Advertisment

୧୩ ବିଧାନସଭା ଆସନରେ ଉପନିର୍ବାଚନ, ଘୋଷଣା ହେଲା ତାରିଖ

ଜୁଲାଇ ୧୦ ତାରିଖରେ ବିହାର, ପଶ୍ଚିମବଙ୍ଗ, ତାମିଲନାଡୁ ସମେତ ୭ ରାଜ୍ୟର ୧୩ଟି ବିଧାନସଭା ଆସନରେ ଉପନିର୍ବାଚନ ହେବ।

Election

Election

Advertisment

୧୩ଟି ବିଧାନସଭା ଆସନରେ ହେବ ଉପନିର୍ବାଚନ। ତେବେ କେବେ ପଡିବ ଏଥିପାଇଁ ଆଜି ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିଛନ୍ତି। ଆସନ୍ତା ଜୁଲାଇ ୧୦ ତାରିଖରେ ବିହାର, ପଶ୍ଚିମବଙ୍ଗ, ତାମିଲନାଡୁ ସମେତ ୭ ରାଜ୍ୟରେ ଭୋଟିଂ ହେବ।

Advertisment

ବିହାରର ୧ ଆସନ, ତାମିଲନାଡୁର ୧, ମଧ୍ୟପ୍ରଦେଶର ଗୋଟିଏ, ଉତ୍ତରପ୍ରଦେଶର ୨, ପଞ୍ଜାବର ୧ ଏବଂ ହିମାଚଳର ୩ଟି ଓ ପଶ୍ଚିମବଙ୍ଗର ୪ଟି ଅସନରେ ମତଦାନ ଗ୍ରହଣ କରାଯିବ। ନିର୍ବାଚନ ଆୟୋଗଙ୍କ ଅନୁଯାୟୀ, ଏହି ଆସନଗୁଡିକ ଉପରେ ଜୁନ ୧୪ରେ ବିଜ୍ଞପ୍ତି ଜାରି କରାଯିବ।

ନାମାଙ୍କନ ପତ୍ରର ଶେଷ ତାରିଖ ଜୁନ ୨୧ ହେବ। ଜୁନ ୨୪ରେ ନାମାଙ୍କନପତ୍ର ଯାଞ୍ଚ କରାଯିବ। ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଜୁନ ୨୬ ସ୍ଥିର କରାଯାଇଛି। ଜୁଲାଇ ୧୦ରେ ମତଦାନ ହେବ। ଜୁଲାଇ ୧୩ରେ ଫଳାଫଳ ଆସିବ ବୋଲି ନିର୍ବାଚନ କମିଶନ ସୂଚନା ଦେଇଛନ୍ତି।

Advertisment
By-Election Assembly Election Election Commission Of India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe