Advertisment

ଆଖି ଆଗରେ ଭୁଶୁଡ଼ି ପଡ଼ିଲା ବିଶାଳକାୟ କୋଠା

ଭୂକମ୍ପ ନଥିଲା କି ବାତ୍ୟା ନଥିଲା। ହଠାତ୍‌ ସମସ୍ତଙ୍କ ଆଖି ଆଗରେ ଭୁଶୁଡ଼ି ପଡ଼ିଲା ବିଶାଳକାୟ କୋଠା।

author-image
Tapas Behera
delhi

delhi

ଭୂକମ୍ପ ନଥିଲା କି ବାତ୍ୟା ନଥିଲା। ହଠାତ୍‌ ସମସ୍ତଙ୍କ ଆଖି ଆଗରେ ଭୁଶୁଡ଼ି ପଡ଼ିଲା ବିଶାଳକାୟ କୋଠା। ଦିଲ୍ଲୀର ଭଜନପୁରାସ୍ଥିତ ବିଜୟ ପାର୍କ ଅଞ୍ଚଳରେ ଏମିତି ଏକ ଅଭାବନୀୟ ଘଟଣା ଘଟିଛି। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇଥିବା ସୂଚନା ମିଳି ନାହିଁ। ଏହି ବିଶାଳକାୟ କୋଠା ଭୁଶୁଡ଼ୁଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଏହି ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି। ଏକ ପାଞ୍ଚମହଲା କୋଠା ଭୁଶୁଡି ପଡିଛି। ଘଟଣା ସମ୍ପର୍କରେ ସୂଚନା ପାଇ ଦିଲ୍ଲୀ ଦମକଳ ବିଭାଗ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଏହି ଘଟଣା ଘଟିଥିବା ରାସ୍ତାର ଉଭୟ ପାର୍ଶ୍ୱକୁ ବନ୍ଦ କରି ଦିଆଯାଇଛି। ଫଳରେ ଟ୍ରାଫିକ୍‌ ଜାମ ହୋଇପଡ଼ିଛି। ପ୍ରଶାସନ ପକ୍ଷରୁ କୋଠାର ଭଗ୍ନାବଶେଷକୁ ଉଠାଇ ରାସ୍ତା ସଫା କରାଯାଉଛି।

Advertisment

ସ୍ଥାନୀୟ ଲୋକେ ଏହାର ଭିଡ଼ିଓ ଉତ୍ତୋଳନ କରି ସୋଶାଲ ମିଡିଆରେ ସେୟାର କରିଥିଲେ। ଭିଡିଓଟି ବେଶ ଭାଇରାଲ ହୋଇଛି। କୋଠା ଭୁଶୁଡ଼ି ଦେଖି ସ୍ଥାନୀୟଲୋକେ ଜୀବନ ବଞ୍ଚାଇବାକୁ ଏଣେତେଣେ ଦୌଡ଼ି ଚାଲି ଯାଇଥିଲେ। କୋଠା ପାଖରେ ଥିବା କିଛି ଘର ଓ ଦୋକାନ ଭାଙ୍ଗି ନଷ୍ଟ ହୋଇଯାଇଛି। ତେବେ କେଉଁ କାରଣରୁ ଭୁଶୁଡ଼ି ପଡ଼ିଲା ସେନେଇ ସ୍ପଷ୍ଟ ସୂଚନା ମିଳି ପାରିନାହିଁ।

ଏହା ପୂର୍ବରୁ ଗତ ମାର୍ଚ୍ଚ ୧ ତାରିଖରେ ଉତ୍ତର ଦିଲ୍ଲୀର ରୋଶନାରା ରେଡ୍‌ରେ ଅଗ୍ନିକାଣ୍ଡ ପରେ ଏକ ବିଲ୍ଡିଂ ଭୁଶୁଡ଼ି ପଡିଥିଲା। ଅଗ୍ନିଶମ ବାହିନୀର କର୍ମଚାରୀମାନେ ବିଲ୍ଡିଂର ନିଆଁ ଲିଭାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ତେବେ ଏଥିରେ କାହାର କୌଣସି କ୍ଷତି ହୋଇନଥିବା ପୁଲିସ ସୂଚନା ଦେଇଛି। ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ୧୮ଟି ଦମକଳ ଗାଡି ଘଟଣାସ୍ଥଳରେ ନିୟୋଜିତ ହୋଇଥିଲା।

Advertisment
India