Advertisment

ଓଲଟିଲା ଯାତ୍ରୀବାହୀ ବସ୍‌, ୭ ମୃତ

ବସ୍‌ଟି କୋଲକାତାରୁ ପାଟନା ଯାଉଥିଲା।

ଅଦ୍ୟତନ ହୋଇଛି
Bus Accident

Bus Accident

Advertisment

ଓଲଟିଲା ଯାତ୍ରୀବାହୀ ବସ୍‌। ଚାଲିଗଲା ୭ ଜଣଙ୍କ ଜୀବନ। ସେହିପରି ୧୨ରୁ ଅଧିକ ଆହତ ହୋଇଛନ୍ତି। ଝାଡ଼ଖଣ୍ଡରେ ଘଟିଛି ଏଭଳି କିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।

Advertisment

ସୂଚନା ମୁତାବକ, ଆଜି ଭୋର ୪ଟା ବେଳେ ଏହି ଦୁର୍ଘଟଣା ଘଟିଛି। ଝାଡ଼ଖଣ୍ଡର ହଜାରିବାଗର ବରକଟ୍ଟାର ଗୋରହର ପୁଲିସ ଷ୍ଟେସନ ଅଞ୍ଚଳରେ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣଗ୍ରସ୍ତ ହୋଇ ରାସ୍ତାକଡକୁ ଓଲଟି ପଡିଛି। ବସ୍‌ଟି କୋଲକାତାରୁ ପାଟନା ଯାଉଥିଲା। ଏଥିରେ ୭ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ ଏହି ଦୁର୍ଘଟଣାରେ ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପୁଲିସ କହିବା ମୁତାବକ, ରାସ୍ତାରେ ସିକ୍ସ ଲେନ୍‌ ନିର୍ମାଣ କାମ ଚାଲିଥିଲା। ଏହି କାରଣରୁ ରାସ୍ତାକୁ କଟାଯାଇ ଛାଡ଼ି ଦିଆଯାଇଥିଲା। ଏଭଳି ପରିସ୍ଥିତିରେ ବରକଟ୍ଟା ରୋଡରେ ବସ୍‌ଟି ନିୟନ୍ତ୍ରଣ ବାହାରକୁ ଯାଇ ଏକ ଖାଲରେ ଓଲଟି ପଡିଥିଲା। ପୁଲିସ ଷ୍ଟେସନଠାରୁ ମାତ୍ର ୨୦୦ ମିଟର ଦୂରରେ ଏହି ଦୁର୍ଘଟଣା ଘଟିଛି।

Advertisment

ଯାତ୍ରୀଙ୍କ ଚିତ୍କାର ଶୁଣି ନିକଟସ୍ଥ ଗାଁର ଲୋକମାନେ ଏକାଠି ହୋଇ ପୁଲିସକୁ ଘଟଣା ସମ୍ପର୍କରେ ଜଣାଇଥିଲେ। ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। ପୂର୍ବତନ ବିଧାୟକ ଜାନକୀ ଯାଦବ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ବସ୍‌ ଭିତରୁ ବାହାର କରିବାରେ ସାହାଯ୍ୟ କରିଥିଲେ। ଆହତମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଆମ୍ବୁଲାନ୍ସରେ ହଜାରିବାଗ ମେଡିକାଲ କଲେଜକୁ ପଠାଯାଇଛି। ପୁଲିସ ମାମଲାର ତଦନ୍ତ ଜାରି ରଖିଛି।

Road Accident Jharkhand Bus Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe