Advertisment

ରାଜ କୁନ୍ଦ୍ରାଙ୍କୁ ଶକ୍ତ ଝଟକା, ଇଡି ଜବତ କଲା ୯୮ କୋଟିର ସମ୍ପତ୍ତି

ଜବତ ସମ୍ପତ୍ତି ମଧ୍ୟରେ ଜୁହୁସ୍ଥିତ ଏକ ଫ୍ଲାଟ, ପୁଣେରେ ଥିବା ଏକ ବଙ୍ଗଳା ଓ ରାଜଙ୍କ ନାମରେ ଥିବା ଇକ୍ୟୁଟି ଶେଆର ରହିଛି। ଜୁହୁସ୍ଥିତ ଫ୍ଲାଟ ରାଜଙ୍କ ପତ୍ନୀ ତଥା ଅଭିନେତ୍ରୀ ଶିଳ୍ପାଙ୍କ ନାଁରେ ଥିବା ଜଣାଯାଇଛି।

Businessman-Raj-kundra

Businessman-Raj-kundra

Advertisment

ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ସ୍ୱାମୀ ତଥା ବିଜନେସମ୍ୟାନ ରାଜ କୁନ୍ଦ୍ରାଙ୍କୁ ଲାଗିଛି ଶକ୍ତ ଝଟକା। ରାଜଙ୍କ ୯୭. ୭୯ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ଇଡି। ଏହା ମଧ୍ୟରେ ବହୁ ମୂଲ୍ୟର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଥିବା ଜଣାଯାଇଛି। ବିଟି କଏନ ପଞ୍ଜି ସ୍କାମରେ ଜଡ଼ିତ ଥିବା ରାଜଙ୍କ ବିରୋଧରେ ଏପରି ଆକ୍ସନ ନେଇଛି ଇଡି।

Advertisment

ଜବତ ସମ୍ପତ୍ତି ମଧ୍ୟରେ ଜୁହୁସ୍ଥିତ ଏକ ଫ୍ଲାଟ, ପୁଣେରେ ଥିବା ଏକ ବଙ୍ଗଳା ଓ ରାଜଙ୍କ ନାମରେ ଥିବା ଇକ୍ୟୁଟି ଶେଆର ରହିଛି। ଜୁହୁସ୍ଥିତ ଫ୍ଲାଟ ରାଜଙ୍କ ପତ୍ନୀ ତଥା ଅଭିନେତ୍ରୀ ଶିଳ୍ପାଙ୍କ ନାଁରେ ଥିବା ଜଣାଯାଇଛି।

ପ୍ରଥମେ Variable Tech Private Limited ନାମକ ସଂସ୍ଥା ନାଁରେ ମହାରାଷ୍ଟ୍ର ପୁଲିସ୍‌ ଓ ଦିଲ୍ଲୀ ପୁଲିସ୍‌ ପକ୍ଷରୁ ମାମଲା ରୁଜୁ ହୋଇଥିଲା। ପରେ ଏହି ମାମଲାର ତଦନ୍ତ ଭାର ଇଡି ହାତକୁ ଚାଲି ଯାଇଥିଲା। ଏହି ମାମଲାରେ ପ୍ରଥମେ ସ୍ୱର୍ଗତ ଅମିତ ଭରଦ୍ୱାଜ, ଅଜୟ ଭରଦ୍ୱାଜ, ବିବେକ ଭରଦ୍ୱାଜ, ସିମ୍ପି ଭରଦ୍ୱାଜ, ମହେନ୍ଦ୍ର ଭରଦ୍ୱାଜ ପ୍ରମୁଖ ଅଭିଯୁକ୍ତ ଥିଲେ।

Advertisment

ଅଧିକ ୧୦% ଟଙ୍କା ପ୍ରଦାନର ଲୋଭ ଦେଖାଇ ଅଭିଯୁକ୍ତମାନେ ସାଧାରଣ ଲୋକଙ୍କଠାରୁ ୨୦୧୭ ମସିହାରେ କେବଳ ୬,୬୦୦ କୋଟି ଟଙ୍କା ସଂଗ୍ରହ କରିଥିଲେ। ଏପରିକି ମାସକୁ ବିଟି କଏନ ଆକାରରେ ୧୦% ପ୍ରଦାନ କରାଯିବ ବୋଲି ବି କୁହାଯାଇଥିଲା। ଲୋକେ ମଧ୍ୟ ବିଟି କଏନ ପାଇବା ଆଶାରେ ବିପୁଳ ପରିମାଣର ଟଙ୍କା ଏଥିରେ ବିନିଯୋଗ କରିଥିଲେ। ମାତ୍ର ପରେ ଆଉ ସଂସ୍ଥା କର୍ମଚାରୀଙ୍କ ଦେଖା ମିଳି ନ ଥିଲା।

ଇଡି ଏହି ମାମଲାର ତଦନ୍ତ କରିବା ପରେ ଏହି ମାମଲାର ମାଷ୍ଟର ମାଇଣ୍ଡ ଅମିତ ଭରଦ୍ୱାଜଙ୍କ ନିକଟରୁ ରାଜ କୁନ୍ଦ୍ରା ୨୮୫ ବିଟି କଏନ ପାଇଥିବା ଅଭିଯୋଗ ହୋଇଥିଲା। ଏହାର ମୂଲ୍ୟ ୧୫୦ କୋଟି ଟଙ୍କା ହେବ ବୋଲି ଜଣାଯାଇଛି। ଏହା ବଦଳରେ ରାଜ କୁନ୍ଦ୍ରା ୟୁକ୍ରେନରେ ବିଟି କଏନ ନିର୍ମାଣ ନିମନ୍ତେ ଏକ ଫ୍ୟାକ୍ଟ୍ରି ସ୍ଥାପନ କରିବେ ବୋଲି ଡିଲ୍‌ ହୋଇଥିଲା। ମାତ୍ର ତାହା ଫଳପ୍ରଦ ହୋଇ ପାରି ନ ଥିଲା।

ଏହି ଘଟଣାରେ ସିମ୍ପି ଭରଦ୍ୱାଜ, ନିତୀନ ଗୌର ଓ ନିଖିଳ ମହାଜନ ନାମକ ୩ ବ୍ୟକ୍ତିଙ୍କୁ ପୂର୍ବରୁ ଗିରଫ କରାଯାଇଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଅଜୟ ଭରଦ୍ୱାର ଓ ମହେନ୍ଦ୍ର ଭରଦ୍ୱାଜ ଏବେବି ଫେରାର ଅଛନ୍ତି।

ED Raid Raj Kundra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe