Advertisment

ବଜେଟ୍‌ରେ ବ୍ୟସ୍ତ ଅଛି... କହି ସିବିଆଇକୁ ସମୟ ମାଗିଲେ ସିସୋଦିଆ

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ଆଜି ହାଜର ହେବା ପାଇଁ ସିବିଆଇ ସିସୋଦିଆଙ୍କୁ ସମନ କରିଥିଲା।

author-image
Madhupriya Mistry
Manish Sisodia

Manish Sisodia

‘ଆଗକୁ ଦିଲ୍ଲୀ ବଜେଟ୍। ଏଥିପାଇଁ ମୁଁ ବ୍ୟସ୍ତ ଅଛି। ମୋର ଗୋଟିଏ ଗୋଟିଏ ମୁହୂର୍ତ୍ତ ମହତ୍ୱପୂର୍ଣ୍ଣ। ତେଣୁ ସମୟ ଦରକାର।’ ଏଭଳି କିଛି କହି ସିବିଆଇକୁ ସମୟ ମାଗିଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। 

Advertisment

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ଆଜି ମୁଖ୍ୟ କାର୍ଯ୍ୟାଳୟରେ ହାଜର ହେବା ପାଇଁ ସିବିଆଇ ସିସୋଦିଆଙ୍କୁ ସମନ କରିଥିଲା। ତେବେ ହାଜର ପୂର୍ବରୁ ତଦନ୍ତକାରୀ ସଂସ୍ଥାକୁ ଏକ ସପ୍ତାହ ସମୟ ମାଗିଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ। 

ସେ କହିଛନ୍ତି, ‘ଚଳିତମାସ ଦିଲ୍ଲୀ ସରକାର ବଜେଟ ଉପସ୍ଥାପନା କରିବାକୁ ଥିବାରୁ ସେ ଏହି କାମରେ ବ୍ୟସ୍ତ ଅଛନ୍ତି। ଏଣୁ ଫେବ୍ରୁଆରୀ ମାସ ପରେ ସେ ସିବିଆଇରେ ହାଜର ହେବେ। ଏନେଇ ସେ ସିବିଆଇକୁ ଏକ ଚିଠି ମଧ୍ୟ ଲେଖିଛନ୍ତି। ସେ କହିଛନ୍ତି କି ଫେବ୍ରୁଆରୀ ମାସ ପରେ ଯେବେ ବି ସିବିଆଇ ନୋଟିସ କରିବ ସେତେବେଳେ ମୁଁ ତୁରନ୍ତ ସେଠାରେ ହାଜର ହୋଇଯିବି।’

Advertisment

ଶନିବାର ଦିନ ନିଜେ ସିସୋଦିଆ ଏକ ଟ୍ୱିଟ କରି ସିବିଆଇ ସମନ କରିଥିବା ବାବଦରେ ସୂଚନା ଦେଇଥିଲେ। ସେ ତାଙ୍କ ଟ୍ୱିଟରେ ଲେଖିଥିଲେ ‘ମୋ ବିରୋଧରେ ସିବିଆଇ, ଇଡି ପୂରା ତାକତ ଲଗାଇ ଦେଇଛନ୍ତି। ଦିଲ୍ଲୀର ପିଲାମାନଙ୍କୁ ଉଚ୍ଚମାନର ଶିକ୍ଷା ଦେବା ଦିଗରେ ମୁଁ ଭଲ ବ୍ୟବସ୍ଥା କରିଛି। କିନ୍ତୁ ଏହାକୁ ରୋକିବାକୁ ଚାହୁଁଛନ୍ତି କେନ୍ଦ୍ର ସରକାର।’

ରାଜଧାନୀ ଦିଲ୍ଲୀରେ ନୂଆ ଅବକାରୀ ନୀତି ଜରିଆରେ ଉପମୁଖ୍ୟମନ୍ତ୍ରୀ ମୀନଷ ସିସୋଦିଆ, ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଓ ଅନ୍ୟ କିଛି ସରକାରୀ କମଚାରୀଙ୍କ ବିରୋଧରେ ଦୁର୍ନୀତି କରିଥିବା ଅଭିଯୋଗ ରହିଛି। ଏହି ମାମଲାରେ ଉପରାଜ୍ୟପାଳ ବିକେ ସାକ୍ସେନା ଗତବର୍ଷ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

ନିର୍ଦ୍ଦେଶକ ମୁତାବକ ଏହି ଦୁର୍ନୀତି ମାମଲାରେ ସିବିଆଇ ଏହା ପୂର୍ବରୁ ଅନେକ ଥର ମନୀଷ ସିସୋଦିଆଙ୍କୁ ଜେରା କରିଛି । ଏହାସହ ତାଙ୍କ ଘର, ବ୍ୟାଙ୍କ ଲକର ଆଦି ଖୋଳତାଡ ମଧ୍ୟ କରିଛି ସିବିଆଇ।  ସେପଟେ ଏହି ମାମଲାରେ ଏପର୍ଯ୍ୟନ୍ତ ଅନ୍ୟ କିଛି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କେ, କବିତାଙ୍କୁ ସିବିଆଇ ନୋଟିସ କରିଥିଲା। ଏହାପରେ କେ.କବିତାଙ୍କ ଜଣେ ବ୍ୟକ୍ତିଗତ ଅଧିକାରୀଙ୍କୁ ସିବିଆଇ ଗିରଫ କରିଛି।

Delhi CBI Manish Sisodia Liquor Scam