Advertisment

ମଦ ଦୁର୍ନୀତି: ବନ୍ଧା ହେଲେ କେସିଆରଙ୍କ ଝିଅଙ୍କ ପୂର୍ବତନ ସିଏ

ସିବିଆଇ ଅଭିଯୋଗ କରିଛି ଯେ ଦିଲ୍ଲୀ ଏକ୍ସାଇଜ୍ ପଲିସି ପ୍ରସ୍ତୁତ ଏବଂ କାର୍ଯ୍ୟକାରୀ କରିବାରେ ବୁଚି ବାବୁଙ୍କ ଭୂମିକା ସନ୍ଦେହଘେରରେ ରହିଛି। ହାଇଦ୍ରାବାଦ ଭିତ୍ତିକ ହୋଲସେଲ ଏବଂ ଖୁଚୁରା ଲାଇସେନ୍ସଧାରୀଙ୍କୁ ଅହେତୁକ ଲାଭ ପହଞ୍ଚାଇବା ନିମନ୍ତେ ଏହି ପଲିସି କରାଯାଇଥିଲା।

K Kabita

K Kabita

Advertisment

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ କେ. କବିତାଙ୍କ ପୂର୍ବତନ ଚାଟାର୍ଡ ଆକାଉଣ୍ଟାଣ୍ଟ(CA) ବୁଚି ବାବୁ ବନ୍ଧା ହେଲେ । ଦିଲ୍ଲୀ ଅବକାରୀ ନୀତିରେ ହୋଇଥିବା ଦୁର୍ନୀତି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ତାଙ୍କୁ ବାନ୍ଧିଛି ସିବିଆଇ ।

Advertisment

ସାଉଥ ଗ୍ରୁପ୍‌ ନାମକ କମ୍ପାନୀ ଦ୍ୱାରା ଲବି କରାଯାଇ ତଥା ଲାଞ୍ଚ ଦିଆଯାଇ ଦିଲ୍ଲୀର ଅବକାରୀ ନୀତିକୁ ସଂଶୋଧନ କରାଯାଇଥିବା ଅଭିଯୋଗ ହୋଇଛି। କେ କବିତାଙ୍କ ପୂର୍ବତନ ଚାଟାର୍ଡ ଆକାଉଣ୍ଟାଣ୍ଟ ବୁଚି ବାବୁ 'ସାଉଥ୍ ଗ୍ରୁପ୍'ର ପ୍ରତିନିଧିତ୍ୱ କରୁଥିଲେ ବୋଲି ସିବିଆଇ କହିଛି।

ଏନେଇ ତାଙ୍କୁ ସିବିଆଇ ଗୁଡ଼ାଇତୁଡ଼ାଇ ପଚାରିବାରୁ ସେ ସହଯୋଗ କରି ନ ଥିବା ଅଭିଯୋଗ ହୋଇଥିଲା। ତେଣୁ ଗତ ସନ୍ଧ୍ୟାରେ ତାଙ୍କୁ ଗିରଫ କରାଯାଇଛି। ଆଜି ତାଙ୍କୁ ଦିଲ୍ଲୀର ଏକ ସ୍ୱତନ୍ତ୍ର କୋର୍ଟରେ ହାଜର କରାଯିବ ବୋଲି ଜଣାଯାଇଛି ।

Advertisment

ସିବିଆଇ ଅଭିଯୋଗ କରିଛି ଯେ ଦିଲ୍ଲୀ ଏକ୍ସାଇଜ୍ ପଲିସି ପ୍ରସ୍ତୁତ ଏବଂ କାର୍ଯ୍ୟକାରୀ କରିବାରେ ବୁଚି ବାବୁଙ୍କ ଭୂମିକା ସନ୍ଦେହଘେରରେ ରହିଛି। ହାଇଦ୍ରାବାଦ ଭିତ୍ତିକ ହୋଲସେଲ ଏବଂ ଖୁଚୁରା ଲାଇସେନ୍ସଧାରୀଙ୍କୁ ଅହେତୁକ ଲାଭ ପହଞ୍ଚାଇବା ନିମନ୍ତେ ଏହି ପଲିସି କରାଯାଇଥିଲା।

ଏହା ପୂର୍ବରୁ ଡିସେମ୍ବର ୧୨ରେ ପୂର୍ବତନ ସାଂସଦ ତଥା ବର୍ତ୍ତମାନର ତେଲେଙ୍ଗାନା ବିଧାନସଭାର ସଦସ୍ୟ କେ କବିତାଙ୍କୁ ହାଇଦ୍ରାବାଦରେ ୭ ଘଣ୍ଟାରୁ ଅଧିକ ସମୟ ଧରି ପଚରାଉଚରା କରିଥିଲା ସିବିଆଇ। ଦିଲ୍ଲୀ ଅବକାରୀ ନୀତି ଲାଗୁ କରିବା ନିମନ୍ତେ 'ସାଉଥ୍ ଗ୍ରୁପ୍'ର ଭୂମିକା ସନ୍ଦେହରେ ଥିବା ବେଳେ ଏଥିରେ କେ କବିତାଙ୍କ ସମ୍ପୃକ୍ତି ଥିବା କହିଥିଲା ସିବିଆଇ । ଏହି ପଲିସି ଦ୍ୱାରା ମଦ ଲାଇସେନ୍ସଧାରୀମାନଙ୍କୁ ଅଯଥା ସୁବିଧା ଦିଆଯାଇଥିବା ଅଭିଯୋଗ ହୋଇଥିଲା। ।

ତେଲେଙ୍ଗାନାର ଶାସକ ଭାରତ ରାଷ୍ଟ୍ର ସମିତିର କବିତା, ଆନ୍ଧ୍ରପ୍ରଦେଶର ଶାସକ YSR କଂଗ୍ରେସ ସାଂସଦ ମାଗୁଣ୍ଟା ଶ୍ରୀନିବାସଲୁ ରେଡ୍ଡୀ ଏବଂ ଅରବିନ୍ଦ ଫାର୍ମାର ସାରଥ ରେଡ୍ଡୀ ଦିଲ୍ଲୀରେ ପ୍ରତ୍ୟାହୃତ ଅବକାରୀ ପଲିସି ଦ୍ୱାରା ଲାଭବାନ ହୋଇଥିବା ସିବିଆଇ କହିଥିବା ବେଳେ ସେମାନଙ୍କ ଉପରେ ତୀକ୍ଷଣ ନଜର ରଖିଛି। ଦିଲ୍ଲୀର ଅବକାରୀ ନୀତିକୁ ନେଇ ରାଜନୀତି ସରଗରମ ହେବା ପରେ ଗତ ବର୍ଷ ଆପ୍‌ ସରକାର ଏହି ନୀତି ପ୍ରତ୍ୟାହାର କରିଥିଲା।

Criminal Arrested
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe