Advertisment

୨୦୦ ଫୁଟ୍‌ ତଳକୁ ଖସିଲା ବରଯାତ୍ରୀ ବସ୍, ୩୦ ମୃତ

ବସ୍‌ରେ ପ୍ରାୟ ୫୦ରୁ ୫୫ ବରଯାତ୍ରୀ ଥିଲେ। ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Bus Accident

Bus Accident

Advertisment

ଅଧାରେ ରହିଗଲା ବାହାଘର। ବିବାହ ପୂର୍ବରୁ ଆଖି ବୁଜିଲେ ବରଯାତ୍ରୀ। କନିଆଁ ଘରେ ପହଞ୍ଚିବା ପୂର୍ବରୁ ୨୦୦ ଫୁଟ୍‌ ଖାଇକୁ ଖସିଗଲା ବରଯାତ୍ରୀ ବସ୍‌। ଏଥିରେ ୩୦ ଜଣ ପ୍ରାଣ ହରାଇଛନ୍ତି। ଉତ୍ତରଖଣ୍ଡରେ ଘଟିଛି ଏଭଳି କିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।

Advertisment

ଉତ୍ତରାଖଣ୍ଡର ପୌଡି ଜିଲ୍ଲରେ ବରଯାତ୍ରୀ ନେଇ ଯାଉଥିବା ଏକ ବସ୍‌ ନିୟନ୍ତ୍ରଣ ହରାଇ ଖାଇକୁ ଖସି ପଡିଛି। ଏଥିରେ ୨୫ରୁ ୩୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେହିପରି ଅନେକ ଲୋକ ଆହତ ହୋଇଛନ୍ତି। ଶୁକ୍ରବାର ରାତିରେ ଏହି ଦୁର୍ଘଟଣା ଘଟିଛି।

ସୂଚନା ମୁତାବକ, ପୌଡି ଜିଲ୍ଲାରେ ଏକ ବିବାହ ସମାରୋହ ପାଇଁ ଶୁକ୍ରବାର ବରଯାତ୍ରୀଙ୍କୁ ନେଇ ଏକ ବସ୍‌ ବାହାରିଥିଲା। ଏହି ବସ୍ ହରିଦ୍ୱାର ନିକଟ ଲାଲ ୱାଙ୍ଗ ଅଞ୍ଚଳରୁ ପୌଡି ଜିଲ୍ଲାର ବିରୋନଖାଲ ଗ୍ରାମକୁ ଯାଉଥିଲା। ତେବେ ଗନ୍ତବ୍ୟସ୍ଥଳ ଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘାଟ ରୋଡ୍‌ ପାହାଡ ଚଢ଼ୁଥିବା ବେଳେ ନିୟନ୍ତ୍ରଣ ହରାଇ ବସ୍‌ଟି ୨୦୦ ଫୁଟ୍‌ ତଳକୁ ଖସି ପଡିଥିଲା।

Advertisment

ବସ୍‌ରେ ପ୍ରାୟ ୫୦ରୁ ୫୫ ବରଯାତ୍ରୀ ଥିଲେ। ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନେକଙ୍କ ଅବସ୍ଥା ଗୁରୁତର ରହିଛି, ତେଣୁ ଆଗକୁ ମୃତ୍ୟୁ ଆହୁରି ବଢ଼ିପାରେ। ସେପଟେ ଏହି ଦୁର୍ଘଟଣା ଖବର ମିଳିବା ପରେ ଉତ୍ତରାଖଣ୍ଡ ବାଚସ୍ପତି ରିତୁ ଖଣ୍ଡୁରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହା ପରେ ସେ ଡାକ୍ତରଖାନାକୁ ଯାଇ ଆହତଙ୍କୁ ଭେଟିଛନ୍ତି।

ବସ୍ ଡ୍ରାଇଭରଙ୍କ ଅବହେଳା ଯୋଗୁଁ ଏହି ଦୁର୍ଘଟଣା ଘଟିଥାଇପାରେ ବୋଲି ପୁଲିସ ଅନୁମାନ କରୁଛି। ତେବେ ଏହି ଘଟଣାର ତଦନ୍ତ କରାଯିବ ଏବଂ ଖୁବ୍ ଶୀଘ୍ର ସବିଶେଷ ତଥ୍ୟ ସାମ୍ନାକୁ ଆସିବ ବୋଲି ପୁଲିସ କହିଛି। ପୋଲିସ ମୃତ ବ୍ୟକ୍ତିଙ୍କୁ ଚିହ୍ନଟ କରି ସେମାନଙ୍କ ପରିବାର ଲୋକଙ୍କୁ ସୂଚନା ଦେଉଛି।

Uttarakhand Bus Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe