Advertisment

କାଙ୍ଗାଳ ହେଲେ Byju's ମାଲିକ! କର୍ମଚାରୀଙ୍କ ଦରମା ପାଇଁ ବନ୍ଧା ପକାଇଲେ ଘର

ବାଇଜୁଙ୍କ ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି।

ଅଦ୍ୟତନ ହୋଇଛି
Byjus Raveendran

Byjus Raveendran

Advertisment

ଘନେଇଲା ଆର୍ଥିକ ସଙ୍କଟ। କାଙ୍ଗାଳ ହୋଇଗଲେ ଏଜୁକେସନ୍‌ ସଂସ୍ଥା ବାଇଜୁର ସଂସ୍ଥାପକ। ଦେଶର ବୃହତ୍ତମ ଏଡୁଟେକ୍‌ ପ୍ଲାଟଫର୍ମ ବାଇଜୁ(Byju's)ର ପ୍ରତିଷ୍ଠାତା ବାଇଜୁ ରବିନ୍ଦ୍ରନ୍‌ ପାଖରେ ନାହିଁ ଟଙ୍କା। ବାଇଜୁଙ୍କ ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି। କମ୍ପାନୀର ଆର୍ଥିକ ସଙ୍କଟ କ୍ରମାଗତ ଭାବେ ବୃଦ୍ଧି ପାଉଛି। ପରିସ୍ଥିତି ଏପରି ହୋଇଛି ଯେ କର୍ମଚାରୀଙ୍କୁ ଦରମା ଦେବା ପାଇଁ ବାଇଜୁ ରବିନ୍ଦ୍ରନ୍ ତାଙ୍କ ଘର ବନ୍ଧା ପକାଇଛନ୍ତି। ଏକ ରିପୋର୍ଟରେ ଏହି ଦାବି କରାଯାଇଛି।

Advertisment

ବ୍ଲୁମବର୍ଗର ରିପୋର୍ଟ ମୁତାବକ, Byju'sର କର୍ମଚାରୀଙ୍କ ଦରମା ହୋଲ୍ଡ ହୋଇଯାଇଛି। କମ୍ପାନୀର ଆର୍ଥିକ ସଙ୍କଟ ଦିନକୁ ଦିନ ବଢ଼ିବାରେ ଲାଗିଛି। କର୍ମଚାରୀଙ୍କୁ ଦରମା ଦେବାରେ ବିଳମ୍ବ ହୋଉଥିବା ଯୋଗୁ ବାୟଜୁ ରବିନ୍ଦ୍ରନ ବେଙ୍ଗାଲୁରୁ ସ୍ଥିତ ନିଜ ଘରକୁ ବନ୍ଧା ପକାଇ ଟଙ୍କା ଯୋଗାଡ କରିଛନ୍ତି।

ବେଙ୍ଗାଲୁରୁରେ ରବିନ୍ଦ୍ରନଙ୍କ ପରିବାରର ଦୁଇଟି ଘର ଏବଂ ଏପସିଲନରେ ଥିବା ତାଙ୍କ ନିର୍ମାଣାଧୀନ ଭିଲ୍ଲାକୁ ୧୨ ମିଲିୟନ୍ ଡଲାର୍ ଋଣ ନେବା ପାଇଁ ବନ୍ଧକ ଭାବରେ ଦିଆଯାଇଥିବା ଲୋକମାନେ କହିଛନ୍ତି। ସୋମବାର ଅର୍ଥାତ ୪ ଡିସେମ୍ବରରେ କମ୍ପାନୀ ଏହାର ୧୫,୦୦୦ କର୍ମଚାରୀଙ୍କୁ ଦରମା ଦେବା ପାଇଁ ଏହି ଟଙ୍କା ବ୍ୟବହାର କରିଛି ବୋଲି ସେମାନେ କହିଛନ୍ତି। ତେବେ ଏନେଇ ରବିନ୍ଦ୍ରନ କିମ୍ବା ତାଙ୍କ କମ୍ପାନୀ ପକ୍ଷରୁ କୌଣସି ସୂଚନା ମିଳିପାରି ନାହିଁ।

Advertisment

ଏଡୁଟେକ୍‌ ସେକ୍ଟରର ଏହି ବଡ କମ୍ପାନୀ ବାଇଜୁ ଦୀର୍ଘ ଦିନ ହେବ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। କମ୍ପାନୀକୁ ବଞ୍ଚାଇ ରଖିବା ଏବଂ ଆର୍ଥିକ ଚାପକୁ କମାଇବା ପାଇଁ ରବିନ୍ଦ୍ରନ ତାଙ୍କର ସମସ୍ତ ଚେଷ୍ଟା ଜାରି ରଖିଛନ୍ତି। ଏହି ସଂସ୍ଥା ଆମେରିକାରେ ଥିବା ପିଲାମାନଙ୍କର ଡିଜିଟାଲ୍ ଷ୍ଟଡି ପ୍ଲାଟଫର୍ମକୁ ପ୍ରାୟ ୪୦୦ ମିଲିୟନ୍ ଡଲାରରେ ବିକ୍ରି କରିବା ପ୍ରକ୍ରିୟାରେ ଅଛି। ଏହା ବ୍ୟତୀତ କଂପାନୀ ୧.୨ ବିଲିୟନ ଡଲାରର ଋଣ ଉପରେ ବାକି ଥିବା ସୁଧ ପାଇଁ ଏହାର ଋଣଦାତାଙ୍କ ସହ ଏକ ଆଇନଗତ ଲଢେଇ ମଧ୍ୟ ଜାରି ରଖିଛି।

Byju Raveendran BYJU'S
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe