Advertisment

ବଢ଼ିଲା BYJU'S ଫାଉଣ୍ଡରଙ୍କ ଅଡୁଆ, ଲୁକ୍‌ ଆଉଟ୍‌ ନୋଟିସ ଜାରି

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ସର୍କୁଲାର ଜାରି କରିଛନ୍ତି।

ଅଦ୍ୟତନ ହୋଇଛି
BYJUS Ravindran

BYJUS Ravindran

Advertisment

ବଢ଼ିଲା BYJU'S ଫାଉଣ୍ଡରଙ୍କ ଅଡୁଆ। ବାୟଜୁ ରବିନ୍ଦ୍ରନଙ୍କ ବିରୋଧରେ ଜାରି ହେଲା ଲୁକ୍‌ ଆଉଟ୍‌ ନୋଟିସ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ସର୍କୁଲାର ଜାରି କରିଛନ୍ତି। ତଦନ୍ତ ଅଧିକାରୀଙ୍କୁ ନ ଜଣାଇ ସେ ଯେପରି ଦେଶ ଛାଡି ଯିବେ ନାହିଁ ସେଥିପାଇଁ ରବିନ୍ଦ୍ରନଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇମିଗ୍ରେସନ ବ୍ୟୁରୋକୁ ଲୁକ୍‌ ନୋଟିସ ଜାରି କରିବା ପାଇଁ କହିଛି।

Advertisment

ଗତବର୍ଷ ନଭେମ୍ବରରେ Byjuର ମୂଳ କମ୍ପାନୀ ଥିଙ୍କ ଆଣ୍ଡ ଲର୍ଣ୍ଣ ପ୍ରାଇଭେଟ ଲିମିଟେଡ୍‌ ଓ ରବିନ୍ଦ୍ରନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିଲା। ୯,୩୬୨.୩୫ କୋଟି ଟଙ୍କା ମୂଲ୍ୟର ବୈଦେଶିକ ବିନିମୟ ପରିଚାଳନା ଅଧିନିୟମ (FEMA) ଉଲ୍ଲଂଘନ ଅଭିଯୋଗରେ ଦାଖଲ ହୋଇଥିବା ଅଭିଯୋଗକୁ ଆଧାର କରି ଇଡି ଏହି ନୋଟିସ ଜାରି କରିଥିଲା।

ଏପ୍ରିଲ୍ ୨୦୨୩ କମ୍ପାନୀ ଉପରେ ଚଢ଼ାଉ ପରେ, ଇଡି ଏକ ବିବୃତ୍ତିରେ କହିଛି ଯେ ବାଇଜୁ ଉପରେ ଫେମା ସର୍ଚ୍ଚରୁ ଜଣାପଡିଛି ଯେ ୨୦୧୧ ରୁ ୨୦୨୩ ପର୍ୟ୍ୟନ୍ତ କମ୍ପାନୀ ପ୍ରାୟ ୨୮,୦୦୦ କୋଟି ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ବିନିଯୋଗ କରିଛି। କମ୍ପାନୀ ବିଭିନ୍ନ ଦେଶକୁ, ୯,୭୫୪ କୋଟି ଟଙ୍କା ପଠାଇଛି। 

Advertisment

ସରକାରୀ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, Byjuର ପ୍ରତିଷ୍ଠାତା ବିରୋଧରେ ଏଲଓସି ଜାରି କରିବାକୁ ଇମିଗ୍ରେସନ ବିଭାଗକୁ ଅନୁରୋଧ କରାଯାଇଛି। ଥିଙ୍କ ଆଣ୍ଡ ଲର୍ଣ୍ଣ ପ୍ରାଇଭେଟ୍‌ ଲିମିଟେଡ୍‌ ଦ୍ୱାରା ଗ୍ରହଣ କରାଯାଇଥିବା ବିଦେଶୀ ପୁଞ୍ଜି ବିନିଯୋଗ ଏବଂ ବ୍ୟବସାୟିକ ଆଚରଣ ସମ୍ବନ୍ଧରେ ହୋଇଥିବା ଅନେକ ଅଭିଯୋଗର ତଦନ୍ତ ଜାରି ରହିଥିବା କହିଛି କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସି। ଇଡି ଅନୁଯାୟୀ, କମ୍ପାନୀରେ ବିପୁଳ ପରିମାଣର ବିଦେଶୀ ପୁଞ୍ଜି ବିନିଯୋଗ ହୋଇଥିଲା ଯାହା FEMA, ୧୯୯୯ ର ନିୟମକୁ ଉଲ୍ଲଂଘନ କରିଛି। ଏଥିସହ କେନ୍ଦ୍ର ସରକାରଙ୍କୁ ରାଜସ୍ୱ କ୍ଷତି ମଧ୍ୟ ହୋଇଛି।

ଏହା ପୂର୍ବରୁ ଇଡି ବାଇଜୁ ରବିନ୍ଦ୍ରନଙ୍କୁ ଇଣ୍ଟିମେସନ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଥିଲା। ଏହାପରେ ବାଇଜୁର କିଛି ନିବେଶକ ତାଙ୍କୁ ବୋର୍ଡ଼ରୁ ହଟାଇବାକୁ ଦାବି କରିଥିଲେ।

ଏକଦା ଏଡୁଟେକ୍ କମ୍ପାନୀର ମୂଲ୍ୟ ୨୦ ବିଲିୟନ ଡଲାରରୁ ଅଧିକ ଥିଲା ଏବଂ ଏହା ଭାରତର ଷ୍ଟାର୍ଟ ଅପ୍ ଇକୋସିଷ୍ଟମର ସବୁଠାରୁ ପ୍ରତିଷ୍ଠିତ କମ୍ପାନୀ ଥିଲା। କିନ୍ତୁ ଗତ ବର୍ଷ କମ୍ପାନୀକୁ ବହୁ କ୍ଷତି ସହିବାକୁ ପଡିଥିଲା। ଫଳରେ ଏହାର ମୂଲ୍ୟ ପ୍ରାୟ ୯୦% ହ୍ରାସ ପାଇଥିଲା। କେବଳ ଏତିକି ନୁହେଁ, Byjuକୁ  ୧.୨ ବିଲିୟନ ଡ଼ଲାରର ଋଣ ବୋଝ ରହିଛି। ଏହାକୁ ନେଇ ଆମେରିକାରେ ଋଣଦାତାମାନଙ୍କ ସହ ଆଇନଗତ ଲଢ଼େଇ ଜାରି ରହିଛି।

Ed Byju Raveendran BYJU'S Lookout Circular
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe