Advertisment

ଟ୍ୟାଙ୍କର ଧକ୍କାରେ ବସ୍‌ ଛିନଛତ୍ର; ୧୮ ମୃତ, ୩୦ ଗୁରୁତର

ଏକ ଟ୍ୟାଙ୍କର ଓ ବସ୍‌ ମଧ୍ୟରେ ଧକ୍କା ହେବାରୁ ବସ୍‌ଟି ବହୁ ଥର ଓଲଟିବା ସହ ଦୁଇ ଫାଳ ହୋଇ ଯାଇଛି।

Accident Spot

Accident Spot

Advertisment

ଉତ୍ତରପ୍ରଦେଶର ଉନ୍ନାବରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ୟାଙ୍କର ଓ ବସ୍‌ ମଧ୍ୟରେ ଧକ୍କା ହେବାରୁ ବସ୍‌ଟି ବହୁ ଥର ଓଲଟିବା ସହ ଦୁଇ ଫାଳ ହୋଇ ଯାଇଛି। ଏହି ଦୁର୍ଘଟଣାରେ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୩୦ ଜଣ ଗୁରୁତର ଆହତ ହୋଇଛନ୍ତି ।

Advertisment

ବସ୍‌ଟି ବିହାରର ସୀତାମଡ଼ିରୁ ଦିଲ୍ଲୀ ଅଭିମୁଖେ ଯାଉଥିଲା। ଆଜି ଭୋର ପ୍ରାୟ ୪ଟା ପରେ ବସ୍‌ଟି ଉନ୍ନାବର ଗଢ଼ାଗାଁ ନିକଟରେ ଏକ କ୍ଷୀର ବୋଝେଇ ଟ୍ୟାଙ୍କର ବସ୍‌କୁ ଓଭରଟେକ୍‌ କରିଥିଲା। ଏହି ସମୟରେ ଟ୍ୟାଙ୍କର ଓ ବସ୍‌ ମଧ୍ୟରେ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ବସ୍‌ଟି ରାସ୍ତାରେ ବହୁ ଥର ଓଲଟିବା ସହ ଦୁଇ ଫାଳ ହୋଇ ଯାଇଥିଲା ।

ଖବର ପାଇ ତୁରନ୍ତ ଜିଲ୍ଲାପାଳ ଓ ଏସ୍‌ପି ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ବସ୍‌ରୁ ତୁରନ୍ତ ସମସ୍ତଙ୍କୁ ବାହାର କରି ମେଡିକାଲ ପଠାଯାଇଥିଲା। ସେଠାରେ ଡାକ୍ତର ୧୮ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଏହି ଦୁର୍ଘଟଣାରେ ପ୍ରାୟ ୩୦ ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ସେମାନଙ୍କୁ ଲକ୍ଷ୍ନୌ ରେଫର କରି ଦିଆଯାଇଛି। ସେଠାରେ ସେମାନଙ୍କ ଚିକିତ୍ସା ଚାଲିଛି।

Advertisment

ଏହି ଦୁର୍ଘଟଣା ପରେ ବସ୍‌ଟି ଛିନଛତ୍ର ହୋଇ ରାସ୍ତା ଉପରେ ପଡ଼ିଥିବା ବେଳେ ଲୋକେ ବି ଛିଟିକି ପଡ଼ିଥିଲେ। ଫଳରେ ବହୁ ସମୟ ପର୍ଯ୍ୟନ୍ତ ରାସ୍ତାରେ ଯାତାୟତ ବନ୍ଦ ହୋଇ ଯାଇଥିଲା। ତୁରନ୍ତ ରାସ୍ତାରୁ ସଫା କରିବା ପରେ ଯାନବାହନ ପୁନଃ ଚଳାଚଳ ଆରମ୍ଭ ହୋଇଥିବା ଜଣାଯାଇଛି। 

Accident Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe