Advertisment

ବିଧାନ ପରିଷଦର ୩ ଆସନ ପାଇଁ ହେବ ନିର୍ବାଚନ: ଘୋଷଣା ହେଲା ତାରିଖ

ଜୁନ ମାସରେ ବିଧାନ ପରିଷଦର ୩ ଜଣ ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି।

EC

EC

Advertisment

କର୍ଣ୍ଣାଟକା ବିଧାନ ପରିଷଦରେ ଖାଲି ପଡ଼ିବାକୁ ଯାଉଥିବା ୩ ଆସନ ପାଇଁ ଉପ ନିର୍ବାଚନ ହେବ। ଜୁନ ୩୦ରେ ପାଇଁ ବିଧାୟକମାନେ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେଇ ବିଧାନ ପରିଷଦକୁ ପଠାଇବେ।

Advertisment

ଜୁନ ମାସରେ ବିଧାନ ପରିଷଦର ୩ ଜଣ ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ସାବାଡି ଲକ୍ଷ୍ମଣ ଓ ବାବୁରାଓ ସିଙ୍କ କାର୍ଯ୍ୟକାଳ ଯଥାକ୍ରମେ ଜୁନ ୧୪ ଏବଂ ଜୁନ ୧୭ରେ ଶେଷ ହେବ। ଉଭୟ ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ମଧ୍ୟ ଜିତିଥିଲେ।

ସେହିପରି ଆର ଶଙ୍କରଙ୍କ କାର୍ଯ୍ୟକାଳ ଜୁନ ୩୦ରେ ଶେଷ ହେବାକୁ ଯାଉଛି। ଏହି ୩ ଆସନ ଖାଲି ପଡ଼ିବାକୁ ଯାଉଥିବାରୁ ନିର୍ବାଚନ କମିଶନର ଆଜି ଭୋଟ ପାଇଁ ତାରିଖ ଘୋଷଣା କରିଛନ୍ତି।

Advertisment

୩ ଆସନରେ ହେବାକୁ ଥିବା ଉପ ନିର୍ବାଚନ ପାଇଁ ଜୁନ ୧୩ରେ ବିଜ୍ଞପ୍ତି ପ୍ରକାଶ ପାଇବ। ନାମାଙ୍କର ଶେଷ ତାରିଖ ଜୁନ ୨୦ ରହିଥିବା ବେଳେ ୨୧ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ। ଜୁନ ୨୩ ହେଉଛି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ। ଜୁନ ୩୦ରେ ଭୋଟିଂ ସହ ଗଣତି ମଧ୍ୟ କରାଯାଇ ରେଜଲ୍ଟ ଘୋଷଣା କରାଯିବ।

ସକାଳ ୯ଟାରୁ ୪ଟା ଯାଏ ଭୋଟିଂ ହେବ। ଏହାପରେ ସେହିଦିନ ସନ୍ଧ୍ୟା ୫ଟାରୁ ଭୋଟ ଗଣତି ଆରମ୍ଭ ହୋଇ ରେଜଲ୍ଟ ପ୍ରକାଶ ପାଇବ।

Karnataka
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe