Advertisment

ସହି ହେଲାନି ପ୍ରେମିକାର ନିର୍ଯାତନା, ନିଜକୁ ଗୁଳି କରିଦେଲେ ଯୁବକ

ଯୁବତୀଜଣକ ନିଜ ପ୍ରେମିକ ବଦଳରେ ପ୍ରେମିକର ସମ୍ପତ୍ତିକୁ ଅଧିକ ଭଲ ପାଉଥିଲେ। ଟଙ୍କା ନ ଦେଲେ ଜେଲ୍‌ ପଠାଇ ଦେବାର ଧମକ ଦେଉଥିଲେ।

author-image
Niharika Rout
ଅଦ୍ୟତନ ହୋଇଛି
Firing

Firing

ଯାହାକୁ ପ୍ରେମ କରୁଥିଲେ, ଜୀବନଠୁ ଅଧିକ ଭଲ ପାଉଥିଲେ ସେ ଦେଖାଇଲେ ନିଜ ଅସଲ ଚେହେରା। ସେ କିନ୍ତୁ ପ୍ରେମିକ ବଦଳରେ ପ୍ରେମିକର ସମ୍ପତ୍ତିକୁ ଅଧିକ ଭଲ ପାଉଥିଲେ। ଟଙ୍କା ନ ଦେଲେ ଜେଲ୍‌ ପଠାଇ ଦେବାର ଧମକ ଦେଉଥିଲେ। ଏହା ଅସହ୍ୟ ହେବାରୁ ଶେଷରେ ଯୁବକଜଣକ ନିଜକୁ ଗୁଳି କରି ସୁଇସାଇଡ କରିଛନ୍ତି। ଏଥିସହ ନିଜ ସୁଇସାଇଡ ନୋଟରେ ନ୍ୟାୟ ନ ମିଳିଲେ ଆତ୍ମାକୁ ଶାନ୍ତି ମିଳିବନି ବୋଲି ଲେଖିଛନ୍ତି।

Advertisment

ଏପରି ଏକ ଅଘଟଣ ଉତ୍ତରପ୍ରଦେଶର ଲକ୍ଷ୍ନୌର ସୈରପୁର ଥାନା ଅଞ୍ଚଳରେ ଘଟିଛି। ମୃତକ ଲଖୀମପୁର ଅଞ୍ଚଳର ମନୋଜ ସୋନୀ ବୋଲି ଜଣାଯାଇଛି। ସେ ଲଖୀମପୁରରେ ଏକ ଦୋକାନ କରି ଚଳୁଥିଲେ। ଏହା ମଧ୍ୟରେ ତାଙ୍କର ଜଣେ ଯୁବତୀଙ୍କ ସହ ଦେଖାସାକ୍ଷାତ ହେଲା ଓ କଥା ଆଗକୁ ବଢ଼ିଲା। ଯୁବତୀଜରକ ମନୋଜଙ୍କୁ ନିଜ ପ୍ରେମ ଜାଲରେ ଫସାଇ ତାଙ୍କୁ ବ୍ଲାକମେଲ୍‌ କରିବାକୁ ଆରମ୍ଭ କଲେ। ସବୁବେଳେ ସେ ମନୋଜଙ୍କୁ ଧମକାଇ ଟଙ୍କା ନେବାକୁ ଲାଗିଲେ ।

ଏପରିକି ମନୋଜ ସବୁବେଳେ ଟଙ୍କା ଦେବାକୁ ମନା କରିବାରୁ ସେ ଥରେ ବଳାତ୍କାର ଅଭିଯୋଗରେ ମନୋଜଙ୍କୁ ଜେଲ୍‌ ବି ପଠାଇସାରିଥିଲେ। ମନୋଜ ଉକ୍ତ ଯୁବତୀଙ୍କ ନିମନ୍ତେ ସମୁଦାୟ ୯ ଲକ୍ଷ ଖର୍ଚ୍ଚ କରି ସାରିଥିବା ବେଳେ ତାଙ୍କ ହାତ ଖାଲି ହୋଇ ସାରିଥିଲା। ଏହାପରେ ବି ଯୁବତୀଙ୍କ ଲୋଭ ବଢ଼ି ବଢ଼ି ଚାଲିଥିଲା।

Advertisment

ଏଥିରେ ଅତିଷ୍ଠ ମନୋଜ ଏକ ହୋଟେଲ ରୁମ୍‌ ବୁକ୍‌ କରିଥିଲେ। ସେଠାକୁ ସେ ଏକୁଟିଆ ଯାଇଥିବା ବେଳେ ନିଜ ସହ ନେଇଥିବା ବନ୍ଧୁକ ଫୁଟାଇ ସୁଇସାଇଡ କରିଥିଲେ। ହୋଟେଲ କର୍ମଚାରୀଙ୍କଠାରୁ ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହାପରେ ହୋଟେଲ ରୁମ୍‌ କବାଟ ଭାଙ୍ଗି ମନୋଜଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶରୀର ପଡ଼ିଥିବା ଦେଖିବାକୁ ପାଇଲା।

ଏହାପରେ ତଦନ୍ତ ସମୟରେ ଘଟଣାସ୍ଥଳରୁ ପୁଲିସ୍‌ ଏକ ଲୋଡେଡ ବନ୍ଧୁକ, ଜୀବନ୍ତ ଗୁଳି, ଏକ ଖାଲି ବନ୍ଧୁକ ଓ ସୁଇସାଇଡ ନୋଟ ଜବତ କରିଛି। ଉକ୍ତ ସୁଇସାଇଡ ନୋଟରେ ମନୋଜ ମାନସିକ ନିର୍ଯାତନାର ଶିକାର ହେବା ସହ ପ୍ରତାଡ଼ିତ ହୋଇଥିବା ଉଲ୍ଲେଖ କରିଛନ୍ତି। ଏପରିକି ଅନ୍ୟ କୌଣସି ବାଟ ନ ପାଇବାରୁ ସେ ଆତ୍ମହତ୍ୟା କରିବାକୁ ସ୍ଥିର କରିଥିବା କହିଛନ୍ତି । ମାତ୍ର ଜୀବନ ହାରିବା ପରେ ବି ନ୍ୟାୟ ନ ମିଳିଲେ ତାଙ୍କ ଆତ୍ମାକୁ ଶାନ୍ତି ମିଳିବନି ବୋଲି ମନୋଜ ଉଲ୍ଲେଖ କରିଛନ୍ତି।

ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରି ଯୁବତୀଙ୍କ ପତ୍ତା ଖୋଜିଛି।

Suicide Uttar Pradesh Love Betrayal Firing