Naresh Meena
ଉପନିର୍ବାଚନ ବେଳେ ପୁଲିଂ ଅଧିକାରୀଙ୍କୁ ଚାପୁଡା ମାରିବାକୁ ନେଇ ବିବାଦ ତେଜିବାରେ ଲାଗିଛି। ଦେଖିବାକୁ ମିଳିଛି ବ୍ୟାପକ ହିଂସା। ପୁଲିସ ଉପରକୁ ଗାଁ ଲୋକେ ଟେକା ପଥର ଫିଙ୍ଗିବା ସହ ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି। ବ୍ୟାପକ ହିଂସା ଭିତରେ ପୁଲିସ ଶେଷ ସ୍ୱାଧୀନ ପ୍ରାର୍ଥୀ ନରେଶ ମୀନାଙ୍କୁ ଗିରଫ କରିଛି। ନରେଶ ମୀନା ନିଜ ସମର୍ଥକଙ୍କ ସହ ଧାରଣାରେ ବସିଥିବା ବେଳେ ତାଙ୍କୁ ପୁଲିସ ଉଠାଇ ନେଇଛି।
ପ୍ରକୃତରେ ବୁଧବାର ରାଜସ୍ଥାନର ଟଙ୍କ ଜିଲ୍ଲାର ଦେବଲି- ଉନିଆରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ପାଇଁ ଭୋଟିଂ ହୋଇଥିଲା। ଏହି ସମୟରେ ସ୍ୱାଧୀନ ପ୍ରାର୍ଥୀ ନରେଶ ମୀନା ପ୍ରଥମେ ଏସଡିଏମ ଅମିତ ଚୌଧୁରୀଙ୍କ କଲର ଧରିଥିଲେ ପରେ ତାଙ୍କୁ ଶକ୍ତ ଚାପୁଡ଼ା ମାରିଥିଲେ। ଏହାର ଭିଡିଓ ମଧ୍ୟ ସୋଶାଲ ମିଡିଆରେ ଭାଇରାଲ ହୋଇଛି।
ତାଙ୍କ ନିର୍ବାଚନ ପ୍ରତୀକ ଚିହ୍ନ ଇଭିଏମ୍ରେ ଦୃଶ୍ୟମାନ ହେଉନଥିବା ନେଇ ନରେଶ ଅଭିଯୋଗ ଆଣିଥିଲେ। ଏହାପରେ ଏହାକୁ ନେଇ SDM ସହିତ ମୀନାଙ୍କର ଯୁକ୍ତିତର୍କ ହୋଇଥିଲା। ଗାଁ ଲୋକେ ଭୋଟ ବର୍ଜନ କରିଥିଲେ ସୁଦ୍ଧା ଏସ୍ଡିଏମ୍ ବିଜେପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଫେକ୍ ଭୋଟିଂ କରୁଥିବା ସେ ଅଭିଯୋଗ ଆଣିଥିଲେ। ଏହାକୁ ନେଇ ଭୟଙ୍କର ବିବାଦ ଉପୁଜିବା ପରେ ପୁଲିସ ନରେଶ ମୀନାଙ୍କୁ ଗିରଫ କରିବା ପାଇଁ ଗାଁକୁ ଯାଇଥିଲା।
#WATCH | Tonk, Rajastha: Police arrests Naresh Meena from Samravata VIllage.
Naresh Meena, independent candidate for Deoli Uniara assembly constituency by-polls in Tonk district, after he allegedly physically assaulted SDM Amit Chaudhary at a polling booth yesterday pic.twitter.com/v8meme4qsw
— ANI (@ANI) November 14, 2024
ସେତେବେଳେ ସମରବତା ଗାଁର ଲୋକମାନେ ଏହାକୁ ବିରୋଧ କରି ପୁଲିସ ଉପରେ ଆକ୍ରମଣ କରିଥିଲେ। ପୁଲିସ ଗାଡିରେ ନିଆଁ ଲାଗିଯାଇଥିଲା। ସେମାନଙ୍କ ଉପରକୁ ପଥର ଫିଙ୍ଗି ଥିଲେ। ଏହାର ଜବାବରେ ପୁଲିସ ମଧ୍ୟ ଫାଙ୍କା ଗୁଳିମାଡ଼ କରିଥିଲା। ଲୋକଙ୍କ ଉପରେ ଲାଠି ଚାର୍ଜ ମଧ୍ୟ କରିଛି।ଏତିକି ବେଳେ ଗିରଫଦାରୀ ପୂର୍ବରୁ ନରେଶ ମୀନା ଫେରାର ହୋଇଯାଇଥିଲେ।
ପରେ ସେ ସମରବତା ଗାଁରେ ଆସି ଧାରଣା ଦେଇଥିଲେ ନରେଶ ମୀନା। ଏହା ସହ ଏକ ପ୍ରେସ୍ମିଟ୍ ମଧ୍ୟ କରିଥିଲେ। ହିଂସା ଏବଂ ଉତ୍ତେଜନା ମଧ୍ୟରେ ପୁଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତି ସହ ଗାଁରେ ପ୍ରବେଶ କରି ଅଭିଯୁକ୍ତ ନରେଶ ମୀନାଙ୍କୁ ଗିରଫ କରିଛି। ତେବେ ଏହି ସମୟ ମଧ୍ୟରେ ନରେଶ ମୀନା ଆତ୍ମସମର୍ପଣ କରିବାକୁ ମନା କରିଦେଇଥିଲେ। ସେ କହିଥିଲେ ଯେ ତାଙ୍କ ସର୍ତ୍ତ ପୂରଣ ନହେବା ପର୍ଯ୍ୟନ୍ତ ସେ ଆତ୍ମସମର୍ପଣ କରିବେ ନାହିଁ, ତଥାପି ଗଣମାଧ୍ୟମ ଆଗରେ ପୁଲିସ ନରେଶ ମୀନାଙ୍କୁ ଗିରଫ କରିଛି।
BIG BREAKING 🚨
टोंक हिंसा मामले का आरोपी नरेश मीणा" को STF ने गिरफ्तार किया
कल रात टोंक में भारी बवाल हुआ था। टोंक में हिंसा, आगजनी हुई थी
कल SDM को थप्पड़ भी मारा था और
आज सुबह मीडिया से बात करते हुए अपनी हैकडी दिखा रहा था नरेश मीणा#nareshmeena#Naresh_Meena#Rajasthanpic.twitter.com/exlhQsxyGc
— Ready Speed News (@RahulJh23110605) November 14, 2024
ନରେଶ ମୀନା ଅଭିଯୋଗ ଆରିଛନ୍ତି ଯେ, SDM କୁ ଚାପୁଡ଼ା ମାରିବା ପରେ ମୁଁ କଲେକ୍ଟର ଏଠାକୁ ଆସନ୍ତୁ ବୋଲି ଦାବି କରିଥିଲି, କିନ୍ତୁ କଲେକ୍ଟର ଆସିଲେ ନାହିଁ। ସେ ହାତରେ ମେହେନ୍ଦି ଲଗାଇ ବସିଛନ୍ତି। ମୁଁ ଏହି ଦାବି ନେଇ ଧାରଣାରେ ବସିଥିଲି, କିନ୍ତୁ ଖାଦ୍ୟ ଏବଂ ଗଦା ମୋ ପାଇଁ ଆସିଥିଲେ ସୁଦ୍ଧା ପୁଲିସ୍ ତାକୁ ଆସିବାକୁ ଅନୁମତି ଦେଇ ନଥିଲା। ପରେ ସେମାନେ ମୋ ଉପରକୁ ଲଙ୍କା ଧୂଆଁ ସାହାଯ୍ୟରେ ଆକ୍ରମଣ କରିଥିଲେ ବୋଲି ସେ ଅଭିଯେୋଗ ଆଣିଛନ୍ତି।
ସେପଟେ ଏହି ଚାପୁଡ଼ା କାଣ୍ଡକୁ ନେଇ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି। ଗେହଲୋଟ୍ କହିଛନ୍ତି, 'କାହିଁକି ଏଭଳି ପରିସ୍ଥିତି ଉପୁଜିଲା ଯେ ଏସଡିଏମ୍ ଚାପୁଡ଼ାଙ୍କୁ ମରାଗଲା? ସେ ଏତେ ସାହସ ପାଇଲେ କିପରି? ବିରୋଧୀ ଦଳର ପରାମର୍ଶ ପ୍ରତି ବିଜେପିର ସହନଶୀଳତା ନାହିଁ। ଚଳିତ ବର୍ଷ ରାଜ୍ୟ ସରକାର କ'ଣ କରିଛନ୍ତି? ଲୋକଙ୍କର ଭୟ ନାହିଁ। ଏଥିପାଇଁ ସେମାନେ ଆଇନକୁ ନିଜ ହାତକୁ ନେଉଛନ୍ତି। ଆଜି ସମଗ୍ର ରାଜ୍ୟରେ ଏଭଳି ସ୍ଥିତି ରହିଛି।'
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
