Advertisment

ମୃତ୍ୟୁ ସବୁଠାରୁ ସୁନ୍ଦର: ୩୫୦୦ରେ ହେଲିୟମ କିଣି ଆତ୍ମହତ୍ୟା କଲେ ଯୁବ CA

ବୟସ ମାତ୍ର ୨୫। ଏହି ବୟସରେ ଗୁରୁଗ୍ରାମର ଗୋଟିଏ ବଡ଼ କମ୍ପାନୀରେ କାମ କରୁଥିଲେ। ଟଙ୍କାର ଅଭାବ ନଥିଲା।

CA

CA

Advertisment

ବୟସ ମାତ୍ର ୨୫। ଏହି ବୟସରେ ଗୁରୁଗ୍ରାମର ଗୋଟିଏ ବଡ଼ କମ୍ପାନୀରେ କାମ କରୁଥିଲେ। ଟଙ୍କାର ଅଭାବ ନଥିଲା। ୨୫ ବର୍ଷ ବୟସରେ ସିଏ ଭାବେ କାମ କରି ଖ୍ୟାତି ମଧ୍ୟ ଅର୍ଜନ କରିଥିଲେ। କିନ୍ତୁ ହଠାତ୍‌ ୨୫ ବର୍ଷୀୟ ଯୁବକ ଜଣଙ୍କ ଦିଲ୍ଲୀ ସ୍ଥିତ ଭଡ଼ା ଫ୍ଲାଟରେ ହେଲିୟମ ଗ୍ୟାସକୁ ସୁଙ୍ଘି ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି।

Advertisment

୨୫ ବର୍ଷୀୟ ଧୀରଜ କଂସଲ ମାତ୍ର ୮ ଦିନ ପାଇଁ ଅର୍ଥାତ ଜୁଲାଇ ୨୦ରୁ ୨୮ ଯାଏ ଉକ୍ତ ଫ୍ଲାଟକୁ ବୁକିଂ କରିଥିଲେ। ଇଣ୍ଡିଆମାର୍ଟରେ ସେ ସର୍ଚ୍ଚ କରି ଗାଜିଆବାଦର ଜଣେ ସପ୍ଲାଏରଙ୍କୁ ଠାରୁ ୩୫ ଶହ ଟଙ୍କା ଦେଇ ହେଲିୟମ ଗ୍ୟାସ ଆଣିଥିଲେ। ଏହାପରେ ସେ ଜୀବନ ହାରିଛନ୍ତି।

ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବା ପୂର୍ବରୁ ଧୀରଜ ବେଶ ଲମ୍ବା ଚଉଡ଼ା ପୋଷ୍ଟ ଫେସବୁକରେ କରିଥିଲେ। ଏଥିରେ ସେ ଲେଖିଛନ୍ତି “ମୃତ୍ୟୁ ମୋ ଜୀବନର ସବୁଠାରୁ ସୁନ୍ଦର ଅଂଶ। ଦୟା କରି ମୋ ମୃତ୍ୟୁରେ କେହି ଦୁଃଖ କରିବେ ନାହିଁ। ଆତ୍ମହତ୍ୟା ଭୁଲ ନୁହେଁ। କାରଣ ମୋ ଉପରେ କୌଣସି ଦାୟିତ୍ୱ ନାହିଁ।”

Advertisment

ସେ ତାଙ୍କ ମୃତ୍ୟୁ ପାଇଁ କାହାକୁ ଦୋଷ ନ ଦେବାକୁ କହିଛନ୍ତି। ଏହା ତାଙ୍କର ନିଜସ୍ୱ ନିଷ୍ପତ୍ତି ବୋଲି ସେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, “ମୋ ମୃତ୍ୟୁ ପାଇଁ କାହାକୁ ଦାୟୀ କରିବେ ନାହିଁ। ଏହା ଉପର ନିଜସ୍ୱ ନିଷ୍ପତ୍ତି। ମୋ ଜୀବନରେ ମୁଁ ଭେଟିଥିବା ପ୍ରତିଟି ଲୋକ ବେଶ ଭଲ। ତେଣୁ ମୁଁ ସରକାର ଓ ପୁଲିସ୍‌କୁ ଅନୁରୋଧ କରୁଛି ଯେ ସେମାନେ କାହାକୁ ବି ହଇରାଣ କରିବେ ନାହିଁ।”

ହରିୟାଣାର କର୍ଣ୍ଣାଲରେ ଜନ୍ମ ଗ୍ରହଣ କରିଥିବା ଧୀରଜ ଦିଲ୍ଲୀରେ ବଡ଼ ହୋଇଥିଲେ। ସେ ନିଜ ପାଇଁ କାମ କରୁଥିବା ବେଳେ କିଛି ବି ହାସଲ କରି ନଥିବା ଫେସବୁକ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ଅନେକ ଲୋକ ତାଙ୍କୁ ସହଯୋଗ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେ ନିଜେ ବଦଳିବାକୁ ସକ୍ଷମ ହୋଇ ନଥିଲେ ବୋଲି କହିଛନ୍ତି।

ଜୁନ ୧ରୁ ଧୀରଜ ନିୟମିତ ଭାବେ ଫେସବୁକରେ ବିଭିନ୍ନ ପ୍ରକାରର କବିତା ସବୁ ପୋଷ୍ଟ କରୁଥିଲେ।

Suicide Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe