ସୋୟାବିନ ଓ ବାଦାମ ରଖିଥିଲେ। ଏହାପରେ ସେ ଗାଧୋଇବାକୁ ଯାଇଥିଲେ। କିନ୍ତୁ ଏହା ପୂର୍ବରୁ ସେ ଭୁଲବଶତଃ ତାଙ୍କ ମଙ୍ଗଳସୂତ୍ରକୁ ଉକ୍ତ ପ୍ଲେଟରେ ରଖି ଦେଇଥିଲେ। ଗାଧୋଇ ଆସିବା ପରେ ସେ ସୋୟାବିନ ଓ ବାଦାମ ରଖିଥିବା ପ୍ଲେଟକୁ ମଇଁଷି ଆଗରେ ରଖି ଦେଇଥିଲେ ଓ ଘର କାମ କରିବା ଆରମ୍ଭ କରିଥିଲେ।

ତେବେ ଏହାର କିଛି ଘଣ୍ଟା ପରେ ସେ ମଙ୍ଗଳସୂତ୍ର ପିନ୍ଧି ନଥିବା ହୃଦୟଙ୍ଗମ କରିଥିଲେ। ସେ ପୂରା ବ୍ୟସ୍ତ ହୋଇଯିବା ସହ ବିଭିନ୍ନ ସ୍ଥାନରେ ଖୋଜାଖୋଜି ମଧ୍ୟ ଆରମ୍ଭ କରିଥିଲେ। ବେଶ କିଛି ଘଣ୍ଟାର ଖୋଜାଖୋଜି ପରେ ମଙ୍ଗଳସୂତ୍ରକୁ ସେ ମଇଁଷିକୁ ଖାଇବାକୁ ଦେଇଥିବା ପ୍ଲେଟରେ ରଖି ଦେଇଥିଲେ ବୋଲି ମନେପକାଇବାକୁ ସକ୍ଷମ ହୋଇଥିଲେ।

Advertisment

କିନ୍ତୁ ସେ ପ୍ଲେଟକୁ ଦେଖିଲା ବେଳକୁ ମଇଁଷିଟି ସୋୟାବିନ ଓ ବାଦାମ ସହ ମଙ୍ଗଳସୂତ୍ରକୁ ମଧ୍ୟ ଗିଳି ଦେଇଥିଲା। ଏ ସମ୍ପର୍କରେ ମହିଳା ଜଣଙ୍କ ତୁରନ୍ତ ତାଙ୍କ ସ୍ୱାମୀଙ୍କୁ ଖବର ଦେଇଥିଲେ।

ଏହାପରେ ସେମାନେ ଜଣେ ପ୍ରାଣୀ ଚିକିତ୍ସଙ୍କ ପାଖରେ ପହଞ୍ଚିଥିଲେ। ପ୍ରାଣୀ ଚିକିତ୍ସକ ଜଣଙ୍କ ମେଟାଲ ଡିଟେକ୍ଟର ଜରିଆରେ ପରୀକ୍ଷା କରି ଜାଣିବାକୁ ପାଇଥିଲେ ଯେ ମଙ୍ଗଳସୂତ୍ରଟି ମଇଁଷର ପେଟରେ ଅଛି। କିନ୍ତୁ ମଙ୍ଗଳସୂତ୍ର ବାହାର କରିବା ପାଇଁ ଅପରେସନ କରିବାକୁ ପଡ଼ିବ ବୋଲି ସେ ପରାମର୍ଶ ଦେଇଥିଲେ।

ଦିନକ ପରେ ଦୀର୍ଘ ଦୁଇ ଘଣ୍ଟା ଧରି ମଇଁଷିର ଅପରେସନ କରାଯାଇଥିଲା। ଏହାପରେ ତା’ ପେଟରୁ ମଙ୍ଗଳସୂତ୍ର ବାହାର କରାଯାଇଥିଲା। ଅପରେସନ ଯୋଗୁ ମଇଁଷିର ପେଟରେ ୬୦ରୁ ୬୫ଟି ଷ୍ଟିଚ ମଧ୍ୟ ପଡ଼ିଥିଲା।

ୱାସିମର ଜଣେ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି, ଲୋକମାନେ ସେମାନଙ୍କ ଗୃହପାଳିତ ପଶୁପକ୍ଷୀଙ୍କୁ ଖାଇବାକୁ ଦେବା ବେଳେ ସତର୍କତା ଅବଲମ୍ବନ କରୁନ୍ତୁ। ଖାଇବାକୁ ଦେବା ବେଳେ ପ୍ଲେଟରେ ଯେମିତି ଖାଇବା ବ୍ୟତିତ ଆଉ କିଛି ଜିନିଷ ନ ରହିବ, ସେକଥା ନିଶ୍ଚିତ କରନ୍ତୁ।

Maharashtra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe