Advertisment

ଆଉ ଜଣେ ପାକିସ୍ତାନୀ ଗୁପ୍ତଚର ଭାରତରୁ ଧରାପଡ଼ିଲେ

ନିର୍ଭରଯୋଗ୍ୟ ସୂତ୍ରରୁ ଖବର ମିଳିଥିଲା ଯେ ଭାରତ-ପାକିସ୍ତାନ ସୀମାରେ ବ୍ୟବସାୟ କରୁଥିବା ଜଣେ ବ୍ୟକ୍ତି ଚୋରା ଚାଲାଣରେ ସାମିଲ ରହିଛନ୍ତି। ତାଙ୍କୁ ପାକିସ୍ତାନୀ ଗୁଇନ୍ଦା ଅପରେଟିଭମାନେ ମଧ୍ୟ ସହାୟତା କରୁଛନ୍ତି।

Pak

Pak

Advertisment

ଭାରତରେ ରହି ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିବା ଘଟଣାରେ ପୁଣି ଜଣେ ଗିରଫ। ଗୁଇନ୍ଦାଗିରି ଘଟଣାରେ ପ୍ରଥମେ ଜଣେ ୟୁଟ୍ୟୁବରଙ୍କ ସମେତ ୬ ଜଣ ଗିରଫ ହୋଇଥିଲେ। ଏବେ ଜଣେ ବ୍ୟବସାୟୀଙ୍କୁ ଉତ୍ତର ପ୍ରଦେଶର ଆତଙ୍କବାଦୀ ନିରୋଧ ସ୍କ୍ୱାଡ ବା ଏଟିଏସ ଗିରଫ କରିଛନ୍ତି। ଗିରଫ ବ୍ୟକ୍ତି ଜଣଙ୍କ ଜଣେ ବ୍ୟବସାୟୀ। ସେ ପାକିସ୍ତାନର ଗୁଇନ୍ଦା ଏଜେନ୍ସି ପାଇଁ ଏଠାରେ ଗୁଇନ୍ଦାଗିରି କରୁଥିଲେ। ଏଥିସହ ସୀମା ପାର ଚୋରା ଚାଲାଣ ଘଟଣାରେ ମଧ୍ୟ ସାମିଲ ଥିଲେ। ତାଙ୍କୁ ମୋରଦାବାଦରୁ ଗିରଫ କରାଯାଇଛି।

Advertisment

ୟୁପି ଏଟିଏସ୍‌ର ଅଧିକାରୀଙ୍କ କହିବା କଥା ଯେ ନିର୍ଭରଯୋଗ୍ୟ ସୂତ୍ରରୁ ଖବର ମିଳିଥିଲା ଯେ ଭାରତ-ପାକିସ୍ତାନ ସୀମାରେ ବ୍ୟବସାୟ କରୁଥିବା ଜଣେ ବ୍ୟକ୍ତି ଚୋରା ଚାଲାଣରେ ସାମିଲ ରହିଛନ୍ତି। ତାଙ୍କୁ ପାକିସ୍ତାନୀ ଗୁଇନ୍ଦା ଅପରେଟିଭମାନେ ମଧ୍ୟ ସହାୟତା କରୁଛନ୍ତି। ଖବର ମିଳିବା ପରେ ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତ ବେଳେ ରାମପୁର ଜିଲ୍ଲାର ମୋହଲ୍ଲା ଆଜାଦ ନଗର ଅନ୍ତର୍ଗତ ଘର ନମ୍ବର ୧୩୫ରେ ରହୁଥବା ଶେହଜାଦ ୱାହାବଙ୍କ ନାଁ ସାମ୍ନାକୁ ଆସିଥିଲା। ସେ ପାକିସ୍ତାନ ପାଇଁ ଏଠାରେ ଗୁପ୍ତଚର ଭାବେ କାମ କରୁଥିବା ତଦନ୍ତରୁ ଜଣାପଡ଼ିଛି।

ଏଟିଏସ କହିଛି, ଶେହଜାଦ ବିଗତ କିଛି ବର୍ଷ ମଧ୍ୟରେ ଏକାଧିକ ଥର ପାକିସ୍ତାନ ଗସ୍ତ କରିଥିଲେ। ଏହି ଗସ୍ତ ବେଳେ ସେ ବେଆଇନଜ ଭାବେ କସମେଟିକ, ମସଲା, କପଡ଼ା ଓ ଅନ୍ୟ କିଛି ସାମଗ୍ରୀର ଚୋରା ଚାଲାଣ କରିଥିଲେ। ବ୍ୟବସାୟ କରିବା ଆଳରେ ସେ ସିଧାସଳଖ ଆଇଏସଆଇର ଅପରେଟିଭମାନଙ୍କ ସହ ଯୋଗାଯୋଗରେ ରହିଥିଲେ। ଭାରତର ଆଭ୍ୟନ୍ତରୀଣ ସୁରକ୍ଷା ସମ୍ପର୍କରେ ସମ୍ବେଦନଶୀଳ ତଥ୍ୟ ସେମାନଙ୍କୁ ଦେଉଥିଲେ।

Advertisment

ଶେହଜାବ ଆଇଏସଆଇ ଏଜେଣ୍ଟମାନଙ୍କୁ ଭାରତ ସମ୍ପର୍କରେ ତଥ୍ୟ ଦେବା ସହ ଭାରତରେ କାମ କରୁଥିବା ପାକିସ୍ତାନୀ ହ୍ୟାଣ୍ଡେଲର୍ସଙ୍କୁ ଆର୍ଥିକ ସହାୟତା ମଧ୍ୟ କରୁଥିଲେ। ଭାରତରେ ଆଇଏସଆଇ ଲିଙ୍କରେ ଥିବା ଲୋକଙ୍କୁ ସେ ଟଙ୍କା ପଠାଇଥିବାର ପ୍ରମାଣ ମିଳିଛି।

ଖାଲି ସେତିକି ନୁହେଁ, ଶେହଜାଦ ରାମପୁର ଓ ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରୁ ଲୋକମାନଙ୍କୁ ନିଯୁକ୍ତି ଆଳରେ ନିଜ ପାଖକୁ ଆଣୁଥିଲେ। ଏହାପରେ ସେମାନଙ୍କୁ ଚୋରା ଚାଲାଣ କିମ୍ବା ନିଯୁକ୍ତିର ପ୍ରଲୋଭନ ଦେଖାଇ ପାକିସ୍ତାନକୁ ପଠାଉଥିଲେ। କିନ୍ତୁ ତାଙ୍କର ଏକମାତ୍ର ଲକ୍ଷ୍ୟ ଥିଲା ଆଇଏସଆଇକୁ ସହାୟତା କରିବା। ତଦନ୍ତରୁ ଜଣାପଡ଼ିଛି ଯେ ପାକିସ୍ତାନୀ ଗୁଇନ୍ଦା ହ୍ୟାଣ୍ଡେଲର୍ସମାନେ ଶେହବାଜ ପଠାଉଥିବା ଲୋକଙ୍କ ପାଇଁ ଭିସା ଓ ଅନ୍ୟାନ୍ୟ ବ୍ୟବସ୍ଥା କରୁଥିଲେ। ଆଇଏସଆଇ ଭାରତ ସମ୍ପର୍କରେ ତଥ୍ୟ କେମିତି ସହଜରେ ହାସଲ କରିପାରିବ, ସେଥିପାଇଁ ଶେହଜାଦ ସଂସ୍ଥାର ଏଜେଣ୍ଟମାନଙ୍କୁ ଭାରତୀୟ ସିମ କାର୍ଡ ଯୋଗାଇ ଦେଉଥିଲେ।

ଏସବୁର ପ୍ରମାଣ ମିଳିବା ପରେ ଏଟିଏସ ଲକ୍ଷ୍ନୌରେ ଥିବା ଏଟିଏସ ପୁଲିସ୍‌ ଷ୍ଟେସନରେ ଗୋଟିଏ ଏଫଆଇଆର ରୁଜୁ କରିଥିଲା। ଏହାପରେ ଶେହଜାଦଙ୍କୁ ରବିବାର ଗିରଫ କରାଯାଇଛି।

ଏହାପୂର୍ବରୁ ଶନିବାର ହରିୟାଣା ଭିତ୍ତିକ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରିବା ଅଭିଯୋଗରେ ଗିରଫ କରାଯାଇଥିଲା। ଜ୍ୟୋତି ଟ୍ରେଭଲ ୱିଥ ଜୋ ନାଁରେ ଗୋଟିଏ ୟୁଟ୍ୟୁବ ଚ୍ୟାନେଲ ଚଳାଉଥିଲେ। କିନ୍ତୁ ତାଙ୍କର ଲିଙ୍କ ନୂଆଦିଲ୍ଲୀରେ ଥିବା ପାକିସ୍ତାନ ହାଇ କମିଶନ ସହ ଥିଲା। ସେ ପାକିସ୍ତାନ ଗୁଇନ୍ଦା ସଂସ୍ଥାକୁ ଭାରତର ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ସମ୍ପର୍କରେ ଗୁପ୍ତ ତଥ୍ୟ ଦେଇଥିଲେ। ଏପରି କି ସେ ଏକାଧିକ ଥର ପାକିସ୍ତାନ ଗସ୍ତ କରିଥିଲା।

Pakistan Spying
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe