Advertisment

୧୦ ଟଙ୍କା ପାଇଁ ପୂର୍ବତନ IAS ଅଧିକାରୀଙ୍କୁ ନିର୍ଧୁମ ପିଟିଲେ କଣ୍ଡକ୍ଟର

ଏହି ପୂରା ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

author-image
Madhupriya Mistry
Retired IAS Officer Assaulted

Retired IAS Officer Assaulted

ବସ୍‌ ଭିତରେ ବର୍ଷିଲା ଲାତ ଗୋଇଠା। ପୂର୍ବତନ ଆଇଏଏସ୍‌ ଅଧିକାରୀଙ୍କୁ ନିର୍ଧୁମ ପିଟିଲେ ବସ୍‌ କଣ୍ଡକ୍ଟର। ମାତ୍ର ୧୦ ଟଙ୍କା ପାଇଁ ବୟସ୍କ ଆଇଏଏସ୍‌ ଅଧିକାରୀଙ୍କୁ ବସ୍‌ ଭିତରେ ହିଁ ଆକ୍ରମଣ କଲେ। ଏଭଳି କିଛି ଘଟଣା ସାମ୍ନାକୁ ଆସିଛି ରାଜସ୍ଥାନର ଜୟପୁରରୁ।

Advertisment

ପୂର୍ବତନ ଆଇଏଏସ୍‌ ଅଧିକାରୀ ଆର୍‌ଏଲ୍‌ ମୀନା। ତାଙ୍କ ବୟସ ୭୫ ବର୍ଷ। ଶୁକ୍ରବାର ୧୧ଟା ବେଳେ ସେ ବସ୍‌ ଯୋଗେ ଜୟପୁରରୁ ନାୟଲା ଯାଉଥିଲେ। ତେବେ ସେ କୋନୋଟା ବସଷ୍ଟାଣ୍ଡ ଯାଏ ଟିକେଟ୍ ନେଇଥିଲେ। ତାଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁ କଣ୍ଡକ୍ଟର ତାଙ୍କୁ ଅଧିକ ୧୦ ଟଙ୍କା ମାଗିଥିଲା। କିନ୍ତୁ ଆର୍‌ଏଲ୍‌ ମୀନା ଦେବାକୁ ମନା କରିଦେଇଥିଲେ।

ଅଭିଯୋଗ ହୋଇଛି ଯେ ଭଡା ବିବାଦକୁ ନେଇ କଣ୍ଡକ୍ଟର ତାଙ୍କୁ ନାୟଲା ପହଞ୍ଚିବା ପରେ ମଧ୍ୟ କାନୋଟା ବସ୍‌ଷ୍ଟାଣ୍ଡରେ ଗାଡି ଅଟକାଇ ନଥିଲା। ଏହା ଦେଖି ପୂର୍ବତନ ଆଇଏଏସ୍‌ ଅଧିକାରୀ ଗାଡ଼ି ଅଟକାଇବା ପାଇଁ କଣ୍ଡକ୍ଟରକୁ କହିଥିଲେ। କଣ୍ଡକ୍ଟର କିନ୍ତୁ ତାଙ୍କୁ ପ୍ରଥମେ ଧକ୍କା ଦେଇଥିଲା। ଏଥିରେ ରାଗି ଆଇଏସ୍‌ ଅଧିକାରୀ କଣ୍ଡକ୍ଟରଙ୍କୁ ଚାପୁଡା ମାରିଥିଲେ। ବାସ୍‌ ଏତିକି ରାଗି ଯାଇଥିଲା ଅଭିଯୁକ୍ତ କଣ୍ଡକ୍ଟର। ସେ ଆର୍‌ଏଲ ମୀନାଙ୍କୁ ନିର୍ଧୁମ ମାଡ଼ ମାରିଥିଲା। ଏହି ପୂରା ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ଭିଡିଓ ଭାଇରାଲ ହେବା ପରେ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ କୋନୋଟା ପୁଲିସ ଷ୍ଟେସନକୁ ଯାଇ ମାମଲା ଦାୟର କରିଛନ୍ତି। ସେପଟେ ଜୟପୁର ସିଟି ପରିବହନ ସେବା ଲିମିଟେଡ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତୁରନ୍ତ ଅଭିଯୁକ୍ତ କଣ୍ଡକ୍ଟର ଘନଶ୍ୟାମ ଶର୍ମାକୁ ନିଲମ୍ବିତ କରିଛି। ପୁଲିସ ମାମଲାର ତଦନ୍ତ ଜାରି ରଖିଛି।

Assaults Retired IAS Officer Bus Conductor Rajasthan