Advertisment

CAAକୁ ବିରୋଧ, ସୁପ୍ରିମକୋର୍ଟ ଗଲା ଇଣ୍ଡିଆନ୍‌ ୟୁନିଅନ ମୁସଲିମ୍‌ ଲିଗ୍

ସିଏଏର ବିଜ୍ଞପ୍ତି ଉପରେ ରୋକ ଲଗାଇବା ପାଇଁ ଆଇୟୁଏମ୍‌ଏଲ୍‌ ନିଜ ଆବେଦନରେ ଦାବି କରିଛି।

Supreme Court

Supreme Court

Advertisment

ଦେଶରେ ଲାଗୁ ହୋଇଛି ନାଗରିକତ୍ୱ ସଂଶୋଧ ଆଇନ। ତେବେ ଏହା ଏବେ ସୁପ୍ରିମକୋର୍ଟରେ ପହଞ୍ଚି। ସିଏଏକୁ ବିରୋଧ କରି ସୁପ୍ରିମକୋର୍ଟରେ ଦାଖଲ ହୋଇଛି ଆବେଦନ। ଇଣ୍ଡିଆନ୍‌ ୟୁନିଅନ ମୁସଲିମ୍‌ ଲିଗ୍ ତଥା IUML ଏହାକୁ ବିରୋଧ କରି ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଛି। ସିଏଏକୁ ନେଇ ଜାରି ହୋଇଥିବା ବିଜ୍ଞପ୍ତି ଉପରେ ରୋକ ଲଗାଇବା ପାଇଁ ଆଇୟୁଏମ୍‌ଏଲ୍‌ ନିଜ ଆବେଦନରେ ଦାବି କରିଛି।

Advertisment

IUML କହିଛି ଯେ,  CAA ହେଉଛି ଅସାମ୍ବିଧାନିକ। ମୁସଲମାନମାନଙ୍କ ପ୍ରତି ଭେଦଭାବପୂର୍ଣ୍ଣ। ନାଗରିକତ୍ୱ ଅଧିନିୟମ ଅନୁଯାୟୀ କେବଳ କେତେକ ଧର୍ମର ଲୋକଙ୍କୁ ନାଗରିକତ୍ୱ ଦିଆଯିବ। ଯାହା ଧାର୍ମିକ ପରିଚୟ ଆଧାରରେ ବର୍ଗୀକରଣ ଭାରତୀୟ ସମ୍ବିଧାନର ଧାରା ୧୪ ଏବଂ ଧର୍ମନିରପେକ୍ଷ ନୀତିର ଉଲ୍ଲଂଘନ କରିଛି। ତେଣୁ ଏହି ଆଇନର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ହୋଇଥିବା ପ୍ରାୟ ୨୫୦ ବିଚାରାଧୀନ ଆବେଦନ ଉପରେ ସୁପ୍ରିମକୋର୍ଟ ତାଙ୍କ ରାୟ ନ ଶୁଣାଇବା ଯାଏଁ CAA ନିୟମର କାର୍ଯ୍ୟକାରିତା ଉପରେ ରୋକ ଲଗାଇବା ଉଚିତ ବୋଲି ଆଇୟୁଏମ୍‌ଏଲ୍‌ ନିଜ ଆବେଦନରେ କହିଛି।

କେନ୍ଦ୍ର ସରକାର ନାଗରିକତା ସଂଶୋଧନ ଆଇନ (ସିଏଏ) ବିଜ୍ଞପ୍ତି ଜାରି କରିବାପରେ ଏହାକୁ କଂଗ୍ରେସ ଓ ଡିଏମକେ ଭଳି ଅନେକ ବିରୋଧୀ ଦଳ ମଧ୍ୟ ବିରୋଧ କରିଛନ୍ତି। ଲୋକସଭା ନିର୍ବାଚନ ପୂର୍ବରୁ ଭୋଟ ହାତେଇବା ପାଇଁ ଏହା କରାଯାଇଛି ବୋଲି କହିଛି କଂଗ୍ରେସ।

Advertisment

ସିଏଏ ବିଜ୍ଞପ୍ତି ପାଇଁ ୯ ଥର ସମୟ ନେବା ପରେ ଏବେ ଏହାକୁ କାର୍ଯ୍ୟକାରୀ କରାଯାଇଛି ବୋଲି କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି। ସବୁ କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦାବି କରୁଛନ୍ତି। କିନ୍ତୁ ସିଏଏ କ୍ଷେତ୍ରରେ ୯ ଥର ସମୟ ନେବା ତାଙ୍କର ମିଛକୁ ପଦାରେ ପକାଇଛି ବୋଲି କହିଛନ୍ତି ଏହି ବରିଷ୍ଠ କଂଗ୍ରେସ ନେତା। 

Supreme Court CAA Indian Union Muslim League
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe