Advertisment

ଘରୁ ଭିତରୁ ମିଳିଲା ଭାଇ-ଭଉଣୀଙ୍କ ପୋଡ଼ା ମୃତଦେହ

ଗୋଟିଏ ରୁମରୁ ଭାଉ ଭଉଣୀଙ୍କ ମୃତଦେହ ମିଳିଥିବା ବେଳେ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
Bihar

Bihar

ଘର ଭିତରୁ ମିଳିଛି ଦୁଇ ଛୋଟ ଭାଇ-ଭଉଣୀଙ୍କ ପୋଡ଼ା ମୃତଦେହ। ସେମାନଙ୍କ ଘରର ଗୋଟିଏ ରୁମରୁ ମୃତଦେହ ମିଳିବା ପରେ ବିହାରର ପାଟନା ଉପକଣ୍ଠରେ ଥିବା ଗାଁରେ ହଇଚଇ ସୃଷ୍ଟି ହୋଇଛି। ଗୋଟିଏ ରୁମରୁ ଭାଉ ଭଉଣୀଙ୍କ ମୃତଦେହ ମିଳିଥିବା ବେଳେ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି। 

Advertisment

ସେମାନଙ୍କ କହିବା କଥା ଯେ ଦୁଇ ଜଣଙ୍କୁ କେହି ହତ୍ୟା କରିବା ପରେ ଘର ଭିତରେ ପୋଡ଼ି ଦେଇଥିବା ଅଭିଯୋଗ ହେବା ପରେ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି। ଘଟଣା ବେଳେ ଦୁଇ ପିଲାଙ୍କ ବାପା ମା’ ଘରେ ଉପସ୍ଥିତ ନଥିଲେ। ସେମାନେ ନିଜ ନିଜ କାମରେ ଯାଇଥିଲେ। 

ଘର ଭିତରୁ ୧୫ ବର୍ଷୀୟ ଅଞ୍ଜଳି କୁମାରୀ ଓ ୧୦ ବର୍ଷୀୟ ଅଂଶୁଲ କୁମାରଙ୍କ ପୋଡ଼ି ଯାଇଥିବା ମୃତଦେହକୁ ଜବତ କରାଯାଇଛି। ଘଟଣା ସାମ୍ନାକୁ ଆସିବା ପରେ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲା।

Advertisment

ଦୁଇ ମୃତକଙ୍କ ବାପା ଲଲନ ଗୁପ୍ତା କହିଛନ୍ତି, “ଘର ପାଖରେ ୨ରୁ ୩ ଜଣ ଲୋକ ବୁଲୁଥିବା ଦେଖିବାକୁ ମିଳିଥିଲା। ଏହାପରେ ମୋର ଦୁଇ ପିଲାଙ୍କ ମୃତଦେହ ରୁମ ଭିତରୁ ମିଳିଛି। ସେମାନଙ୍କୁ ହତ୍ୟା କରିବା ପରେ ପୋଡ଼ି ଦିଆଯାଇଛି। ଯଦି ଏହା ଏକ ଦୁର୍ଘଟଣା, ତା’ହେଲେ ମୋ ପୁଅ ନିଶ୍ଚିତ ଜୀବନ ବଞ୍ଚାଇବାକୁ ଦୌଡ଼ି ଥାଆନ୍ତା। ସେ କବାଟ ଖୋଲିବାକୁ ଚେଷ୍ଟା କରିଥାଆନ୍ତା। କିନ୍ତୁ ସେମିତି କିଛି ବି ହୋଇନି। ତେଣୁ କେହି ସେମାନଙ୍କୁ ପ୍ରଥମେ ହତ୍ୟା କରିଛନ୍ତି ଓ ଏହାପରେ ମୃତଦେହକୁ ପୋଡ଼ିଛନ୍ତି।”

ଗୁପ୍ତା ସ୍ଥାନୀୟ ନିର୍ବାଚନ ଅଫିସରେ କାମ କରନ୍ତି। ତାଙ୍କ ପତ୍ନୀ ପାଟନା ଏମ୍ସରେ କାର୍ଯ୍ୟରତ। ଗୁପ୍ତାଙ୍କ ପତ୍ନୀ କାମରୁ ଫେରି ଦୁଇ ପିଲାଙ୍କ ଏପରି ଅବସ୍ଥା ଦେଖି ଚିତ୍କାର କରିଥିଲେ। ଏହାପରେ ସେ ତାଙ୍କ ସ୍ୱାମୀଙ୍କୁ ଖବର ଦେଇଥିଲେ।

ଖବର ପାଇ ଗାଁ ଲୋକ ଓ ସମ୍ପର୍କୀୟମାନେ ଘଟଣା ସ୍ଥଳରେ ପହଞ୍ଚିଥିଲେ। ସମସ୍ତେ ଘଟଣାକୁ ଦେଖି ପୂରା ସ୍ତବ୍ଧ ହୋଇଯାଇଛନ୍ତି। ପୁଲିସ୍‌ ମଧ୍ୟ ଘଟଣା ସ୍ଥଳରୁ କିଛି ପ୍ରମାଣ ସଂଗ୍ରହ କରିବାରେ ଲାଗି ପଡ଼ିଛି। ଗ୍ରାମବାସୀ ଦୋଷୀଙ୍କୁ ତୁରନ୍ତ ଧରି ଜୀବନ୍ତ ଜାଳି ଦେବାକୁ ଦାବି କରିଛନ୍ତି।

Murder Crime Bihar