Advertisment

ସ୍ୱିଚ୍‌ ଟିପିଲେ ମୁଖ୍ୟମନ୍ତ୍ରୀ ହେଲେ ଷ୍ଟାର୍ଟ ହେଲାନି ମଟର, ଅଧିକାରୀ ନିଲମ୍ବିତ

ପ୍ରକଳ୍ପ ଉଦ୍‌ଘାଟନ କରିବାକୁ ଯାଇ ହଟହଟା ହେଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୟା।

Siddaramaiah fails to start

Siddaramaiah fails to start

Advertisment

ପ୍ରକଳ୍ପ ଉଦ୍‌ଘାଟନ କରିବାକୁ ଯାଇ ହଟହଟା ହେଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୟା। ସ୍ୱିଚ୍ ଟିପିବା ପରେ ବି ଷ୍ଟାର୍ଟ ହେଲାନି ମଟର୍‌। ସର୍ବସମ୍ମୁଖରେ ଲୋକହସା ହେଲେ ମୁଖ୍ୟମନ୍ତ୍ରୀ। ଏହି ଘଟଣା ପରେ ଆକ୍ସନ ମୁଡ୍‌କୁ ଆସିଛନ୍ତି କର୍ଣ୍ଣାଟକ ସରକାର। ବିଦ୍ୟୁତ ବିଭାଗ ଅଧିକାରୀଙ୍କୁ ନିଲମ୍ବିତ କରିଯାଇଛି।

Advertisment

ପ୍ରକୃତରେ ବୁଧବାର ମୌସୁରର ପେରିୟାପଟ୍ଟନମ ତାଲୁକାର ଏକ ଗାଁକୁ ଏକ ପ୍ରକଳ୍ପର ଉଦ୍‌ଘାଟନ କରିବାକୁ ଯାଇଥିଲେ ମୁଖ୍ୟମନ୍ତ୍ରୀ ସିଦ୍ଧରମୟା। ଏଠାରେ ତାଙ୍କୁ ଏକ ବଟନ୍ ଦବାଇ ପ୍ରକଳ୍ପ ଆରମ୍ଭ କରିବାର ଥିଲା। ହେଲେ ଯେତେବେଳେ ସିଦ୍ଧରମୟା ବଟନ୍ ଦବାଇଥିଲେ ସେତେବେଳେ କିନ୍ତୁ ପାଣି ଉଠାଇବା ମୋଟର ଷ୍ଟାର୍ଟ ହୋଇନଥିଲା। ଏହି କାରଣରୁ ମୁଖ୍ୟମନ୍ତ୍ରୀ ସିଦ୍ଧରମୟା ଲଜ୍ଜିତ ହୋଇଥିଲେ।

ଏହି ଘଟଣା ପରେ ଚାମୁଣ୍ଡେଶ୍ୱରୀ ବିଦ୍ୟୁତ୍ ବିତରଣ ନିଗମ ଲିମିଟେଡ୍ (ସିଇଏସ୍‌ଇ) ର କର୍ଣ୍ଣାଟକ ପ୍ରଶାସନିକ ସେବା ଅଧିକାରୀ ସିଏନ୍ ଶ୍ରୀଧରଙ୍କୁ ନିଲମ୍ବିତ କରାଯାଇଛି। ଡ୍ୟୁଟିରେ ଅବହେଳା କରିଥିବା ଅଭିଯୋଗରେ ଶ୍ରୀଧରଙ୍କ ବିରୋଧ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Advertisment

ପ୍ରକୃତରେ ମଦୁରାଇ ଜିଲ୍ଲାର ପେରିୟାପଟ୍ଟନା ତାଲୁକାର ମୁଟ୍ଟିନା ମୁଲ୍ଲୁସୋଗେ ଗାଁରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଅଧିନରେ ୧୫୦ଟି ହ୍ରଦ ପୂରଣ କରିବା ପାଇଁ ଯୋଜନାର ଶୁଭାରମ୍ଭ କରିବାର ଥିଲା। ହ୍ରଦଗୁଡିକୁ କାବେରୀ ନଦୀର ପାଣିରେ ଭର୍ତ୍ତି କରାଯାଇଥାନ୍ତା। ଏହି କାର୍ଯ୍ୟକ୍ରମରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୟା ପ୍ରକଳ୍ପର ବଟନ୍ ଦବାଇ ଥିଲେ। କିନ୍ତୁ ଠିକ୍‌ ସମୟରେ ମେସିନ୍ ଷ୍ଟାର୍ଟ ହୋଇନଥିଲା। CESC ନିର୍ଦ୍ଦେଶକ ସିଏନ୍‌ ଶ୍ରୀଧର ସେତେବେଳେ ଘଟଣାସ୍ଥଳରେ ଉପସ୍ଥିତ ନଥିଲେ, ତେଣୁ ସମଗ୍ର ଦୋଷ ତାଙ୍କ ଉପରେ ଲଦା ଯାଇଥିଲା। ରିପୋର୍ଟ ଅନୁଯାୟୀ ଶ୍ରୀଧରଙ୍କ ବିରୋଧରେ ବିଭାଗୀୟ ଯାଞ୍ଚ ଆରମ୍ଭ ହୋଇଛି।

Karnataka Siddaramaiah Karnataka Chief Minister
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe