Advertisment

କମ୍ପାନୀ କର୍ମଚାରୀଙ୍କ ଉପରେ ମାଡ଼ିଗଲା ବସ୍‌, ୪ ମୃତ

ରାତି ସିଫ୍ଟ ସାରି ଏକ ଘରୋଇ ମୋଟର କମ୍ପାନୀର କର୍ମଚାରୀମାନେ ଘରକୁ ଫେରୁଥିଲେ।

author-image
Madhupriya Mistry
Accident

Accident

ଦିନକୁ ଦିନ ବଢ଼ୁଛି ଦୁର୍ଘଟଣା ମାମଲା। ଦ୍ରୁତ ଗତିରେ ଆସି ଏକ ବସ୍‌ ଘରୋଇ କମ୍ପାନୀର କର୍ମଚାରୀଙ୍କ ଉପରେ ମାଡ଼ି ଯାଇଛି। ଫଳରେ ଘଟଣାସ୍ଥଳରେ ହିଁ ୪ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଅନ୍ୟ ତିନି ଜଣ ଗୁରୁତର ହୋଇଛନ୍ତି। ଗ୍ରେଟର ନଏଡାରେ ଘଟିଛି ଏଭଳି କିଛି ମର୍ମନ୍ତୁଦ ଦୁର୍ଘଟଣା।

Advertisment

ବିଳମ୍ବିତ ରାତିରେ ଗ୍ରେଟର ନଏଡାର ବାଦଲପୁର ଅଞ୍ଚଳରେ ରାତି ସିଫ୍ଟ ସାରି ଏକ ଘରୋଇ ମୋଟର କମ୍ପାନୀର କର୍ମଚାରୀମାନେ ଘରକୁ ଫେରୁଥିଲେ। ଏହି ସମୟରେ ଦାଦ୍ରିରୁ ନଏଡା ଅଭିମୁଖେ ଯାଉଥିବା ଏକ ବସ୍‌ ଦ୍ରୁତ ଗତିରେ ଆସି ସେମାନଙ୍କ ଉପରେ ମାଡ଼ି ଯାଇଥିଲା। ଫଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଅଛନ୍ତି। ପୁଲିସ ଗୁରୁତରଙ୍କୁ ଉଦ୍ଧାର କରି ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଛି। ତେବେ ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ହେବାରୁ ସେମାନଙ୍କୁ ଦିଲ୍ଲୀ ସ୍ଥାନାନ୍ତର କରାଯାଇଛି।

ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଦୁର୍ଘଟଣା ଘଟାଇଥିବା ବସ୍‌କୁ ଅଟକ ରଖିବା ସହ ଫେରାର ଡ୍ରାଇଭରକୁ ଗିରଫ କରିବା ପାଇଁ ଚେଷ୍ଟା ଚଳାଇଛି ପୁଲିସ। ସେପଟେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ବୁଝାସୁଝା କରିବା ପରେ ଏହା ଶାନ୍ତ ପଡିଥିଲା।

Advertisment
Accident Delhi