Advertisment

Rajasthan: SDMଙ୍କ ଅହଂକାର ନା ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଅଭଦ୍ରାମୀ? ଭାଇରାଲ ହେଉଛି ମାରପିଟ ଭିଡିଓ

ଘଟଣା ବେଳେ ଉପସ୍ଥିତ ଥିବା ଏସଡିଏମଙ୍କ ପତ୍ନୀ ପେଟ୍ରୋଲ କର୍ମଚାରୀଙ୍କ ବିରୋଧରେ ଅଭଦ୍ର ବ୍ୟବହାରର ଅଭିଯୋଗ ଆଣିଛନ୍ତି। ଏସଡିଏମଙ୍କ ପତ୍ନୀଙ୍କ ଅଭିଯୋଗ ଆଧାରରେ ପୁଲିସ୍‌ ତୁରନ୍ତ ପେଟ୍ରୋଲ ପମ୍ପର ୩ ଜଣ କର୍ମଚାରୀଙ୍କୁ ଗିରଫ କରିନେଇଛି।

SDM

ଚର୍ଚ୍ଚାରେ ଥିବା ଏସଡିଏମ

Advertisment

ରାଜସ୍ଥାନ(Rajastan)ର ଭିଲାୱାରା ଠାରେ ଥିବା ଗୋଟିଏ ପେଟ୍ରୋଲ ପମ୍ପରେ ଆରମ୍ଭ ହୋଇଥିବା ଯୁକ୍ତିତର୍କ ଓ ମାରପିଟର ଭିଡିଓ ବେଶ ଭାଇରାଲ ହେଉଛି। ପେଟ୍ରୋଲ ପମ୍ପରେ ତେଲ ପକାଇବାକୁ ଆସିଥିବା ସବ ଡିଭିଜନାଲ ମାଜିଷ୍ଟ୍ରେଟ ବା ଏସ୍‌ଡିଏମ ଜଣେ କର୍ମଚାରୀଙ୍କୁ ଚାପୁଡ଼ା ମାରିବାରୁ ସେ ସମାନ ଢଙ୍ଗରେ ଏହାର ଜବାବ ଦେଇଛନ୍ତି। 
ଏସଡିଏମ ନିଜ ପଦକୁ ନେଇ ଅହଂକାର କରିବା ସହ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ପ୍ରଥମେ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି।

Advertisment

ହେଲେ ଘଟଣା ବେଳେ ଉପସ୍ଥିତ ଥିବା ଏସଡିଏମଙ୍କ ପତ୍ନୀ ପେଟ୍ରୋଲ କର୍ମଚାରୀଙ୍କ ବିରୋଧରେ ଅଭଦ୍ର ବ୍ୟବହାରର ଅଭିଯୋଗ ଆଣିଛନ୍ତି। ଏସଡିଏମଙ୍କ ପତ୍ନୀଙ୍କ ଅଭିଯୋଗ ଆଧାରରେ ପୁଲିସ୍‌ ତୁରନ୍ତ ପେଟ୍ରୋଲ ପମ୍ପର ୩ ଜଣ କର୍ମଚାରୀଙ୍କୁ ଗିରଫ କରିନେଇଛି। 

ଗିରଫ ୩ ଜଣ ହେଲେ- ଦୀପକ ମାଳି, ପ୍ରଭୁ ଲାଲ କୁମାୱତ ଓ ରାଜା ଶର୍ମା। ପ୍ରତାପଗଡ଼ର ଏସଡିଏମ ଛୋଟୁ ଲାଲ ଶର୍ମା ନିକଟରେ ପତ୍ନୀ ଦୀପିକା ବ୍ୟାସ ଓ ପରିବାର ଲୋକଙ୍କ ସହ ତେଲ ପକାଇବାକୁ ପେଟ୍ରୋଲ ପମ୍ପକୁ ଯାଇଥିଲେ। ଏହି ସମୟରେ ପ୍ରଥମେ ଯୁକ୍ତିତର୍କ ଓ ପରେ ହାତାହାତି ସ୍ଥିତି ସୃଷ୍ଟି ହୋଇଥିଲା।

Advertisment

ଏନେଇ ଦୀପିକା ପୁଲିସ୍‌ରେ ଦାଖଲ କରିଥିବା ଅଭିଯୋଗରେ କହିଛନ୍ତି ଯେ ପେଟ୍ରୋଲ ପମ୍ପର ଜଣେ କର୍ମଚାରୀ ତାଙ୍କୁ ଆଖି ମାରିବା ସହ ଅଭଦ୍ର ଟିପ୍ପଣୀ କରିଥିଲେ। ଏନେଇ ତାଙ୍କ ସ୍ୱାମୀ ତଥା ଏସଡିଏମ ଛୋଟୁ ଲାଲୁ ଶର୍ମା ଉକ୍ତ କର୍ମଚାରୀଙ୍କୁ ପ୍ରଶ୍ନ କରିଥିଲେ। ଏହାପରେ କର୍ମଚାରୀ ଜଣଙ୍କ ତାଙ୍କ ଗାଡ଼ି ଛାଡ଼ି ପଛରେ ଥିବା କାରରେ ତେଲ ଭରିବା ଆରମ୍ଭ କରିଥିଲେ। ଏହାକୁ ନେଇ ଯୁକ୍ତିତର୍କ ଓ ପରେ ମାରପିଟ ହୋଇଥିଲା।

ପେଟ୍ରାଲ ପମ୍ପ ମାଲିକ ମଧ୍ୟ ଘଟଣା ସ୍ଥଳକୁ ଆସିଥିଲେ ଓ ସେ ଅଭଦ୍ର ଶବ୍ଦ ପ୍ରୟୋଗ କରିଥିଲେ। ତେଣୁ ପେଟ୍ରୋଲ ପମ୍ପ କର୍ମଚାରୀ ଓ ମାଲିକଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରାଯାଉ ବୋଲି ଦୀପିକା ଦାବି କରିଛନ୍ତି। 

ପୁଲିସର କହିବା କଥା ଯେ ପଛରେ ଆସିଥିବା କାରରେ ପେଟ୍ରୋଲ ପମ୍ପର ଜଣେ କର୍ମଚାରୀ ଆଗ ତେଲ ଭରିବାରୁ ଏହାକୁ ଏସଡିଏମ ସହ୍ୟ କରି ନଥିଲେ। ଏହାକୁ ନେଇ ଉକ୍ତ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ପ୍ରଶ୍ନ କରିଥିଲେ। ପୂରା ଘଟଣାରେ ଆଉ ଜଣେ କର୍ମଚାରୀ ହସ୍ତକ୍ଷେପ କରିବାକୁ ଶ୍ରୀ ଶର୍ମା ତାଙ୍କୁ ଚାପୁଡ଼ା ମାରିଥିଲେ କର୍ମଚାରୀ ଜଣଙ୍କ ମଧ୍ୟ ପାଲଟା ଆକ୍ରମଣ କରିଥିଲେ। 


ପୁଲିସ୍‌ ଏହି ଘଟଣାରେ ପେଟ୍ରୋଲ ପମ୍ପର ୩ ଜଣ କର୍ମଚାରୀଙ୍କୁ ଗିରଫ କରି ଅଧିକ ତଦନ୍ତ କରୁଛି। ସେହିପରି ସିସିଟିଭି ଫୁଟେଜ ଓ ଘଟଣା ସ୍ଥଳରେ ଉପସ୍ଥିତ ଥିବା ସାକ୍ଷୀଙ୍କ ବୟାନ ରେକର୍ଡ କରିବାରେ ଲାଗିଛି। 

Rajastan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe