Advertisment

ପଚରାଉଚରା କରିବାକୁ ଡାକିଲା ଇଡି, ଝୁଲି ପଡ଼ିଲେ ବ୍ୟବସାୟୀ

ଜମି ଦୁର୍ନୀତି ମାମଲାରେ ଇଡି ପଚରାଉଚରା କରିବା ପାଇଁ ତାଙ୍କୁ ନୋଟିସ୍‌ ପଠାଇଥିଲା।

author-image
Madhupriya Mistry
Suicide

Suicide

ଜମି ଦୁର୍ନୀତି ମାମଲା ସାମ୍ନାକୁ ଆସିବା ପରେ ନୋଟିସ୍‌ ପଠାଇଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏହି ନୋଟିସ୍ ଦେଖି ଜମି ବ୍ୟବସାୟୀଙ୍କ ଉଡିଗଲା ହୋସ୍‌। ଇଡି ଦୁର୍ନୀତି ମାମଲାରେ ପଚରାଉଚରା କରିବା ପାଇଁ ଡାକିବା ପରେ ଝୁଲି ପଡିଲେ ବ୍ୟବସାୟୀ। ଏଭଳି ଏକ ଆତ୍ମହତ୍ୟା ମାମଲା ସାମ୍ନାକୁ ଆସିଛି ଝାଡଖଣ୍ଡରୁ।

Advertisment

ରାଞ୍ଚିର ଲାଲପୁର ଥାନା ସିଲଭର ଡେଲ୍‌ ଆପାର୍ଟମେଣ୍ଟ। ଏଠାରେ ଜଣେ ଜମି ବ୍ୟବସାୟୀ ନିଜ ଫ୍ଲାଟ୍‌ ଭିତରେ ଗୁରୁବାର ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ କୃଷ୍ଣକାନ୍ତ। ରୁମ୍‌ ଭିତରେ ତାଙ୍କୁ ଝୁଲନ୍ତା ଅବସ୍ଥା ଦେଖି ପରିବାର ଲୋକେ ଉଦ୍ଧାର କରି ତୁରନ୍ତ ତାଙ୍କୁ ଅର୍କିଡ୍‌ ହସ୍ପିଟାଲକୁ ନେଇଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି।

କୃଷ୍ଣକାନ୍ତଙ୍କ ପରିବାର ଲୋକଙ୍କ କହିବା ମୁତାବକ, ଜମି ଦୁର୍ନୀତି ମାମଲାରେ ଇଡି ନିକଟରେ ତାଙ୍କୁ ଏକ ନୋଟିସ୍‌ ପଠାଇଥିଲା। ତାଙ୍କୁ ପଚରାଉଚରା କରିବା ପାଇଁ ଡକା ଯାଇଥିଲା। ଏହାକୁ ନେଇ ସେ ବେଶ୍‌ ଅବସାଦରେ ଥିଲେ। ଏହାପରେ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ତେବେ ଆତ୍ମହତ୍ୟାର ପ୍ରକୃତ କାରଣ ଏଯାଏ ସ୍ପଷ୍ଟ ହୋଇନାହିଁ।

Advertisment

ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସମସ୍ତ ଦଗକୁ ଦୃଷ୍ଟି ରଖି ପୁଲିସ ମାମଲାର ତଦନ୍ତ ଜାରି ରଖିଛି।

Suicide Jharkhand Land Scam ED Summon