Advertisment

ମୁମ୍ବାଇରେ ବି ମୋବାଇଲ ଲାଇଟ୍‌ରେ ପ୍ରସବ; ମା’ ଓ ନବଜାତ ମୃତ

ଏବେକାର ଦୁନିଆରେ ବି ମେଡିକାଲରେ ମୋବାଇଲ ଲାଇଟ୍‌ରେ ହେଉଛି ପ୍ରସବ । ଏହାର ପରିଣାମ ସ୍ୱରୂପ ଉଭୟ ମା’ ଓ ନବଜାତ ଆଖି ବୁଜିଛନ୍ତି।

author-image
Niharika Rout
Infant with mother

Infant with mother

ସ୍ୱାସ୍ଥ୍ୟ ଅବସ୍ଥାର ବିକଳ ଚିତ୍ର କେବଳ ଦୁର୍ଗମ ଅଞ୍ଚଳରେ ନୁହେଁ, ମାୟାନଗରୀ ମୁମ୍ବାଇରେ ବି ଦେଖିବାକୁ ମିଳିଛି। ଏବେକାର ଦୁନିଆରେ ବି ମେଡିକାଲରେ ମୋବାଇଲ ଲାଇଟ୍‌ରେ ହେଉଛି ପ୍ରସବ । ଏହାର ପରିଣାମ ସ୍ୱରୂପ ଉଭୟ ମା’ ଓ ନବଜାତ ଆଖି ବୁଜିଛନ୍ତି। ଏପରି ଏକ ଅଭାବନୀୟ ଘଟଣା ମେଟ୍ରୋ ସିଟି ମୁମ୍ବାଇରେ ଘଟିଛି। ପରିବାର ଲୋକେ ଡାକ୍ତର ଓ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

Advertisment

ଖୁସରୁଦ୍ଦିଦ ଅନସାରୀ ନାମକ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପତ୍ନୀ ସାହିଦୁନ ଗର୍ଭବତୀ ଥିଲେ। ପ୍ରସବ ନିମନ୍ତେ ତାଙ୍କୁ ସୁଷମା ସ୍ୱରାଜ ମ୍ୟାରଟନିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ହସ୍ପିଟାଲର ଲାଇନ୍‌ କଟି ଯାଇଥିବା ବେଳେ ଦୀର୍ଘ ସମୟ ପର୍ଯ୍ୟନ୍ତ ଜେନେରେଟର ବି ଲଗାଇ ନ ଥିଲେ। ଫଳରେ ଉକ୍ତ ସମୟରେ ମୋବାଇଲ ଲାଇଟ୍‌ରେ ସାହିଦୁନଙ୍କ ଅସ୍ତ୍ରୋପଚାର କରାଯାଇଥିଲା। ଅପରେସନ ଟେବୁଲ ଉପରେ ଶିଶୁଟି ଆଖି ବୁଜି ଦେଇଥିବା ବେଳେ ସାହିଦୁନଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଅନ୍ୟତ୍ର ନେଇଯିବାକୁ ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ। ମାତ୍ର ବାଟରେ ହିଁ ସେ ବି ଆଖି ବୁଜି ଦେଇଥିଲେ।

ମେଡିକାଲ କର୍ତ୍ତୃପକ୍ଷଙ୍କ ଚରମ ଖାମଖିଆଲିପଣ ତଥା ମୋବାଇଲ ଲାଇଟ୍‌ରେ ଅପରେସନ କରିବାରୁ ଉଭୟ ମା’ ଓ ଶିଶୁଙ୍କ ଜୀବନ ଚାଲି ଯାଇଥିବା ଖୁସରୁଦ୍ଦିଦ ଅନସାରୀଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ। ତେଣୁ ଡାକ୍ତର ତଥା ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି।

Advertisment

ପୁଲିସ୍‌ ପହଞ୍ଚି ବୁଝାଶୁଝା କରି ପରିସ୍ଥିତି ଶାନ୍ତ କରିବା ପରେ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।

Mumbai Infant Mother