Advertisment

ବାଲେଶ୍ୱର ଟ୍ରେନ ଦୁର୍ଘଟଣାରେ ଆହତ ଲୋକଙ୍କୁ ନେଇ ଯାଉଥିବା ବସ୍‌ ଦୁର୍ଘଟଣା ଗ୍ରସ୍ତ

ସ୍ୱତନ୍ତ୍ର ବସ୍‌ ଯୋଗେ ଆଜି ଟ୍ରେନ ଟ୍ରାଜେଡିରେ ଆହତ ଲୋକଙ୍କୁ ବେଙ୍ଗଲ ପଠା ଯାଇଥିଲା। ତେବେ ମେଦିନିପୁର ସ୍ଥିତ ଜାତୀୟ ରାଜପଥରେ ବସ୍‌ ସହ ଗୋଟିଏ ପିକ ଅପ୍‌ ଭ୍ୟାନ୍‌ର ମୁହାଁମୁହିଁ ଧକ୍କା ହୋଇଥିଲା।

author-image
Hemant Lenka
accident

accident

ଓଡ଼ିଶାର ବାଲେଶ୍ୱର ଅନ୍ତର୍ଗତ ବାହାନଗା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କ ପିଛା ଛାଡ଼ୁନି ବିପଦ। ଟ୍ରେନ ଦୁର୍ଘଟଣାରେ ଆହତ ଲୋକଙ୍କୁ ବାଲେଶ୍ୱରରୁ ନେଇ ଯାଉଥିବା ଗୋଟିଏ ବସ୍‌ ବେଙ୍ଗଲର ମେଦିନିପୁରରେ ଦୁର୍ଘଟଣା ଗ୍ରସ୍ତ ହୋଇଛି।

Advertisment

ମିଳିଥିବା ସୂଚନା ଅନୁସାରେ, ସ୍ୱତନ୍ତ୍ର ବସ୍‌ ଯୋଗେ ଆଜି ଟ୍ରେନ ଟ୍ରାଜେଡିରେ ଆହତ ଲୋକଙ୍କୁ ବେଙ୍ଗଲ ପଠା ଯାଇଥିଲା। ତେବେ ମେଦିନିପୁର ସ୍ଥିତ ଜାତୀୟ ରାଜପଥରେ ବସ୍‌ ସହ ଗୋଟିଏ ପିକ ଅପ୍‌ ଭ୍ୟାନ୍‌ର ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଟ୍ରେନ ଦୁର୍ଘଟଣାରେ ସାମାନ୍ୟ ଆହତ ହୋଇଥିବା ଲୋକମାନେ ବସ୍‌ ଦୁର୍ଘଟଣାରେ ଗୁରୁତର ହୋଇଥିଲେ।

ସେମାନଙ୍କୁ ବେଙ୍ଗଲର ବିଭିନ୍ନ ହସ୍ପିଟାଲକୁ ଭର୍ତ୍ତି କରାଯାଇଛି। ଖବର ପାଇ ପୁଲିସ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବା ସହ ଦୁର୍ଘଟଣା ଗ୍ରସ୍ତ ବସରୁ ସମସ୍ତଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇ ଥିଲା। ଏଥିସହ ଦୁର୍ଘଟଣା ପରେ ଜାତୀୟ ରାଜପଥରେ ସୃଷ୍ଟି ହୋଇଥିବା ଟ୍ରାଫିକ ସମସ୍ୟାକୁ ମଧ୍ୟ ନିୟନ୍ତ୍ରଣ କରିଥିଲା। ଏବେ ସବୁ କିଛି ସ୍ୱାଭାବିକ ରହିଛି। ଦୁର୍ଘଟଣାରେ ବସ୍‌ର ସାମ୍ନା ପଟ କ୍ଷତି ଗ୍ରସ୍ତ ହୋଇଛି। 

Advertisment

ଶୁକ୍ରବାର କରମଣ୍ଡଳ ଏକ୍ସପ୍ରେସ ଘଣ୍ଟାପ୍ରତି ୧୨୮ କିମିରେ ଯାଉଥିବା ବେଳେ ବେଙ୍ଗାଲୁରୁ-ହାୱାଡା ସୁପରଫାଷ୍ଟ ଏକ୍ସପ୍ରେସ ୧୨୬ କିମି ବେଗରେ ଆସୁଥିଲା। ମାଲବାହୀ ଟ୍ରେନକୁ ଧକ୍କା ଦେଇ ପ୍ରଥମେ କରମଣ୍ଡଳ ଲାଇନଚ୍ୟୁତ ହୋଇଥିଲା। ଏହାର ବଗି ତୃତୀୟ ଟ୍ରାକ୍‌କୁ ଛିଟିକି ପଡ଼ିଥିଲା। ଏତିକି ବେଳେ ସେହି ଟ୍ରାକ୍‌ରେ ଆସୁଥିବା ବେଙ୍ଗାଲୁରୁ ହାୱାଡା ଏକ୍ସପ୍ରେସ ଏହାକୁ ଧକ୍କା ଦେଇଥିଲା। ଏଥିରେ ୨୮୮ ଜଣଙ୍କ ମୃତ୍ୟୁ ଘଟିଛି।

Odisha West Bengal Train Accident Train Tragedy